ETV Bharat / city

ମୋଟୁ ଥାନାରେ ଥାର୍ଡ ଡିଗ୍ରୀ ମାମଲା: ମାଲକାନଗିରି ଏସପିଙ୍କୁ OHRC ର ରିପୋର୍ଟ ତଲବ - ଥାର୍ଡ ଡିଗ୍ରୀ

ଥାନାରେ ଥାର୍ଡ ଡିଗ୍ରୀ ମାମଲାର ଅଭିଯୋଗକୁ ନେଇ ରାଜ୍ୟ ମାନବାଧିକାର କମିଶନ ମାଲକାନଗିରି ଏସପିଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । 4 ସପ୍ତାହ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ।

ମୋଟୁ ଥାନାରେ ଥାର୍ଡ ଡିଗ୍ରୀ ମାମଲା, ମାଲକାନଗିରି ଏସପିଙ୍କୁ OHRC ତଦନ୍ତ ନିର୍ଦେଶ

author img

By

Published : Oct 5, 2021, 6:41 PM IST

ଭୁବନେଶ୍ବର: ମୋଟୁ ଥାନାରେ ଥାର୍ଡ ଡିଗ୍ରୀ ମାମଲାର ଅଭିଯୋଗକୁ ନେଇ ମାଲକାନଗିରି ଏସପିଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମାନବାଧିକାର କମିଶନ(OHRC) । 4 ସପ୍ତାହ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଓଏଚଆରସି । ମାଲକାନଗିରିମୋଟୁ ଥାନାରେ ଚୋରି ଅଭିଯୋଗରେ 2 ଜଣ ଅଭିଯୁକ୍ତଙ୍କୁ ଥାର୍ଡ ଡିଗ୍ରୀକୁ ରାଜ୍ୟ ମାନବାଧିକାର କମିଶନ ଅତି ଗୁରୁତର ଭାବରେ ନେଇଛନ୍ତି ।

ମୋଟୁ ଥାନାରେ ଥାର୍ଡ ଡିଗ୍ରୀ ମାମଲା, ମାଲକାନଗିରି ଏସପିଙ୍କୁ OHRC ତଦନ୍ତ ନିର୍ଦେଶ
ମୋଟୁ ଥାନାରେ ଥାର୍ଡ ଡିଗ୍ରୀ ମାମଲା, ମାଲକାନଗିରି ଏସପିଙ୍କୁ OHRC ତଦନ୍ତ ନିର୍ଦେଶ

ତଦନ୍ତ 4 ସପ୍ତାହ ମଧ୍ୟ ଶେଷ କରି ନଭେମ୍ବର 26 ତାରିଖ ପୂର୍ବରୁ ରିପୋର୍ଟ ଦେବାକୁ ମାଲକାନଗିରି ଏସପିଙ୍କୁ ଓଏଚଆରସି ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟକ୍ତିର ମାନବାଧିକାରର ଉଲ୍ଲଂଘନ କରୁଛି । ଏନେଇ ରାଜ୍ୟ ମନବାଧିକାର ଆୟୋଗ ଏହି ଘଟଣାର ନିଜ ଆଡୁ ମାମଲା ରୁଜୁ କରିଛନ୍ତି ।

ଚୋରି ଅଭିଯୋଗରେ 2 ଜଣଙ୍କୁ ଉଠାଇ ଆଣି 3 ଦିନ ଧରି ଥାନାରେ ପ୍ରବଳ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଥିଲା । ମାଡ଼ ଖାଇଥିବା ଦୁଇ ପୀଡ଼ିତ ଯୁବକ ହେଲେ ବିନୋଦ ବିଶ୍ୱାସ ଓ ବିପ୍ଳବ । ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିଛି ଦିନ ତଳେ MV-89 ଗାଁର ଜଣଙ୍କ ଘରୁ ସୁନା ଗହଣା ଏବଂ ନଗଦ ଟଙ୍କା ଚୋରୀ ଘଟଣାକୁ ନେଇ ଗାଁରେ ଦୁଇ ଯୁବକଙ୍କୁ ସନ୍ଦେହ କରାଯାଇଥିଲା । ଗାଁର ନିଷ୍ପତ୍ତି ଅନୁସାରେ ଦୁଇ ଯୁବକଙ୍କ ନାଁରେ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.