ETV Bharat / city

Odisha Assembly: ନୂଆ ଜନଗଣନା ଆଧାରରେ ପୁନର୍ଗଠନ ହେବ ବ୍ଲକ ଆଉ ପଞ୍ଚାୟତ

author img

By

Published : Jul 19, 2022, 10:12 PM IST

ନୂଆ ଜନଗଣନା ଆଧାରରେ ପୁନର୍ଗଠନ ହେବ ନୂଆ ବ୍ଲକ ଆଉ ପଞ୍ଚାୟତ । ନୂଆ ଜନଗଣନା ହେଲେ ରାଜ୍ୟ ସରକାର ଏନେଇ ପଦକ୍ଷେପ ନେବେ । ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ । ଅଧିକ ପଢନ୍ତୁ

ନୂଆ ଜନଗଣନା ଆଧାରରେ ପୁନର୍ଗଠନ ହେବ ବ୍ଲକ ଆଉ ପଞ୍ଚାୟତ

ଭୁବନେଶ୍ବର: ନୂଆ ଜନଗଣନା ଆଧାରରେ ପୁନର୍ଗଠନ ହେବ ନୂଆ ବ୍ଲକ ଆଉ ପଞ୍ଚାୟତ । ନୂଆ ଜନଗଣନା ହେଲେ ରାଜ୍ୟ ସରକାର ଏନେଇ ପଦକ୍ଷେପ ନେବେ । ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ।

ବ୍ଲକ ଓ ପଞ୍ଚାୟତ ପୁନର୍ଗଠନ ନେଇ ଆଜି ପ୍ରଶ୍ନକାଳରେ ସରଗରମ ଆଲୋଚନା ହୋଇଛି । ଉଭୟ ବିରୋଧୀଦଳ ଓ ଶାସକ ଦଳ ସଦସ୍ୟ ବ୍ଲକ ପୁନର୍ଗଠନ ନେଇ ଦାବି ଉଠାଇଛନ୍ତି । ପଞ୍ଚାୟତରୁ ବ୍ଲକ ଦୂରତା ଅଧିକ ରହୁଥିବାରୁ ପୁନର୍ଗଠନ ପାଇଁ ଦାବି ଜଣାଇଲେ ସଦସ୍ୟ । କୋରାପୁଟର ଦସମନ୍ତପୁର, ବୋରିଗୁମ୍ମା, ଜୟପୁର, ଯାଜପୁରର ଚଣ୍ଡିଖୋଲ, ବାଲେଶ୍ଵରର ଭୋଗରାଇ ବ୍ଲକ ଉଦାହରଣ ରଖିଛନ୍ତି ସଦସ୍ୟ । ଗୋଟେ ଗୋଟେ ବ୍ଲକର ବହୁ ପଞ୍ଚାୟତ ରହୁଥିବାରୁ ବ୍ଲକ ପୁନର୍ଗଠନ ଆବଶ୍ୟକତା ପାଇଁ ଦାବି କରିଛନ୍ତି ବିଧାୟକ । ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଛନ୍ତି ଯେ, ୧୯୫୮ରେ ୧୨୪ ଟି ବ୍ଲକ ହୋଇଥିଲା ।

ପରେ ୧୯୬୧ ମସିହାରେ ୨୧୪, ୧୯୬୩ରେ ୩୦୪ ,୧୯୮୪ରେ ୩୧୪ ବ୍ଲକ ହୋଇଥିଲା । ବର୍ତ୍ତମାନ ବ୍ଲକ୍ ପୁନର୍ଗଠନ ନେଇ ପ୍ରସ୍ତାବ ନାହିଁ । ଯେଉଁ ପଞ୍ଚାୟତଠୁ ଗାଁର ଦୂରତା ଅଧିକ ରହୁଛି ସେ ଗାଁରେ ଫେସିଲିଟି କେନ୍ଦ୍ର କରିବାକୁ ନିଷ୍ପତି ନେଇଛନ୍ତି ସରକାର । ଚାଉଳ, ଭତା ପରି ସରକାର ସୁବିଧା ଯୋଗାଇ ଦେବାକୁ ବ୍ୟବସ୍ଥା କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.