ETV Bharat / city

ଥାନାରେ ଯୁବତୀଙ୍କୁ ଅଟକ ଘଟଣା: ସହାୟତା ରାଶି ପାଇଁ ଗୃହ ବିଭାଗକୁ OHRCର ନିର୍ଦ୍ଦେଶ - ଥାନାରେ ଯୁବତୀଙ୍କୁ ଅଟକ ଘଟଣା

ଏକ ଘରୋଇ କଳି ଘଟଣାରେ ପୋଲିସ ଦୁଇ ଜଣ ଯୁବତୀଙ୍କୁ ଥାନାରେ ଅଟକ ରଖିବା ଘଟଣାରେ OHRCର ନିର୍ଦେଶ । ଥାନାରେ ଜୋର ଜବରଦସ୍ତି ଅଟକ ରଖିବା ସେମାନଙ୍କ ମାନବିଧିକାର କ୍ଷୁର୍ଣ୍ଣ ହୋଇଥିବା କହିଛି OHRC । ଫଳରେ ଆର୍ଥିକ ସହାୟତା ରାଶି ପାଇଣ ଗୃହ ବିଭାଗକୁ ଦିଆଯାଇଛି ନିର୍ଦେଶ । ଆଗକୁ ପଢନ୍ତୁ..

home-department
home-department
author img

By

Published : Feb 27, 2020, 8:13 PM IST

Updated : Feb 28, 2020, 2:53 AM IST

ଭୁବନେଶ୍ବର: ଥାନାରେ ଯୁବତୀଙ୍କୁ ଅଟକ ରଖିବା ଘଟଣା, ସହାୟତା ରାଶି ପାଇଁ ଗୃହ ବିଭାଗକୁ ଓଏଚଆରସିର ନିର୍ଦେଶ । ନୟାପଲ୍ଲୀ ଅଞ୍ଚଳରେ ଦୁଇ ଜଣ ଯୁବତୀଙ୍କୁ ଜୋର ଜବରଦସ୍ତି ଥାନାକୁ ଆଣିବା ଘଟଣାରେ ତଦନ୍ତ କରିବା ପରେ ଉକ୍ତ ଦୁଇ ଯୁବତୀଙ୍କ ମାନବାଧିକାର ଓ ଆର୍ଥିକ ସହାୟତା ପ୍ରଦାନ ପାଇଁ ରାଜ୍ୟ ମାନବାଧିକାର କମିଶନ ରାଜ୍ୟ ଗୃହ ବିଭାଗକୁ ନିର୍ଦେଶ ଦେଇଛି ।

ସହାୟତା ରାଶି ପାଇଁ ଗୃହ ବିଭାଗକୁ OHRCର ନିର୍ଦେଶ

ନୟାପଲ୍ଲୀ ଥାନାରେ ଜାଗାବାଡିକୁ କେନ୍ଦ୍ର କରି 2018 ମସିହା ମେ ମାସ 14 ତାରିଖ ଘଟଣା । ଏକ ପରିବାରର ଦୁଇ ଜଣ ଉଚ୍ଚ ଶିକ୍ଷିତ ଯୁବତୀଙ୍କୁ ଜୋର ଜବରଦସ୍ତି ଘରୁ ଆଣି ଥାନାରେ ରଖିଥିଲେ ଥାନା ଅଧିକାରୀ । ସେହି ଦୁଇ ଜଣ ଯୁବତୀଙ୍କୁ ଥାନାରେ ରଖି ବିଭିନ୍ନ ପ୍ରକାରର ଅତ୍ୟାଚାର କରାଯାଉଥିଲା । ଏହି ଘଟଣାକୁ ନେଇ ପରବର୍ତ୍ତୀ ସମୟରେ ଡିସିପି ଓ କମିଶନର ପୋଲିସଙ୍କୁ ଏହି ଘଟଣାକୁ ନେଇ ତଦନ୍ତ କରିବାକୁ ରାଜ୍ୟ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଥିଲେ ।

ଏହି ତଦନ୍ତରେ ନୟାପଲ୍ଲୀ ଥାନା ଅଧିକାରୀ ସଂଗ୍ରାମ ପଟ୍ଟନାୟକ ସହ ଉକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ଏହି ତଦନ୍ତରେ ସନ୍ତୁଷ୍ଟ ନଥିଲେ ମନାବାଧିକାର କମିଶନର । ଯାହାକୁ ନେଇ ଏକ ଟିମ ଗଠନ କରି ତଦନ୍ତ କରିବା ପରେ ରିପୋର୍ଟ ପାଇଥିଲେ ମାନବ ଅଧିକାର କମିଶନର । ଥାନା ଅଧିକାରୀ ଏଭଳି ଦୁଇ ଯୁବତୀଙ୍କୁ ଜବରଦସ୍ତି ଥାନା କୁ ଆଣିବାରେ ଦୁଇ ଜଣ ଯୁବତୀଙ୍କ ମାନବ ଅଧିକାର ସହ ଆର୍ଥିକ କ୍ଷୁର୍ଣ୍ଣ ହୋଇଛି । ତେବେ ଏହି ଘଟଣାକୁ ନେଇ ରାଜ୍ୟ ମାନବାଧିକାର କମିଶନର ଦୁଇ ଯୁବତୀଙ୍କୁ 50 ହଜାର ଟଙ୍କା ଦେବା ପାଇଁ ରାଜ୍ୟ ଗୃହ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Feb 28, 2020, 2:53 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.