ETV Bharat / city

ଖୁବଶୀଘ୍ର ୪ କୋଟି ଟୀକାକରଣ ଛୁଇଁବ ଓଡିଶା

author img

By

Published : Nov 10, 2021, 9:57 AM IST

ଖୁବଶୀଘ୍ର ୪ କୋଟି ଟୀକାକରଣ ଛୁଇଁବାକୁ ଯାଉଛି ଓଡିଶା । ଏବେସୁଦ୍ଧା ମୋଟ 3 କୋଟି 94 ଲକ୍ଷ 16 ହଜାର 320 ଡୋଜ ନେଇଛନ୍ତି ହିତାଧିକାରୀ । ଅଧିକ ପଢନ୍ତୁ...

ଖୁବଶୀଘ୍ର 4 କୋଟି ଡୋଜ ଟୀକାକରଣ ଛୁଇଁବ ଓଡିଶା
ଖୁବଶୀଘ୍ର 4 କୋଟି ଡୋଜ ଟୀକାକରଣ ଛୁଇଁବ ଓଡିଶା

ଭୁବନେଶ୍ବର: ଦେଶ ତଥା ରାଜ୍ୟରେ ସୁପରଫାଷ୍ଟ ସ୍ପିଡରେ ଚାଲିଛି ଟୀକାକରଣ । ନିକଟରେ ଭାରତ ୧୦୦ କୋଟି ଟିକାଦାନର ବିରଳ ରେକର୍ଡ ବନାଇଥିବବେଳେ ଏବେ ୪ କୋଟି ଟୀକାକରଣ ପୁରା କରିବାକୁ ଯାଉଛି ଓଡିଶା । ରାଜ୍ୟରେ ଜାନୁଆରୀ 16 ତାରିଖରୁ ଆରମ୍ଭ ହୋଇଥିବା ଟୀକାକରଣ ଅଭିଯାନ ଆଉ କିଛି ଦିନ ମଧ୍ୟରେ 4 କୋଟି ଟୀକାକରଣ ଟପିବ ।

ଯାହା ସୂଚନା ରହିଛି, ବର୍ତ୍ତମାନ ରାଜ୍ୟରେ ପ୍ରଥମ ଡୋଜ ଅପେକ୍ଷା ଦ୍ବିତୀୟ ଡୋଜ ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି ହିତାଧିକାରୀ । ସ୍ଵାସ୍ଥ୍ୟକର୍ମୀ ଶତ ପ୍ରତିଶତ ଟିକା ନେଇଥିବା ବେଳେ କୋରୋନା ଯୋଦ୍ଧା 99 ପ୍ରତିଶତ, 45 ବର୍ଷରୁ ଊର୍ଦ୍ଧ୍ବ 85 ପ୍ରତିଶତ ଏବଂ ଯୁବବର୍ଗଙ୍କ 76 ପ୍ରତିଶତ ଟୀକାକରଣ ହୋଇଛି ।

ସୂଚନା ଅନୁଯାୟୀ, ରାଜ୍ୟରେ ମଙ୍ଗଳବାର ଦିନ 2,448ଟି କେନ୍ଦ୍ରରେ ଟୀକାକାରଣ କରାଯାଇଛି । ବର୍ତ୍ତମାନ ସୁଦ୍ଧା ମୋଟ 3 କୋଟି 94 ଲକ୍ଷ 16 ହଜାର 320 ଡୋଜ ନେଇଛନ୍ତି ଲୋକେ । ସେଥିମଧ୍ୟରୁ 2 କୋଟି 65 ଲକ୍ଷ 7 ହଜାର 579 ଜଣ ପ୍ରଥମ ଡୋଜ ନେଇଥିବାବେଳେ 1 କୋଟି 29ଲକ୍ଷ 8 ହଜାର 741 ଜଣଙ୍କୁ ଦ୍ବିତୀୟ ଡୋଜ ଦିଆଯାଇଛି । ସେହିପରି ବର୍ତ୍ତମାନ ସୁଦ୍ଧା 2 ଲକ୍ଷ 96 ହଜାର 315 ଡୋଜ ଟିକା ନେଇଛନ୍ତି ଗର୍ଭବତୀଙ୍କୁ ।

ମୋଟ ଟୀକାକରଣ ମଧ୍ୟରେ 1 କୋଟି 97 ଲକ୍ଷ 60 ହଜାର 746 ଡୋଜ ପୁରୁଷ ନେଇଛନ୍ତି । 1 କୋଟି 96 ଲକ୍ଷ 46 ହଜାର 352 ଡୋଜ ମହିଳାଙ୍କୁ ଦିଆସରିଛି । ଯାହାମଧ୍ୟରେ କୋଭାକ୍ସିନ ଟିକା ଡୋଜ ସଂଖ୍ୟା 47 ଲକ୍ଷ 58 ହଜାର 24 ଏବଂ କୋଭିସିଲ୍ଡ ସଂଖ୍ୟା 46 ଲକ୍ଷ 52 ହଜାର 399 ରହିଛି ।

ରାଜ୍ୟରେ ପ୍ରଥମ ଡୋଜ ଅପେକ୍ଷା ଦ୍ଵିତୀୟ ଡୋଜ ନେବାକୁ ହିତାଧିକାରୀ ଆଗ୍ରହ ପ୍ରକାଶ କରୁନାହାନ୍ତି । ଯାହାଫଳରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏନେଇ ଘର ଘର ଟିକା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । କାର୍ଯ୍ୟକ୍ରମ ଅଧିନରେ ଆଶାକର୍ମୀ ଏବଂ ଅଙ୍ଗନବାଡି କର୍ମୀମାନେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । ଯେଉଁମାନଙ୍କ ଦ୍ବିତୀୟ ଡୋଜର ନେବାର ସମୟ ହୋଇଯାଇଛି ସେମାନଙ୍କୁ ମନେ ପକାଇବା ସହ ସଚେତନ କରୁଛନ୍ତି ଆଶା ଓ ଅଙ୍ଗନବାଡି କର୍ମୀ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.