ଭୁବନେଶ୍ବର: ଓଡ଼ିଶା ମାଇନିଂ କର୍ପୋରେସନର(OMC ) 67ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ନୂଆ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ରାଜ୍ୟରେ ଶିକ୍ଷାର ବିକାଶ ପାଇଁ 5ଟି ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଚୁକ୍ତି ସ୍ବାକ୍ଷରିତ ହୋଇଛି । ଏହାସହ କୋଇଡା ଆଇଆଇଟିରେ ଦକ୍ଷତା ବିକାଶ ଏକାଡେମୀ ପ୍ରତିଷ୍ଠା ପାଇଁ ବୈଷୟିକ ଶିକ୍ଷା ଓ ତାଲିମ ବିଭାଗ ସହ ଏକ MOU ସ୍ବାକ୍ଷରିତ ହୋଇଛି । ଲୋକସେବା ଭବନରେ ଓଏମସିର ପ୍ରତିଷ୍ଠା ଦିବସ ଆୟୋଜନ କରାଯାଇଛି । ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ ।
ଖଣି ଅଞ୍ଚଳରେ 5ଟି ଆଦର୍ଶ ବିଦ୍ୟାଳୟ ପାଇଁ ଓଏମସି 208 କୋଟି ଟଙ୍କା ଖର୍ଚ୍ଚ କରିବ । ଏହିସବୁ ବିଦ୍ୟାଳୟର ପରିଚାଳନା ପାଇଁ ବାର୍ଷିକ 30 ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଓଏମସିର ଏହି ଉଦ୍ୟମ ଶିକ୍ଷାର ବିକାଶରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାସହ ସାମାଜିକ ବିକାଶରେ ଓଏମସିର ଭୂମିକାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କରିଛନ୍ତି । କୋଭିଡ ପରିଚାଳନାରେ ଏହାର କାର୍ଯ୍ୟ ମଧ୍ୟ ପ୍ରଶଂସନୀୟ । ବିଭିନ୍ନ ହସ୍ପିଟାଲ ସ୍ଥାପନରେ ଓଏମସିର ଅବଦାନ ରହିଛି । ଏହାସହ କ୍ରୀଡା କ୍ଷେତ୍ରରେ ମଧ୍ୟ OMC ବଳିଷ୍ଠ ଯୋଗଦାନ ଦେଇଛି ।
OMCର ପ୍ରତିଷ୍ଠା ଦିବସ, 5 ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଚୁକ୍ତି ସ୍ବାକ୍ଷର ପ୍ରତିଷ୍ଠା ଦିବସ ଅବସରରେ ତିନୋଟି ଖଣି କାର୍ଯ୍ୟକ୍ଷମ ହୋଇଛି । ବାଂଶପାଣୀ, ଉନଛବାଲି ଓ କାଣ୍ଡବନ୍ଧ ଖଣି କାର୍ଯ୍ୟକ୍ଷମ କରାଯାଇଛି । ରାଜ୍ୟରେ ରହିଥିବା ବିଭିନ୍ନ ଖଣିର ସୁପରିଚାଳନା ଓ ବିବାଦ ସମାଧାନ ପାଇଁ ଅନଲାଇନ ବ୍ୟବସ୍ଥା ଆରମ୍ଭ ହୋଇଛି । ଗତ ଆର୍ଥିକ ବର୍ଷରେ ଓଏମସି 17 ହଜାର କୋଟି ଟଙ୍କାର କାରବାର କରିଛି । 30 ନିୟୁତ ଟନ ଉତ୍ପାଦନ ସହ ଏହା ଦେଶର ଅନ୍ୟତମ ବୃହତ ଖଣି କମ୍ପାନୀ ଭାବେ ଉଭା ହୋଇଛି । ଚଳିତ ଆର୍ଥିକ ବର୍ଷରେ ଓଏମସି ଆର୍ଥିକ କାରବାର ବୃଦ୍ଧି ସହ ରେକର୍ଡ ପରିମାଣର ଉତ୍ପାଦନ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ରଖିଛନ୍ତି । 39 ଜଣ ଜୁନିଅର ଆକାଉଣ୍ଟାଣ୍ଟ, ଇଲେକ୍ଟ୍ରିସିଆନଙ୍କୁ ମୁଖ୍ୟମନ୍ତ୍ରୀ ଉପସ୍ଥିତରେ ଓଏମସି ପକ୍ଷରୁ ନିଯୁକ୍ତି ପ୍ରମାଣ ପତ୍ର ପ୍ରଦାନ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଏମସି ଆନ୍ଥେମ ଉନ୍ମୋଚନ କରିଛନ୍ତି ।OMCର ପ୍ରତିଷ୍ଠା ଦିବସ, 5 ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଚୁକ୍ତି ସ୍ବାକ୍ଷର କାର୍ଯ୍ୟକ୍ରମରେ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଓଏମସିର ଅଭିବୃଦ୍ଧିକୁ ପ୍ରଶଂସା କରିଛନ୍ତି । ବିଭିନ୍ନ ଖଣିର ପାରିପାର୍ଶ୍ବିକ ବିକାଶରେ ଏହାର ଅବଦାନ ବିଷୟରେ ସେ ବର୍ଣ୍ଣନା କରିଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5ଟି ସଚିବ ଭି. କେ ପାଣ୍ଡିଆନ୍ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଓଏମସିର ଅଧ୍ୟକ୍ଷ ଡି.କେ ସିଂ ସ୍ବାଗତ ଭାଷଣ ଦେଇଥିବା ବେଳେ ଏମଡି ବଲୱନ୍ତ ସିଂ ଧନ୍ୟବାଦ ଅର୍ପଣ କରିଛନ୍ତି । ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ