ETV Bharat / city

ଆଜିଠୁ ୟୁଜି ପ୍ରଥମବର୍ଷ ଶ୍ରେଣୀଗୃହ ପାଠପଢା

author img

By

Published : Nov 1, 2021, 7:52 AM IST

ରାଜ୍ୟରେ ଧିରେ ଧିରେ କୋରୋନା ସ୍ଥିତିରେ ସୁଧାର ଆସୁଛି । ଅନଲାଇନ ପାଠପଢା ପରିବର୍ତ୍ତେ ଅଫଲାଇନ ପାଠପଢା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି ଶିକ୍ଷା ବିଭାଗ ଏହି ପରିପ୍ରେକ୍ଷୀରେ ଆଜିଠୁ(ସୋମବାର) ୟୁଜି (ସ୍ନାତ୍ତକ) ପ୍ରଥମ ବର୍ଷ ପିଲାଙ୍କ ଶ୍ରେଣୀଗୃହ ପାଠପଢା ଆରମ୍ଭ ହେବ । ଅଧିକ ପଢନ୍ତୁ...

ଆଜିଠୁ ୟୁଜି ପ୍ରଥମବର୍ଷ ଶ୍ରେଣୀଗୃହ ପାଠପଢା
ଆଜିଠୁ ୟୁଜି ପ୍ରଥମବର୍ଷ ଶ୍ରେଣୀଗୃହ ପାଠପଢା

ଭୁବନେଶ୍ବର: ରାଜ୍ୟରେ ଧିରେ ଧିରେ କୋରୋନା ସ୍ଥିତିରେ ସୁଧାର ଆସୁଛି । ଫଳରେ ପର୍ଯ୍ୟାୟକ୍ରମେ ଶିକ୍ଷାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଅନଲାଇନ ପାଠପଢା ପରିବର୍ତ୍ତେ ଅଫଲାଇନ ପାଠପଢା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି ଶିକ୍ଷା ବିଭାଗ ଏହି ପରିପ୍ରେକ୍ଷୀରେ ଆଜିଠୁ(ସୋମବାର) ୟୁଜି (ସ୍ନାତ୍ତକ) ପ୍ରଥମ ବର୍ଷ ପିଲାଙ୍କ ଶ୍ରେଣୀଗୃହ ପାଠପଢା ଆରମ୍ଭ ହେବ । କୋରୋନା କଟକଣା ପାଳନ କରିବାକୁ ସମସ୍ତ ଶିକ୍ଷାନୁଷ୍ଠାନକୁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛନ୍ତି ।

ୟୁଜି ପିଲାଙ୍କ ଶ୍ରେଣୀଗୃହ ପାଠପଢା ନେଇ ଅକ୍ଟୋବର ୨୭ ତାରିଖରେ ସମସ୍ତ ବିଶ୍ବବିଦ୍ୟାଳୟର କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର । ୟୁଜିରେ ନୂଆକରି ନାମ ଲେଖାଇଥିବା ଛାତ୍ରଛାତ୍ରୀ ଶ୍ରେଣୀଗୃହରେ ପଢ଼ିବେ। ତେବେ କୋଭିଡ୍ କଟକଣା ମାନି ଶ୍ରେଣୀଗୃହ ପାଠପଢ଼ା ନେଇ ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ। ଉଚ୍ଚଶିକ୍ଷା ବିଭାଗ ସଚିବଙ୍କ ପକ୍ଷରୁ ଦିଆଯାଇଥିବା ଚିଠିରେ ଶ୍ରେଣୀଗୃହରେ ପାଠପଢ଼ା ପାଇଁ ଛାତ୍ରଛାତ୍ରୀଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି। ସେମାନେ ନିୟମିତ ବ୍ୟବଧାନରେ ହାତ ସଫା କରିବେ। ଶ୍ରେଣୀଗୃହ, ପାଠାଗାର ତଥା ଲାବୋରଟୋରୀ ଗୁଡ଼ିକରେ ଛାତ୍ରଛାତ୍ରୀମାନେ ସେମାନଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବେ। କେହି କଲେଜ ପରିସର ମଧ୍ୟରେ ବାହାରେ ଏଣେତେଣେ ଛେପ ପକାଇ ପାରିବେ ନାହିଁ। କାଶିବା ବା ଛିଙ୍କିବା ବେଳେ ରୁମାଲ ଆଦି ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି ।

ଛାତ୍ରଛାତ୍ରୀମାନେ ନିଜ ସ୍ବାସ୍ଥ୍ୟ ବିଷୟରେ ଯେପରି ସଚେତନ ରହିବେ, ସେଥିପାଇଁ ସେମାନଙ୍କୁ ପ୍ରୋତ୍ସାହିତ କରିବାକୁ ବିଶ୍ବବିଦ୍ୟାଳୟ ଓ କଲେଜ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି । ସେହିପରି ଜରୁରୀ ସ୍ଥିତି ପାଇଁ ସବୁ କଲେଜ ଏକ ନିର୍ଦ୍ଦିଷ୍ଟ କଠୋରୀକୁ ପ୍ରସ୍ତୁତ ରଖିବାକୁ ଚିଠିରେ ଉଲ୍ଲେଖ ହୋଇଛି । ଶ୍ରେଣୀ ଗୃହ ପାଠପଢ଼ା ଆରମ୍ଭ କରିବା ସହିତ ହଷ୍ଟେଲ ଗୁଡ଼ିକୁ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁମାନେ ହଷ୍ଟେଲରେ ନାଁ ଲେଖାଇଛନ୍ତି, ସେମାନେ ସେଠାରେ ରହିପାରିବେ। ହଷ୍ଟେଲ୍‌ରେ ମଧ୍ୟ ସମସ୍ତ କୋଭିଡ କଟକଣା ଯେମିତି ପାଳନ ହୁଏ ସେଥିପ୍ରତି ଧ୍ୟାନ ଦେବାରୁ ନିର୍ଦ୍ଦେଶ ହୋଇଛି ।

ବ୍ୟୁରୋ ରିପୋର୍ଟ,ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.