ଭୁବନେଶ୍ବର: ଆଗକୁ ଆସୁଛି ଓଲିଉଡ ଫିଲ୍ମ ‘ହିରୋ ନମ୍ବର ଜିରୋ’ । ଏହି ଫିଲ୍ମରେ ଡବଲ ରୋଲରେ ନଜର ଆସିବେ ଓଲିଉଡ ଅଭିନେତା ଜ୍ୟୋତି।
ଏକ ମୌଳିକ କଥା ଓ କାହାଣୀକୁ ନେଇ ଫିଲ୍ମର ଶୁଭ ମୁହୂରତ ହୋଇଛି । ଫିଲ୍ମର ପ୍ରଯୋଜନା ଦାୟିତ୍ବ ତିରଞ୍ଜନ ବିଶ୍ବାଳ ସମ୍ଭାଳିଥିବା ବେଳେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ମଳୟ ମିଶ୍ର। ସେହିପରି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ନିରଞ୍ଜନ ବେହେରା । ତେବେ ଏହି ଫିଲ୍ମରେ ଦର୍ଶକ ନବାଗତ ହିରୋଇନ ଅନୁଷ୍କାଙ୍କୁ ଦେଖିବାକୁ ପାଇବେ । ଏହା ଅନୁଷ୍କାଙ୍କ ପ୍ରଥମ ଚଳିଚିତ୍ର ।
ଭୁବନେଶ୍ବରରୁ ସତରୂପା ସାମନ୍ତରାୟ, ଇଟିଭି ଭାରତ