ETV Bharat / city

ବିଭିନ୍ନ ସମସ୍ୟା ନେଇ ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି

ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଯୁବ ବିଜେପିର ଟାର୍ଗେଟ । ବିଭିନ୍ନ ପ୍ରସଙ୍ଗରେ ସରକାର ଅସଫଳ ହୋଇଥିବା ଅଭିଯୋଗ କଲା ବିଜେପି । ଏନେଇ ସରକାରଙ୍କୁ ଜବାବ ମାଗିଛନ୍ତି ଯୁବ ବିଜେପି ସଭାପତି ଇରାସିସ ଆଚାର୍ଯ୍ୟ । ଅଧିକ ପଢ଼ନ୍ତୁ

ବିଭିନ୍ନ ସମସ୍ୟା ନେଇ ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି
ବିଭିନ୍ନ ସମସ୍ୟା ନେଇ ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି
author img

By

Published : Sep 3, 2022, 10:42 PM IST

ଭୁବନେଶ୍ବର: ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଯୁବ ବିଜେପିର ଟାର୍ଗେଟ । ଓଡିଶାର ବିକାଶ କଇଁଛ ଗତିରେ ଗତିଶୀଳ ବୋଲି ଅଭିଯୋଗ କରିଛନ୍ତି ରାଜ୍ୟ ଯୁବ ବିଜେପି ସଭାପତି ଇରାସିସ ଆଚାର୍ଯ୍ୟ । ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ରାଜ୍ୟ ସରକାରଙ୍କୁ ୨୨ ଟି ପ୍ରଶ୍ନ ପଚାରିଛି ବିଜେପି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରାୟ ଏକ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଥିବା ବିଜେପି ଅଭିଯୋଗ କରିଛି । ସେହିଭଳି ସରକାରଙ୍କର ପାଇପ ଯୋଗେ ଜଳ ଯୋଗାଣ ଓ ଜାଗା ମିଶନ ମଧ୍ୟ ଫେଲ ହୋଇଛି ବୋଲି କହିଛି ଦଳ । ପ୍ରାୟ ୧୦ ଲକ୍ଷ ଲୋକଙ୍କୁ ଜାଗା ମିଶନରେ ପଟ୍ଟା ବଣ୍ଟା ଯାଇଥିଲେ ମଧ୍ୟ ସେମାନେ ରହିବା ପାଇଁ ଘର ନାହିଁ । ଅନେକ ଲୋକଙ୍କୁ ପିଇବା ପାଇଁ ପାଣି ମିଳୁନାହିଁ । ସେହିଭଳି ରାଜ୍ୟର ସୀମାରେ ଥିବା ପ୍ରାୟ ୧୪ ଜିଲ୍ଲାକୁ ପୋଡ଼ଶୀ ରାଜ୍ୟ ମାଡି ବସୁଥିବା ବେଳେ ସରକାର ମୁକ ସାଜିଛନ୍ତି ବୋଲି କହିଛି ବିଜେପି । ନଦୀ ସୁରକ୍ଷା ଓ ବନ୍ୟା ପରିଚାଳନାରେ ବ୍ୟାପକ ଅବ୍ୟବସ୍ଥା ଦେଖାଯାଇଥିଲା । ମହିଳା ଓ ଶିଶୁ ସୁରକ୍ଷା କ୍ଷେତ୍ରରେ ରାଜ୍ୟ ପଛୁଆ ରହିଛି । ରାଜ୍ୟରେ ଆଇନ ଶୃଙ୍ଖଳା ଦୁର୍ବଳ ଯୋଗୁଁ ନାବାଳିକା ଦୁଷ୍କର୍ମ ଓ ନିଶା ଜନିତ ଅପରାଧ ବଢ଼ୁଛି ବୋଲି ଦଳ ଅଭିଯୋଗ କରିଛି ।

ବିଭିନ୍ନ ସମସ୍ୟା ନେଇ ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି

ରାଜ୍ୟରେ ଅପପୁଷ୍ଟି ଓ ଶିଶୁ ମୃତ୍ୟୁରେ ଓଡିଶା ଆଗୁଆ କାହିଁକି ବୋଲି ସରକାରଙ୍କୁ ପ୍ରଶ୍ନ ପଚାରିଛି ଦଳ । ସେହିଭଳି କୃଷି ଅବ୍ୟବସ୍ଥା ସମସ୍ୟାର ସମାଧାନ ରାଜ୍ୟ ସରକାର କାହିଁକି କରୁନାହାନ୍ତି ବୋଲି ବିଜେପି କହିଛି । ଭ୍ରଷ୍ଟାଚାର ଓ ପିସି କାରବାରରେ ସରକାର ବଡ଼ବଡ଼ିଆଙ୍କୁ ଘଣ୍ଟ ଘୋଡ଼ାଇ ରଖିଛନ୍ତି ବୋଲି କହି ସିଧା ସଳଖ ମୁଖ୍ୟ ମନ୍ତ୍ରୀଙ୍କୁ ଦଳ ଟାର୍ଗେଟ କରିଛି । ରାଜ୍ୟରେ ବିଦ୍ୟୁତ ବଳକା ହେଲେ ମଧ୍ୟ ଲୋକମାନେ ବାରମ୍ବାର ବିଦ୍ୟୁତ କାଟ ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ରାଜ୍ୟ ଶିକ୍ଷା ବିଭାଗ ଅନେକ ଅବ୍ୟବସ୍ଥା ମଧ୍ୟଦେଇ ଗତି କରୁଛି । ୩୧୯୭ ବିଦ୍ୟାଳୟରେ କେବଳ ଜଣେ ଲେଖାଏଁ ଶିକ୍ଷକ ରହିଥିବା ଆରୋପ ଲଗାଇଛି ବିଜେପି । ସରକାରଙ୍କର ମେକ ଇନ ଓଡିଶା ଯୋଜନା ବିଫଳ ଓ ରାଜ୍ୟ ଶିଳ୍ପାୟନ ସ୍ଥାଣୁ ପାଲଟିଥିବା କୁହାଯାଇଛି । ଓବିସିଙ୍କୁ ଶିକ୍ଷା ଓ ଚାକିରୀ କ୍ଷେତ୍ରରେ ସଂରକ୍ଷଣ ଦେବାକୁ ଦଳ ଦାବି କରିଛି । ଓଡ଼ିଆ ଭାଷାର ସଂରକ୍ଷଣ ଦିଗରେ ସରକାର କେବେ ପଦକ୍ଷେପ ନେବେ ବୋଲି ପ୍ରଶ୍ନ କରିଛନ୍ତି ରାଜ୍ୟ ଯୁବ ବିଜେପି ସଭାପତି । ସେହିଭଳି ମନରେଗା ଯୋଜନାର ବିଫଳତାକୁ ଆଲୋଚନା କରି ମେସିନ କାମ କରୁଥିବା ବେଳେ ବିଜେଡି କର୍ମୀ ଟଙ୍କା ନେଉଥିବା ସେ କହିଛନ୍ତି ।

ସରକାରଙ୍କର ବିଜୁ ବାହିନୀ ଓ ପିଠା ଯୋଜନା ଫେଲ ହୋଇଛି । ଆମ ଗାଁ ଆମ ବିକାଶ ଯୋଜନାର କୌଣସି ଅସ୍ଥିତ୍ବ ନଥିବା କହିଛି ବିଜେପି । ଓଡ଼ିଶାରେ ବେରୋଜଗାରୀ ସମସ୍ୟା ମଧ୍ୟ ଉତ୍କଟ । ଫଳରେ ରାଜ୍ୟର ଯୁବକ ଦାଦନ ଖଟିବାକୁ ଯିବା ଦୁଃଖର ବିଷୟ । ବନ୍ୟପ୍ରାଣୀ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି । ସେପଟେ ଆଦିବାସୀଙ୍କୁ ଲଘୁଜାତ ଦ୍ରବ୍ୟର ଉଚ୍ଚିତ ମୂଲ୍ୟ ମଧ୍ୟ ମିଳୁନାହିଁ । ତେବେ ଏସବୁ ପ୍ରସଙ୍ଗରୁ ରାଜ୍ୟ ସରକାରଙ୍କର ଅସଫଳତା ସ୍ପଷ୍ଟ ଜଣାପଡ଼ୁଛି । ଏଗୁଡ଼ିକର ଜବାବ ରାଜ୍ୟ ସରକାର ଦିଅନ୍ତୁ । ନହେଲେ ଆଗାମୀ ଦିନରେ ଯୁବ ବିଜେପି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ଏହାର ସଭାପତି ଇରାସିସ ଆଚାର୍ଯ୍ୟ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.