ETV Bharat / city

ଆଜିଠୁ ଅଫଲାଇନରେ ଅଷ୍ଟମ ଶ୍ରେଣୀ ପାଠପଢ଼ା ଆରମ୍ଭ - ଅଫ୍‌ଲାଇନ ପାଠପଢ଼ା

ଆଜିଠୁ ସ୍କୁଲ ଯିବେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ । ଦୀର୍ଘ ଦେଢବର୍ଷ ପରେ ସ୍କୁଲ ଖୋଲୁଥିବାରୁ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ ଶିକ୍ଷକ ଶିକ୍ଷୟତ୍ରୀ ଓ ପରିଚାଳନା କମିଟି । ଅଧିକ ପଢନ୍ତୁ...

ଆଜିଠୁ ଅଷ୍ଟମ ଶ୍ରେଣୀ ଅଫ୍‌ଲାଇନ ପାଠପଢ଼ା ଆରମ୍ଭ

author img

By

Published : Oct 25, 2021, 8:15 AM IST

Updated : Oct 25, 2021, 2:02 PM IST

ଭୁବନେଶ୍ବର: ଆଜି ଠାରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅଫ୍‌ଲାଇନ ପାଠପଢ଼ା ଆରମ୍ଭ । ଦୀର୍ଘ ଦେଢବର୍ଷ ପରେ କ୍ଳାସ ରୁମ୍‌ରେ ପାଠ ପଢି଼ବେ ଛାତ୍ରଛାତ୍ରୀ । ସକାଳ ୯ଟାରୁ ଦିନ ୧୨.୩୦ଟା ପର୍ଯ୍ୟନ୍ତ ଚାଲିବ ଅଷ୍ଟମ ଶ୍ରେଣୀ କ୍ଲାସ । ତେବେ ସ୍କୁଲରେ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯିବନାହିଁ । ଅଫ୍‌ଲାଇନ କ୍ଲାସ୍ ସହ ଅନଲାଇନ୍ କ୍ଲାସ ଜାରି ରହିବ। ଛାତ୍ରଛାତ୍ରୀ ସେମାନଙ୍କର ଅଭିଭାବକଙ୍କ ଅନୁମତିରେ ଅଫ୍‌ଲାଇନ କ୍ଲାସରେ ଯୋଗ ଦେବେ ।

ଆଜିଠୁ ଅଫଲାଇନରେ ଅଷ୍ଟମ ଶ୍ରେଣୀ ପାଠପଢ଼ା ଆରମ୍ଭ

ତେବେ ରନ୍ଧା ଖାଦ୍ୟ ବଦଳରେ ଛାତ୍ରଛାତ୍ରୀଙ୍କୁ ପୂର୍ବ ଭଳି ଶୁଖିଲା ରାସନ ପ୍ରଦାନ କରାଯିବ । କୋଭିଡ- ୧୯ ନିୟମ ଓ ସାମାଜିକ ଦୂରତା ଅନୁସରଣ କରି ଆଜି ବିଦ୍ୟାଳୟ ଖୋଲିବା ସହ ହଷ୍ଟେଲ ମଧ୍ୟ ଖୋଲାଯିବ । ହଷ୍ଟେଲରେ ରହିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଅଭିଭାବକଙ୍କ ସମ୍ମତି ବାଧ୍ୟତାମୂଳକ କରାଯାଇଛି । ଆଜି ଛାତ୍ରଛାତ୍ରୀଙ୍କୁ ପାଠପଢା ନଯାଇ ଆଲୋଚନା କରିବେ ଶିକ୍ଷକ ଶିକ୍ଷୟତ୍ରୀ ଓ ପରିଚାଳନା କମିଟି । 27, 28 ଓ 29 ତାରିଖରେ ସ୍ୱତନ୍ତ୍ର ପରୀକ୍ଷା ଜରିଆରେ ଶିକ୍ଷାସ୍ତର ଆକଳନ ହେବ । ଏଥିପାଇଁ ଆଜି ଓ ଆସନ୍ତାକାଲି ପିଲାମାନଙ୍କ ମଧ୍ୟରେ ଆଲୋଚନା, ତର୍କ ପ୍ରତିଯୋଗୀତା, ସଂଗୀତଗାନ, ଚିତ୍ରାଙ୍କନ, ମାଟିକାମ, କୋଭିଡ ସମୟରେ ସମୟ କିପରି ବିତାଇଲେ ତାହା ଉପରେ ଆଲୋଚନା କରାଯିବ।

ପିଲାମାନେ ମୁକ୍ତଭାବରେ ବିଦ୍ୟାଳୟ ଭିତରେ ବୁଲିବା, ବିଭିନ୍ନ ପ୍ରଦର୍ଶନୀର ଆୟୋଜନ କରିବା, ବିଭିନ୍ନ ବସ୍ତୁ ସଂଗ୍ରହ କରି ଏହା ଉପରେ ମଧ୍ୟ ଆଲୋଚନା କରାଯିବ। ସର୍ବୋପରି ବିଦ୍ୟାଳୟରେ ଏକ ଭୟମୁକ୍ତ ବାତାବରଣ ସୃଷ୍ଟି କରିବା ପାଇଁ ପ୍ରଚେଷ୍ଟା କରାଯିବ । ଛାତ୍ରଛାତ୍ରୀଙ୍କ ମନରେ ବିଦ୍ୟାଳୟ ଓ ପାଠପଢ଼ା ପ୍ରତି ଆଗ୍ରହ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ।

ଷଷ୍ଠ ଶ୍ରେଣୀର ପାଠ ଉପରେ ଛାତ୍ରଛାତ୍ରୀଙ୍କ କିଛି ଧାରଣା ରହିଥାଇପାରେ । ଏହାକୁ ଦୃଷ୍ଟିରେ ରଖି ସବୁପିଲାଙ୍କ ଶିକ୍ଷା ସ୍ତରର ଏକ ପରୀକ୍ଷା କରାଯିବ । 27 ତାରିଖରେ ଓଡ଼ିଆ, 28 ତାରିଖରେ ଗଣିତ ଓ 29 ତାରିଖରେ ଇଂରାଜୀ ବିଷୟରେ ଅଷ୍ଟମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଅଂଶଗ୍ରହଣ କରିବେ । ସମୟସୀମା ମାତ୍ର 1 ଘଣ୍ଟା ରହିବ । ପ୍ରଶ୍ନପତ୍ର ଓସେପା ଓ SCERT ପକ୍ଷରୁ ଯୋଗାଇ ଦିଆଯିବ । ଯେଉଁ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଆସୁନଥିବେ, ପ୍ରଧାନଶିକ୍ଷକ ବା ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ଘରକୁ ପ୍ରଶ୍ନପତ୍ର ପଠାଇ ଏହି ଆକଳନ କରାଇବେ ।

ପ୍ରତ୍ୟେକ ଛାତ୍ରର ଫଳାଫଳ ଲିପିବଦ୍ଧ କରାଯିବ । ହାର ବିଶ୍ଳେଷଣ ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନିଆଯିବ । ଆକଳନ ଶେଷ ହେବାପରେ ପ୍ରତି ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିକାର ଶିକ୍ଷା (Remedical Teaching) ପ୍ରଧାନଶିକ୍ଷକଙ୍କ ଦ୍ଵାରା କରାଯିବା। ଯଦି କୌଣସି ଶିକ୍ଷକ ବା ଛାତ୍ରଛାତ୍ରୀ ଥଣ୍ଡା ବା କଫ ଜନିତ ରୋଗରେ ପୀଡ଼ିତ ଥିବେ, ସେମାନଙ୍କୁ ବିଦ୍ୟାଳୟରେ ପ୍ରବେଶ କରିବାକୁ ଅନୁମତି ମିଳିବ ନାହିଁ । ଯେଉଁ ସ୍ଥାନରେ କୋରୋନା ସଂକ୍ରମଣ ହାର ଅଧିକ ରହିଥିବା ସେହି ସ୍ଥାନ ଗୁଡ଼ିକରେ ଥିବା ବିଦ୍ୟାଳୟ ଖୋଲିବା ପାଇଁ ଚୂଡ଼ାନ୍ତ ନିଷ୍ପତ୍ତି ଜିଲ୍ଲାପାଳମାନେ ନେଇପାରିବେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Oct 25, 2021, 2:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.