ଭୁବନେଶ୍ବର: ବଡ଼ ପରଦାରେ ରିଲିଜ ହେଲା ଓଲିଉଡ ଫିଲ୍ମ ‘ମାଲ ମହୁ ଜୀବନ ମାଟି’ । ଷ୍ଟାରଙ୍କ ସହ ସୁପର 22 ପିଲାଙ୍କ ସହ ଫିଲ୍ମର ପ୍ରିମିୟମ ଶୋ’ରେ ସାମିଲ ହେଲେ ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଏଲିନା ।
ଭୁବନେଶ୍ବର ସ୍ଥିତ ଶ୍ରେୟା ସ୍ଵତୀ ପ୍ରେକ୍ଷ।ଳୟରେ ଏହି ଫିଲ୍ମ ରିଲିଜ ହୋଇଛି । ଯେଉଁଥିରେ ଅଭିନେତା ସବ୍ୟସାଚୀ ଓ ଏଲିନାଙ୍କ ସହ 22 ଜଣ ଭିନ୍ନକ୍ଷମ ପିଲା ମଧ୍ୟ ଅଭିନୟ କରିଛନ୍ତି । ଗୋଟିଏ ଦିନ ପୂର୍ବରୁ ବ୍ରହ୍ମପୁର ସହରରେ ଫିଲ୍ମ ରିଲିଜ ହୋଇଥିବାବେଳେ ଶନିବାର ଭୁବନେଶ୍ବରରେ ମଧ୍ୟ ରିଲିଜ ହୋଇଛି ।
ଅମର ମ୍ୟୁଜିକ ନିବେଦନ ଓ ନବୀନ ଭଣ୍ଡାରୀ ପ୍ରଯୋଜିତ ଏହି ଓଡ଼ିଆ ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ଅଭିନେତା ସବ୍ୟସାଚୀ ମିଶ୍ର ଓ ଅଭିନେତ୍ରୀ ଏଲିନା ସାମନ୍ତରାୟ । କିଭଳି ଜଣେ ଭିନ୍ନକ୍ଷମ ପିଲାଟିଏ ଲୋକଙ୍କ ଠାରୁ ଅନେକ ଟାହି ଟାପରା ଶୁଣି ମଧ୍ୟ ଭବିଷ୍ୟତ ଜୀବନରେ ଏକ ଷ୍ଟାର ହୋଇଛି । ସେହିଭଳି କିଛି କଥା ବସ୍ତୁକୁ ନେଇ ଚଳଚ୍ଚିତ୍ରଟି ତିଆରି ହୋଇଛି । ଫିଲ୍ମଟିକୁ ନିର୍ଦ୍ଦେଶନା ଦେଇଛନ୍ତି ରମେଶ ରାଉତ ଓ ସଙ୍ଗୀତ ନିର୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର । ଏକ ସମ୍ପୂର୍ଣ୍ଣ ଏଣ୍ଟରଟେନମେଣ୍ଟ ପ୍ଯାକ ଥିବାରୁ ଦର୍ଶକଙ୍କୁ ଭଲ ଲାଗିବ ବୋଲି ଆଶା ବାନ୍ଧିଛନ୍ତି କଳାକାର ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ