ଭୁବନେଶ୍ବର: ଟିଭି ପରଦାରେ ଅଭିନୟ ନୁହେଁ ସତସତିକା ପଡିଆକୁ ଓହ୍ଲାଇ କ୍ରିକେଟ ଖେଳିଲେ କଳାକାର । କିଏ ଚଉକା ଛକା ମାରିଲା ବେଳେ କିଏ ବୋଲରଙ୍କ ଶାଣିତ ବଳରେ ଆଉଟ ହୋଇ କ୍ରିଜରୁ ବିଦାୟ ନେଉଥାନ୍ତି । ଆଉ ଏହାକୁ ମନଭରି ଉପଭୋଗ କରୁଥାନ୍ତି ଓଡ଼ିଆ ଟିଭି ସିରିଏଲରେ କାମ କରୁଥିବା ସହ କଳାକାର ।
ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କିଟ ସ୍ପୋର୍ଟସ ଗ୍ରାଉଣ୍ଡ ଠାରେ ଆୟୋଜିତ ଓଡ଼ିଆ ମେଗା ସିରିଏଲ କ୍ରିକେଟ ଲିଗର ପ୍ରଥମ ଦିନରେ । ଯାହାକୁ ଓଲିଉଡର ମେଗାଷ୍ଟାର ସିଦ୍ଧାନ୍ତ ଓ ଅନୁ ଚୌଧୁରୀ ଉଦଘାଟନ କରିଛନ୍ତି । ଏହି ପ୍ରତିଯୋଗିତାରେ ଘରୋଇ ଟିଭି ଚ୍ୟାନେଲରେ ପ୍ରସାରିତ ହେଉଥିବା ବିଭିନ୍ନ ସିରିଏଲର କଳାକାର ସମେତ ଟେକ୍ନିସିଆନ ମାନେ ଭାଗ ନେଇଛନ୍ତି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ