ETV Bharat / city

ମାନବାଧିକାର ଆୟୋଗର ସାଙ୍ଘାତିକ ତଥ୍ୟ; ଖାକି ପୋଷାକରେ କଳାଦାଗ - ସାଙ୍ଘାତିକ ତଥ୍ୟ

ବିଭିନ୍ନ ଘଟଣା ଉପରୁ ପରଦା ହଟାଉଥିବା ପୋଲିସ ଖାକିରେ ହିଁ ଲାଗିଛି କଳଙ୍କ । ରାଜ୍ୟ ମାନବାଧିକାର ଆୟୋଗରୁ ଏମିତି ସାଙ୍ଘାତିକ ତଥ୍ୟ ମିଳିବା ପରେ ଏଭଳି ପ୍ରଶ୍ନ ଉଙ୍କି ମାରୁଛି । ଅଧିକ ପଢନ୍ତୁ...

ohrc-publish-case-study-against-police
ohrc-publish-case-study-against-police
author img

By

Published : Mar 5, 2020, 10:20 AM IST

Updated : Mar 5, 2020, 9:50 PM IST

ଭୁବନେଶ୍ବର: ବାଡ ଯଦି ଫସଲ ଖାଏ, କହିବେ କାହାକୁ ? ଜନସାଧାରଣଙ୍କ ସୁରକ୍ଷା ଦାୟିତ୍ବରେ ଥିବା ଲୋକ ଯଦି ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରେ, ଭରସା କରିବେ କାହାକୁ ? କାରଣ ବିଭିନ୍ନ ଘଟଣା ଉପରୁ ପରଦା ହଟାଉଥିବା ପୋଲିସ ଖାକିରେ ହିଁ ଲାଗିଛି କଳଙ୍କ । ରାଜ୍ୟ ମାନବାଧିକାର ଆୟୋଗରୁ ଏମିତି ସାଙ୍ଘାତିକ ତଥ୍ୟ ମିଳିବା ପରେ ଏଭଳି ପ୍ରଶ୍ନ ଉଙ୍କି ମାରୁଛି । ପୋଲିସ ପ୍ରଶାସନ ବିରୋଧରେ ରୁଜୁ ହୋଇଛି ସର୍ବାଧିକ ମାମଲା । ସେପଟେ କମିଶନଙ୍କ ନିକଟରେ ଆବଶ୍ୟକୀୟ କର୍ମଚାରୀଙ୍କ ଅଭାବ ହେତୁ ଅନେକ ତଦନ୍ତର ସତ୍ୟାସତ୍ୟ ଏବେ ଅନ୍ଧାରରେ ବୋଲି ଅଭିଯୋଗ ଆଣିଛନ୍ତି ଅଭିଯୋଗକାରୀ ।

ମାନବାଧିକାର ଆୟୋଗର ସାଙ୍ଘାତିକ ତଥ୍ୟ; ଖାକି ପୋଷାକରେ କଳାଦାଗ

ଓଡିଶା ମନାବାଧିକାର ଆୟୋଗରେ ପୋଲିସ ବିରୁଦ୍ଧରେ ହିଁ ଅଧିକ ମାମଲା ରୁଜୁ ହୋଇଛି। ମାନବାଧିକାର କମିଶନଙ୍କ ନିକଟରେ ଶିଶୁ , ସ୍ବାସ୍ଥ୍ୟ, ଜେଲ, ସାମାଜିକ ଅକ୍ଷମ, ପୋଲିସ , ପ୍ରଦୂଷଣ, ସମ୍ପ୍ରଦାୟ ଓ ମହିଳା ଭଳି ବିଭାଗ ଜରିଆରେ ରୁଜୁ ହୋଇଛି ମାମଲା । 14 ବର୍ଷ ତଳୁ ଯଦି ଏହି ତଥ୍ୟ ଦେଖାଯାଏ ତେବେ ସର୍ବାଧିକ କେସ ରହିଛି ପୋଲିସ ବିରୋଧରେ । 2005-06 ମସିହାରେ ରୁଜୁ ହୋଇଛି 547ଟି କେସ ।

2006-07 ମସିହାରେ ରୁଜୁ ହୋଇଛି 513ଟି କେସ ,2007-08 ମସିହାରେ ରୁଜୁ ହୋଇଛି 620 କେସ, 2008-09 ମସିହାରେ ରୁଜୁ ହୋଇଛି 837 କେସ, 2009-10 ମସିହାରେ 615 କେସ, 2010-11 ମସିହାରେ 834 କେସ, 2011-12 ମସିହାରେ 1173 କେସ, 2012-13 ମସିହାରେ 1356 କେସ, 2013-14 ମସିହାରେ 1723 କେସ, 2014- 15 ମସିହାରେ 805 କେସ ,2015-16 ମସିହାରେ 2395 କେସ2016-17 ମସିହାରେ 1908 କେସ2017-2018 ମସିହାରେ ରୁଜୁ ହୋଇଛି 2021ଟି କେସ। ଯାହାକୁ ନେଇ ସଙ୍ଗୀନ ଆରୋପ ଲଗାଇଛନ୍ତି ମାନବାଧିକାର କର୍ମୀ ପ୍ରଦୀପ ନାୟକ ।

ନିଜ ବିରୋଧରେ ଅଭିଯୋଗ ଆସିଲେ ପୋଲିସ ନିଜ ପାୱାର ବଳରେ ଖେଳୁଥିବା ଅଭିଯୋଗ ହୋଇଛି । ଫଳରେ ନ୍ୟାୟ ମିଳିବା ବଦଳରେ ମିଳୁଛି ଧମକ । କେବେ ସେହି ସବୁ ମାମଲା ଉପରୁ ପରଦା ହଟି କାର୍ଯ୍ୟାନୁଷ୍ଠାନ ହେବ ତାହାକୁ ଚାହିଁ ବସିଛନ୍ତି ଅଭିଯୋଗକାରୀ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Mar 5, 2020, 9:50 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.