ETV Bharat / city

Jusitce For Mamita: ଦିଲ୍ଲୀରେ ଉଠିଲା ମମିତା ନିଆଁ, ଆବାସିକ କମିଶନର କାର୍ଯ୍ୟାଳୟ ଘେରିଲା କଂଗ୍ରେସ - ମମିତା ମେହେର ହତ୍ୟାକାଣ୍ଡ

ମମିତା ନିଆଁ ଏବେ ପଲ୍ଲୀରୁ ବାହାରି ଦିଲ୍ଲୀ ଯାଏଁ ବ୍ୟାପିଛି । ଦିଲ୍ଲୀ ଯାଇ ମମିତାକୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ଯଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ ଦାବି କରିଛି ଓଡ଼ିଶା ଯୁବ କଂଗ୍ରେସ । ଅଧିକ ପଢ଼ନ୍ତୁ...

Jusitce For Mamita: ଦିଲ୍ଲୀରେ ଉଠିଲା ମମିତା ନିଆଁ, ଆବାସିକ କମିଶନର କାର୍ଯ୍ୟାଳୟ ଘେରିଲା କଂଗ୍ରେସ

author img

By

Published : Nov 10, 2021, 9:42 PM IST

ଭୁବନେଶ୍ବର: ମମିତା ନିଆଁ ଏବେ ପଲ୍ଲୀରୁ ବାହାରି ଦିଲ୍ଲୀ ଯାଏଁ ବ୍ୟାପିଛି । ଦିଲ୍ଲୀ ଯାଇ ମମିତାକୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ଯଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ ଦାବି କରିଛି ଓଡ଼ିଶା ଯୁବ କଂଗ୍ରେସ । ଏହି କ୍ରମରେ ଆଜି ଦିଲ୍ଲୀରେ ଆବାସିକ କମିଶନରଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଯୁବ କଂଗ୍ରେସକର୍ମୀ । ଏହାକୁ ନେଇ ଆସନ୍ତା କାଲି (ନଭେମ୍ବର ୧୧ତାରିଖ) ଜନ୍ତରମନ୍ତରରେ ଗଣଧାରଣା ଦିଆଯିବ । ଏହାପରେ ମମିତା ହତ୍ୟାକାଣ୍ଡକୁ ନେଇ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ପ୍ରଦାନ କରିବ ଯୁବ କଂଗ୍ରେସ ।

Jusitce For Mamita: ଦିଲ୍ଲୀରେ ଉଠିଲା ମମିତା ନିଆଁ, ଆବାସିକ କମିଶନର କାର୍ଯ୍ୟାଳୟ ଘେରିଲା କଂଗ୍ରେସJusitce For Mamita: ଦିଲ୍ଲୀରେ ଉଠିଲା ମମିତା ନିଆଁ, ଆବାସିକ କମିଶନର କାର୍ଯ୍ୟାଳୟ ଘେରିଲା କଂଗ୍ରେସ
Jusitce For Mamita: ଦିଲ୍ଲୀରେ ଉଠିଲା ମମିତା ନିଆଁ, ଆବାସିକ କମିଶନର କାର୍ଯ୍ୟାଳୟ ଘେରିଲା କଂଗ୍ରେସ
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମତା ମେହେର ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ହୋଇ ଆସୁଛି । ଏହାକୁ ନେଇ ସାରା ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା କଂଗ୍ରେସ । ଆଜି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କାଙ୍କ ନେତୃତ୍ବରେ ଶତାଧିକ ଯୁବ କଂଗ୍ରେସ କର୍ମା ଦିଲ୍ଲୀସ୍ଥିତ ଓଡ଼ିଶା ସରକାରଙ୍କ ଆବାସିକ କମିଶନରଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ।

ମମିତ ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ସହିତ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଘନିଷ୍ଠତା ରହିଛି । ଫଳରେ ପୋଲିସ ପ୍ରଶାସନ ଏହାର ନିରପେକ୍ଷ ତଦନ୍ତ ନକରିପାରେ । ରାଜ୍ୟ ସରକାର ମଧ୍ୟ ଦୋଷୀଙ୍କୁ ଘଣ୍ଟ ଘୋଡ଼ାଇବାରେ ଲାଗିଛି । ମାମଲାର ସାକ୍ଷ୍ୟ ପ୍ରମାଣ ନଷ୍ଟ କରାଯିବା ସହ ମୃତକଙ୍କ ପରିବାରକୁ ପ୍ରଭାବିତ କରାଯାଉଥିବା ଯୁବ କଂଗ୍ରେସ ଅଭିଯୋଗ କରିଛି ।

ରାଜ୍ୟରେ ମାଆ ଓ ଭଉଣୀମାନେ ଦିନକୁ ଦିନ ଅସୁରକ୍ଷିତ ହୋଇପଡ଼ିଲେଣି । ଖୋଦ୍‌ ରାଜ୍ୟ ସରକାର ଓ ମନ୍ତ୍ରୀଙ୍କ ଛତ୍ରଛାୟା ତଳେ ରହି ଅପରାଧୀମାନେ ହତ୍ୟା ଓ ଦୁଷ୍କର୍ମ ଭଳି ଜଘନ୍ୟ ଅପରାଧ ଘଟାଉଛନ୍ତି । ମମିତା ମେହେର ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ସହିତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଘନିଷ୍ଠ ସମ୍ପର୍କ ରହିଛି । ପୋଲିସ ପ୍ରଶାସନ ଜାଣିଶୁଣି ଏହି ମାମଲାର ବହୁ ଗୁରୁତ୍ବପୂର୍ଣ ଦିଗକୁ ବଦଳାଉଥିବା ଅଭିଯୋଗ କରିଛନ୍ତି ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କା ।

ଏନେଇ ସାରା ରାଜ୍ୟରେ ଆନ୍ଦୋଳନ ଓ ଜନ ଅସନ୍ତୋଷ ପ୍ରକାଶ ପାଇଥିଲେ ମଧ୍ୟ ରାଜ୍ୟ ସରକାର କୌଣସି ଉତ୍ତର ଦାୟିତ୍ବ ନିର୍ବାହ କରୁନାହାନ୍ତି । ମନ୍ତ୍ରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ହେଲେ ଯୁବ କଂଗ୍ରେସ ମମିତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଓ ଦୋଷୀଙ୍କୁ କଠୋର ଦଣ୍ଡ ଦେବା ପର୍ଯ୍ୟନ୍ତ ଲଢ଼େଇ ଯାଏଁ ରଖିବ । ନଭେମ୍ବର ୧୧ ତାରିଖରେ ଐତିହାସିକ ଜନ୍ତରମନ୍ତରରେ ଗଣଧାରଣା ଦିଆଯିବ । ଏହାକୁ ନେଇ ରାଷ୍ଟ୍ରପତିଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କା କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.