ETV Bharat / city

ନୃତ୍ୟରେ ସଂଯୁକ୍ତାଙ୍କୁ ଶ୍ରଦ୍ଧାଞ୍ଜଳି - ନୃତ୍ୟରେ ସଂଯୁକ୍ତାଙ୍କୁ ଶ୍ରଦ୍ଧାଞ୍ଜଳି

ରବୀନ୍ଦ୍ରମଣ୍ଡପଠାରେ ପାଳିତ ହୋଇଯାଇଛି ପଦ୍ମଶ୍ରୀ ସଂଯୁକ୍ତା ପାଣିଗ୍ରାହୀଙ୍କ ଜନ୍ମବାର୍ଷୀକି।ଶନିବାର ଏହି ଦିବଙ୍ଗତ ଶିଳ୍ପୀଙ୍କ ଜୟନ୍ତୀରେ ତାଙ୍କୁ ନୃତ୍ୟ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଶାସ୍ତ୍ରୀୟ ନୃତ୍ୟ ଶିଳ୍ପୀମାନେ।

ଫଟୋ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର
author img

By

Published : Aug 25, 2019, 5:40 AM IST

ଭୁବନେଶ୍ବର: ଓଡିଶୀ ନୃତ୍ୟର ଏକ ସୁଉଚ୍ଚାରିତ ନାମ ହେଉଛି ସଂଯୁକ୍ତା ପାଣିଗ୍ରାହୀ। ସେ ଜଣେ ପ୍ରଖ୍ୟାତ ନୃତ୍ୟଶିଳ୍ପୀ ଭାବେ ଦେଶ ଓ ବିଦେଶରେ ଖ୍ୟାତି ଅର୍ଜନ କରିଛନ୍ତି। ସ୍ବର୍ଗତ ଶିଳ୍ପୀଙ୍କ ଅବଦାନ ଓଡିଶୀର ଜୟଯାତ୍ରାରେ ଏକ ମାଇଲ ଖୁଣ୍ଟ ସଦୃଶ୍ୟ। ଶନିବାର ଏହି ଦିବଙ୍ଗତ ଶିଳ୍ପୀଙ୍କ ଜୟନ୍ତୀରେ ତାଙ୍କୁ ନୃତ୍ୟ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଶାସ୍ତ୍ରୀୟ ନୃତ୍ୟ ଶିଳ୍ପୀମାନେ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

ସ୍ଥାନୀୟ ରବୀନ୍ଦ୍ରମଣ୍ଡପରେ ସଂଯୁକ୍ତା ଓ ରଘୁନାଥ ପାଣିଗ୍ରାହି କଲଚରାଲ ହେରିଟେଜ ଫାଉଣ୍ଡେସନ ଏବଂ ରାଜ୍ୟ ପର୍ଯ୍ୟଟନ,ଓଡ଼ିଆ ଭାଷା -ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ହୋଇଥିଲା ତୁମରି ସ୍ମୃତିରେ କାର୍ଯ୍ୟକ୍ରମ।ଯେଉଁଥିରେ ଶାସ୍ତ୍ରୀୟ ନୃତ୍ୟର ଶିଳ୍ପୀମାନେ ସେମାନଙ୍କ ଭାବପୁର୍ଣ ଉତ୍କର୍ଷ ନୃତ୍ୟ ପ୍ରଦର୍ଶନ ପୂର୍ବକ ସ୍ବର୍ଗତ ପଦ୍ମଶ୍ରୀ ସଂଯୁକ୍ତା ପାଣିଗ୍ରାହୀଙ୍କୁ ନିଜର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ତେବେ ବିଭିନ୍ନ ଓଡିଶୀ ଡ୍ୟାନ୍ସ ଗ୍ରୁପଙ୍କ ଦ୍ବାରା ପରିବେଶଣ କରାଯାଇଥିବା ମନଛୁଆଁ ନୃତ୍ୟୁ ଉପସ୍ଥିତ ଦର୍ଶକଙ୍କୁ ବେଶ ଆନନ୍ଦିତ କରିଥିଲା।

ଆୟୋଜିତ କାର୍ଯ୍ୟକ୍ରମକୁ ବିଶିଷ୍ଟ ସାହିତ୍ୟିକା ଡ଼ ପ୍ରତିଭା ରାୟ,କେନିଆର ସାଂସଦ ଡ଼ ସ୍ୱରୂପ ରଞ୍ଜନ ମିଶ୍ର,ଫାଉଣ୍ଡେସନର ଅଧ୍ୟକ୍ଷ ସଂଜୀବ ଚନ୍ଦ୍ର ହୋତା ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ସନ୍ଧ୍ୟାର
ଉଦଘାଟନ କରିଥିଲେ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଓଡିଶୀ ନୃତ୍ୟର ଏକ ସୁଉଚ୍ଚାରିତ ନାମ ହେଉଛି ସଂଯୁକ୍ତା ପାଣିଗ୍ରାହୀ।ଯେ କି ଜଣେ ପ୍ରଖ୍ୟାତ ନୃତ୍ୟଶିଳ୍ପୀ ଭାବେ ଦେଶ ଓ ବିଦେଶରେ ସୁନାମଧନ୍ୟ।ସ୍ବର୍ଗତ ଶିଳ୍ପୀଙ୍କ ଅବଦାନ ଓଡିଶୀ ର ଜୟଯାତ୍ରା ରେ ଏକ ମାଇଲ ଖୁଣ୍ଟ ସଦୃଶ୍ୟ ।ଆଜି ସେହି ଦିବଙ୍ଗତ ଶିଳ୍ପୀଙ୍କ ଜୟନ୍ତୀ ରେ ତାଙ୍କୁ ନୃତ୍ୟ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଶାସ୍ତ୍ରୀୟ ନୃତ୍ୟର ଶିଳ୍ପୀମାନେ।

Body:ସ୍ଥାନୀୟ ରବୀନ୍ଦ୍ରମଣ୍ଡପରେ ସଂଯୁକ୍ତା ଓ ରଘୁନାଥ ପାଣିଗ୍ରାହି କଲଚରାଲ ହେରିଟେଜ ଫାଉଣ୍ଡେସନ ଏବଂ ରାଜ୍ୟ ପର୍ଯ୍ୟଟନ,ଓଡ଼ିଆ ଭାଷା -ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ହୋଇଥିଲା ତୁମରି ସ୍ମୃତିରେ କାର୍ଯ୍ୟକ୍ରମ।ଯେଉଁଥିରେ ଶାସ୍ତ୍ରୀୟ ନୃତ୍ୟର ଶିଳ୍ପୀମାନେ ସେମାନଙ୍କ ଭାବପୁର୍ଣ ଉତ୍କର୍ଷ ନୃତ୍ୟ ପ୍ରଦର୍ଶନ ପୂର୍ବକ ସ୍ୱର୍ଗତା ପଦ୍ମଶ୍ରୀ ସଂଯୁକ୍ତା ପାଣିଗ୍ରାହୀଙ୍କୁ ନିଜର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ଶିଶୁ ଶିଳ୍ପୀ ଆଞ୍ଜେଲିନା ଆଭନୀଙ୍କ ନଯା ଯମୁନା ଲୋ ସହି ରୁ ଓଡିଶୀ ଆରମ୍ଭ କରିଥିବା ବେଳେ ଦିଲ୍ଲୀର ଯୁବ ନୃତ୍ୟାଙ୍ଗନା ସାନ୍ୟା ଚଢା ତାଙ୍କ ନୃତ୍ୟର ଦୁର୍ଗାଙ୍କ ସ୍ତୁତି ଉପସ୍ଥାପନ କରିଥିଲେ।ପରେ ପରେ ମୋହିନୀ ଆଟମ ନୃତ୍ୟାଙ୍ଗନା ମମ ଚାଟାର୍ଜୀ ଗାଙ୍ଗୁଲି ଚନ୍ଦନ ଚର୍ଚ୍ଚିତ ନୀଳ କଳେବର ଓ ଓଡିଶୀ ନୃତ୍ୟଶିଳ୍ପୀ ରୀନା ଜାନା ସାରଙ୍ଗ ପଲ୍ଲବୀ ପରିବେଷଣ କରିଥିଲେ।ଶେଷରେ ନନ୍ଦିନୀ ସିଂନ୍ହାଙ୍କ ଗ୍ରୁପ ଦ୍ୱାରା ମନଛୁଆଁ କଥକ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା।ଯାହାକୁ ଉପସ୍ଥିତ ଦର୍ଶକଙ୍କୁ ବେଶ ଆନନ୍ଦିତ କରିଥିବା ଦେଖିବାକୁ ମିଳିଥିଲା। ଏହିଭଳି ବିଶିଷ୍ଟ ଶିଳ୍ପୀଙ୍କ ସ୍ମୃତିରେ ଆୟୋଜିତ ଉତ୍ସବରେ ନିଜର କଳା ପ୍ରଦର୍ଶନ କରିପାରିଥିବାରୁ ନୃତ୍ୟାଙ୍ଗନା ସାନ୍ୟା ଚଢା ନିଜକୁ ବେଶ ଗୌରବାଣୀତ୍ୱ ଭାବୁଥିବ କହିଛନ୍ତି।ଦର୍ଶକ ଓ ଶୁଭେଚ୍ଛୁଙ୍କ ଭଲପାଇବା ରହିଲେ ଆଗକୁ ଏହିପରି କାର୍ଯ୍ୟକ୍ରମ ଜାରି ରହିବ ବୋଲି ଆୟୋଜକ ବାବୁ ପାଣିଗ୍ରାହୀ ପ୍ରକାଶ କରିଛନ୍ତି।

Conclusion:ଆଜିର କାର୍ଯ୍ୟକ୍ରମ କୁ ବିଶିଷ୍ଟ ସାହିତ୍ୟିକା ଡ଼ ପ୍ରତିଭା ରାୟ ,କେନିଆର ସାଂସଦ ଡ଼ ସ୍ୱରୂପ ରଞ୍ଜନ ମିଶ୍ର,ଫାଉଣ୍ଡେସନର ଅଧ୍ୟକ୍ଷ ସଂଜୀବ ଚନ୍ଦ୍ର ହୋତା ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସନ୍ଧ୍ୟାର ଉଦ୍ଘାଟନ କରିଥିଲେ।ଏହି କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ ଡ଼ଃ ମୃତ୍ୟୁଞ୍ଜୟ ରଥ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.