ଭୁବନେଶ୍ବର: ଓଡିଶାର ସୂକ୍ଷ୍ମ ହସ୍ତତନ୍ତ ଓ ହସ୍ତକଳା ଉତ୍ପାଦଗୁଡ଼ିକ ଏବେ ଅନଲାଇନରେ ଉପଲବ୍ଧ ହେବ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । କଳାଭୂମି ଓ ଫ୍ଲିକକାର୍ଟରେ ଉପଲବ୍ଧ ହେବ । ଗୋଟିଏ କ୍ଲିକରେ ଓଡ଼ିଶାର କାରିଗରମାନଙ୍କ ହାତ ତିଆରି ଜିନିଷ ଗ୍ରାହକଙ୍କ ଦ୍ୱାର ପର୍ଯ୍ୟନ୍ତ ପହଞ୍ଚାଇ ଦିଆଯିବ ବୋଲି ଏଥିରେ କୁହାଯାଇଛି ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟରରେ କୁହାଯାଇଛି, ‘ଓଡିଶାର ସୂକ୍ଷ୍ମ ହସ୍ତତନ୍ତ ଏବଂ ହସ୍ତତନ୍ତ ଉତ୍ପାଦଗୁଡ଼ିକ ବର୍ତ୍ତମାନ ଅନଲାଇନରେ ଉପଲବ୍ଧ ହେବ ।’କଳାଭୂମି ଓ ଫ୍ଲିକକାର୍ଟ ଜରିଆରେ ଏହା ଗ୍ରାହକଙ୍କ ନିକଟରେ ପହଞ୍ଚାଇ ଦିଆଯିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ