ETV Bharat / city

ଥାନା ସମ୍ମୁଖରେ ଆତ୍ମାହୁତି ଘଟଣା, ପୋଲିସ ଡିଜିଙ୍କୁ ରିପୋର୍ଟ ମାଗିଲେ OHRC - ଥାନା ସମ୍ମୁଖରେ ଆତ୍ମାହୁତି ଘଟଣାର OHRCରେ ମାମଲା ରୁଜୁ

କିଶନ ନଗର ଥାନା ସମ୍ମୁଖରେ ଜନୈକ ବ୍ୟକ୍ତିଙ୍କ ଆତ୍ମାହୁତି ଘଟଣାକୁ ନେଇ ନିଜ ଆଡୁ ମାମଲା ରୁଜୁ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ। ଅଧିକ ପଢ଼ନ୍ତୁ

ଥାନା ସମ୍ମୁଖରେ ଜୈନିକ ବ୍ୟକ୍ତିଙ୍କ ଆତ୍ମାହୁତି, ପୋଲିସ ଡିଜିଙ୍କୁ ରିପୋର୍ଟ ମାଗିଲେ OHRC

author img

By

Published : Jun 24, 2022, 10:14 PM IST

ଭୁବନେଶ୍ବର: କିଶନ ନଗର ଥାନା ସମ୍ମୁଖରେ ଜନୈକ ବ୍ୟକ୍ତିଙ୍କ ଆତ୍ମାହୁତି ଘଟଣାକୁ ନେଇ ନିଜ ଆଡୁ ମାମଲା ରୁଜୁ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ। ଏହି ଘଟଣା ସମ୍ପର୍କରେ ରିପୋର୍ଟ ଦେବାକୁୂ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି OHRC । ପରବର୍ତ୍ତୀ ତାରିଖ ସୁଦ୍ଧା ତଦନ୍ତ କରି ରିପୋର୍ଟ ଦେବାକୁ ଡିଜିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଥାନା ସମ୍ମୁଖରେ ଜୈନିକ ବ୍ୟକ୍ତିଙ୍କ ଆତ୍ମାହୁତି, ପୋଲିସ ଡିଜିଙ୍କୁ ରିପୋର୍ଟ ମାଗିଲେ OHRC
ଥାନା ସମ୍ମୁଖରେ ଜୈନିକ ବ୍ୟକ୍ତିଙ୍କ ଆତ୍ମାହୁତି, ପୋଲିସ ଡିଜିଙ୍କୁ ରିପୋର୍ଟ ମାଗିଲେ OHRC

ଦୀର୍ଘ ଦିନ ଧରି ଲାଗି ରହିଥିବା ଜମିବାଡ଼ି ବିବାଦକୁ ନେଇ କଟକ ଇଷାଣି ବ୍ରହ୍ମପୁରର ଗୁଣନିଧି ବିଷୋୟୀ ନାମକ ବ୍ୟକ୍ତି ବାରମ୍ବାର ଥାନା ଦ୍ବାରସ୍ତ ହେଉଥିଲେ । ଏହାକୁ ନେଇ ପାରିବାରିକ କଳହ ମଧ୍ୟ ବଢ଼ି ଚାଲିଥିଲା । ହେଲେ ଥାନା ଅଧିକାରୀ ସମସ୍ୟାର ସମାଧାନ ନେଇ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି । ଏହାକୁ ସହ୍ୟ ନକରିପାରି ଥାନା ପରିସରରେ ଗୁଣନିଧି ଦେହରେ କିରୋସିିନ ଢାଳି ହୋଇ ନିଆଁ ଲଗାଇ ଦେଇଥିଲେ ।

ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଶରୀରର ପ୍ରାୟ ୯୦ଭାଗ ଜଳିଯାଇଥିଲା । ପରେ ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ପାଇଁ କିଶନ ନଗର ଥାନାଧିକାରୀ ସସ୍ମିତା ରଣାଙ୍କୁ ସିଧାସଳଖ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ ।

ବାରମ୍ବାର ଥାନାକୁ ଦୌଡିବା ପରେ ମଧ୍ୟ ଅଭିଯୋଗ ଶୁଣିବା ବଦଳରେ ଥାନରେ ତାଙ୍କୁ ମାନସିକ ନିର୍ଯାତନା ଦିଆ ଯାଇଥିବା ଅଭିଯୋଗ ହୋଇଛି । ଏହା ଏକ ଗମ୍ଭୀର ବିଷୟ ହୋଇଥିବାରୁ ରାଜ୍ୟ ମାନବାଧିକାର କମିଶନ ନିଜ ଆଡ଼ୁ ମାମଲା ଦାଖଲ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.