ETV Bharat / city

ଓଡିଶାରେ ବଢାଯିବ ନମୂନା ପରୀକ୍ଷା ସଂଖ୍ୟା, ଆଉ 4 ଟି ଜିଲ୍ଲାରେ ହେବ ଟେଷ୍ଟ

author img

By

Published : Apr 29, 2020, 6:20 PM IST

Updated : Apr 29, 2020, 8:31 PM IST

ଓଡିଶାରେ ବଢିବ ନମୂନା ପରୀକ୍ଷା ସଂଖ୍ୟା। ଆଉ 4 ଟି ଜିଲ୍ଲାରେ ପରୀକ୍ଷା କରାଯିବ ବୋଲି କୋରୋନାକୁ ନେଇ ହେଉଥିବା ପ୍ରେସ ବିବୃତିରେ କୁହାଯାଇଛି । ଅଧିକ ପଢନ୍ତୁ...

govt of odisha
ଓଡିଶାରେ ବଢାଯିବ ନମୂନା ପରୀକ୍ଷା ସଂଖ୍ୟା, ଆଉ 4 ଟି ଜିଲ୍ଲାରେ ହେବ ଟେଷ୍ଟ

ଭୁବନେଶ୍ବର: ଓଡିଶାରେ ବଢିବ ନମୂନା ପରୀକ୍ଷା ସଂଖ୍ୟା। ଆଉ 4 ଟି ଜିଲ୍ଲାରେ କରାଯିବ ପରୀକ୍ଷା। ରାଜ୍ୟରେ ନମୂନା ପରୀକ୍ଷା କରିବା ଶକ୍ତି 2 ହଜାରରରୁ ଅଧିକ ରହିଛି। 8 ଟି ଲ୍ୟାବରେ କୋରୋନା ପରୀକ୍ଷା ହେଉଛି। ଆଗାମୀ ଦିନରେ ଆଉ 4 ଟି ଜିଲ୍ଲାରେ ପରୀକ୍ଷା କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୋରୋନାକୁ ନେଇ ହେଉଥିବା ପ୍ରେସ ବିବୃତି ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ କହିଛନ୍ତି ।

ରାଜ୍ୟରେ କୋରୋନା ମୁକାବିଲା ଲାଗି ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି। ପ୍ରତି ଜିଲ୍ଲାରେ କୋଭିଡ ହସ୍ପିଟାଲ ଖୋଲାଯାଇଛି। ରାଜ୍ୟରେ ଅଧିକରୁ ଅଧିକ ଟେଷ୍ଟ କରାଯାଉଛି। ଜନସାଧାରଣଙ୍କୁ ସଚେତନ କରାଯାଉଛି ବୋଲି ମଧ୍ୟ ଏହି ପ୍ରେସ ବିବୃତିରେ କୁହାଯାଇଛି ।

ତେବେ ରାଜ୍ୟରେ 250 ଟି ଟେଷ୍ଟ କଲା ପରେ ଗୋଟିଏ ପଜେଟିଭ୍‌ ବାହାରୁଛି । ପୂର୍ବରୁ ଏକ ସପ୍ତାହ ମଧ୍ୟରେ 1500 ଟେଷ୍ଟ କରାଯାଉଥିଲା। ବର୍ତ୍ତମାନ ସମୟରେ 4 ସପ୍ତାହ ପରେ ତାହା 15 ହଜାରରେ ପହଞ୍ଚିଛି। ରାଜ୍ୟରେ ଏବେ 8 ଟି ଲ୍ୟାବ୍‌ ଟେଷ୍ଟ ରହିଛି। ଯେଉଁଥିରେ ଭୁବନେଶ୍ବରରେ 4ଟି ଥିବାବେଳେ ବ୍ରହ୍ମପୁରରେ ଗୋଟିଏ, ବୁର୍ଲାରେ ଗୋଟିଏ, କଟକ ଓ ରାଉରକେଲାରେ ଗୋଟିଏ ଲେଖାଏଁ ରହିଛି ।

ଆଗାମୀ ଦିନରେ କୋରାପୁଟ, ବଲାଙ୍ଗୀର, ବାଲେଶ୍ବର ଓ ବାରିପଦାରେ ଏହି ଲାବ୍‌ କରାଯିବ ବୋଲି କୁହାଯାଇଛି । ଅନ୍ୟପଟେ 10 ଲକ୍ଷ ଜନସଂଖ୍ୟାରେ ଭାରତରେ 452 ଲୋକଙ୍କର ଟେଷ୍ଟ ହେଉଥିବାବେଳେ ଓଡିଶାରେ 666 ଙ୍କର ଏହି ଟେଷ୍ଟ କରାଯାଇଛି। ଏହାକୁ ଆହୁରି ଅଧିକ ମାତ୍ରାରେ ବଢାଯିବା ସହ ପଜେଟିଭ୍‌ କେସକୁ ଧରିବାକୁ ଏହା କରାଯାଉଛି ବୋଲି ନିର୍ଦ୍ଦେଶିକା କହିଛନ୍ତି । କେନ୍ଦ୍ରସରକାର ଓ ଆଇସିଏମଆର ଗାଇଡ୍‌ଲାଇନ୍‌ ଅନୁସାରେ ଟେଷ୍ଟ କରାଯାଉଥିବା ସେ କହିଛନ୍ତି ।

ଆଇସିଏମଆର ଗାଇଡ ଲାଇନ ଅନୁସାରେ ଟେଷ୍ଟ କାହାର ହେବ କଥା

  • ପ୍ରଥମ ବିଭାଗରେ ଯେଉଁ ଲୋକଙ୍କ ଦେହରେ ଲକ୍ଷଣ ଅଛି। ଥଣ୍ଡା କାସ ହେବା ଆଦି ଯାହାର ଲକ୍ଷଣ ରହିଛି ସେମାନଙ୍କର ପ୍ରଥମ କରି ଟେଷ୍ଟ କରାଯିବ। ଘରେ ରୁହନ୍ତୁ ଅବା ହସ୍ପିଟାଲରେ ରହିଲେବି ପ୍ରଥମେ ଟେଷ୍ଟ କରାଯାଉଛି।
  • ଦ୍ବିତୀୟ ବିଭାଗରେ ଯେଉଁମାନେ କୋଭିଡ ଆକ୍ରାନ୍ତଙ୍କ ସମ୍ପର୍କରେ ଆସିଥିବେ ସେମାନଙ୍କୁ ମଧ୍ୟ ଟେଷ୍ଟ କରାଯାଉଛି।
  • ତୃତୀୟରେ ଯେଉଁମାନେ ରାଜ୍ୟ ବାହାର ତଥା ଦେଶ ବହାରରୁ ଆସିଥାନ୍ତି ସେମାନଙ୍କର ଟେଷ୍ଟ କରାଯାଉଛି।
  • ଚତୁର୍ଥରେ ସ୍ବାସ୍ଥ୍ୟ କର୍ମୀଙ୍କର ଟେଷ୍ଟ କରାଯାଉଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Apr 29, 2020, 8:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.