ETV Bharat / city

୨୦୩୦ ସୁଦ୍ଧା ଓଡ଼ିଶା ହେବ ବାଲ୍ୟ ବିବାହ ମୁକ୍ତ ରାଜ୍ୟ: ମନ୍ତ୍ରୀ - ଅଦ୍ୱିକା ଆପ୍‌

ରାଜ୍ୟ ସରକାରଙ୍କ ‘ଅଦ୍ୱିକା’ କାର୍ଯ୍ୟକ୍ରମ ହେବ ଅଧିକ ସୁଗମ ଓ ସାର୍ବଜନୀନ । ଏ ଲକ୍ଷ୍ୟ ନେଇ ଆଜି ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ‘ଅଦ୍ୱିକା ଆପ୍‌’ର ଶୁଭ ଉନ୍ମୋଚନ ହୋଇଛି । ଅଧିକ ପଢନ୍ତୁ

୨୦୩୦ ସୁଦ୍ଧା ଓଡ଼ିଶା ହେବ ବାଲ୍ୟ ବିବାହ ମୁକ୍ତ ରାଜ୍ୟ: ମନ୍ତ୍ରୀ

author img

By

Published : Apr 20, 2022, 10:50 PM IST

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ‘ଅଦ୍ୱିକା’ କାର୍ଯ୍ୟକ୍ରମ ହେବ ଅଧିକ ସୁଗମ ଓ ସାର୍ବଜନୀନ । ଏ ଲକ୍ଷ୍ୟ ନେଇ ଆଜି ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ‘ଅଦ୍ୱିକା ଆପ୍‌’ର ଶୁଭ ଉନ୍ମୋଚନ ହୋଇଛି । ଏହା କରିଛନ୍ତି ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ । ୨୦୩୦ ସୁଦ୍ଧା ଓଡ଼ିଶାକୁ ବାଲ୍ୟବିବାହ ମୁକ୍ତ ରାଜ୍ୟ କରିବା ଲାଗି ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।

୨୦୩୦ ସୁଦ୍ଧା ଓଡ଼ିଶା ହେବ ବାଲ୍ୟ ବିବାହ ମୁକ୍ତ ରାଜ୍ୟ: ମନ୍ତ୍ରୀ
୨୦୩୦ ସୁଦ୍ଧା ଓଡ଼ିଶା ହେବ ବାଲ୍ୟ ବିବାହ ମୁକ୍ତ ରାଜ୍ୟ: ମନ୍ତ୍ରୀ

ଅକ୍ଟୋବର ୨୦୨୦ ମସିହାରେ ଆରମ୍ଭ ହୋଇଥିଲା ଅଦ୍ୱିକା କାର୍ଯ୍ୟକ୍ରମ । ଅଦ୍ୟାବଧି ଏହି କାର୍ଯ୍ୟକ୍ରମ ରାଜ୍ୟର ପ୍ରତ୍ୟେକ ଅଙ୍ଗନବାଡ଼ି କେନ୍ଦ୍ରରେ ପହଞ୍ଚିପାରିଛି । ବର୍ତ୍ତମାନ ସୁଦ୍ଧା ୧୨ ଲକ୍ଷ କିଶୋରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଏହା ମାଧ୍ୟମରେ କିଶୋରୀକିଶୋରମାନଙ୍କର ଦକ୍ଷତା ଶିକ୍ଷା, ଜୀବନକୌଶଳ ଆଦିରେ ଉନ୍ନତି ଆସିବା ସଙ୍ଗେ ସଙ୍ଗେ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯାଇପାରିଛି । ପିଲାମାନେ ଏହି ବୈଷୟିକ ଜ୍ଞାନକୌଶଳ ସମ୍ମତ ଆପ୍‌ ମାଧ୍ୟମରେ ଜୀବନକୌଶଳ ଲାଭ କରିବା ସହିତ ବ୍ୟକ୍ତିତ୍ୱକୁ ପ୍ରସ୍ପୁଟିତ କରିବେ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି । ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମକୁ ଅଧିକ ସଶକ୍ତ ଓ ସୁଦୃଢ଼ କରିବା ସହିତ କିଶୋରୀକିଶୋରମାନଙ୍କ ନେତୃତ୍ୱ ବିକାଶ ପାଇଁ ବିବିଧ କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ବିଭାଗ ଏବଂ ଆମ ସମସ୍ତଙ୍କର ମିଳିତ ସହଯୋଗରେ ରାଜ୍ୟକୁ ୨୦୩୦ ସୁଦ୍ଧା ବାଲ୍ୟବିବାହମୁକ୍ତ କରିବାରେ ସଫଳ ହୋଇପାରିବା ବୋଲି ମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।

କିଶୋରୀକିଶୋରମାନେ ହେଉଛନ୍ତି ସମାଜର ସର୍ବୋତ୍କୃଷ୍ଟ ସମ୍ବଳ । ସେମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ବଦ୍ଧ ପରିକର । ମିଶନ ପୋଷଣ, ମିଶନ ଶକ୍ତି ଓ ମିଶନ ବାତ୍ସଲ୍ୟ ଭଳି ଅଭିନବ ଯୋଜନାର ବହୁମୁଖୀ କାର୍ଯ୍ୟକାରିତା ତା’ର ଜ୍ୱଳନ୍ତ ଉଦାହରଣ ବୋଲି ବିଭାଗୀୟ କମିଶନର ତଥା ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା କହିଛନ୍ତି । ଏକବିଂଶ ଶତବ୍ଦୀରେ କିଶୋରୀକିଶୋରମାନଙ୍କର ସମୃଦ୍ଧ ସ୍ୱାସ୍ଥ୍ୟ ଓ ଅଧିକାର ସହିତ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ସେମାନଙ୍କର ଜୀବନକୌଶଳ ଓ ଜୀବିକା ସୁଯୋଗ ବୃଦ୍ଧି କରାଯାଇପାରିବ । ଏହା ହେଲେ ରାଜ୍ୟର କିଶୋରୀକିଶୋରମାନେ ସାମାଜିକ-ଅର୍ଥନୈତିକ ଦୃଷ୍ଟିରୁ ସମୃଦ୍ଧ ହୋଇପାରିବେ ବୋଲି ୟୁନିସେଫ୍‌ ଭାରତର ୟୁୱାହ ମୁଖ୍ୟ ଧୂୱାରାଖା ଶ୍ରୀରାମ କହିଛନ୍ତି । ଓଡ଼ିଶାର କିଶୋରୀକିଶୋରମାନଙ୍କ ସ୍ୱପ୍ନକୁ ସାକାର କରିବାକୁ ହେଲେ ସେମାନଙ୍କୁ ବୈଷୟିକ ଜ୍ଞାନକୌଶଳରେ ପାରଙ୍ଗମ କରିବାକୁ ପଡ଼ିବ । ଏହା କହିଛନ୍ତି ମାଇକ୍ରୋସଫ୍ଟ ଫିଲାନ୍‌ଥ୍ରୋପିସ୍‌ର ନିର୍ଦ୍ଦେଶକ ମଞ୍ଜୁ ଦାସମାନା । ଏହି ଆପ୍‌କୁ ୟୁନିସେଫ୍‌, ୟୁୱାହ ଓ ମାଇକ୍ରୋସଫ ମିଳିତ ଭାବରେ ପ୍ରସ୍ତୁତ କରିଛନ୍ତି ।

ଅଦ୍ୱିକା କାର୍ଯ୍ୟକ୍ରମ ଜରିଆରେ ୨୦୨୧-୨୨ ବର୍ଷରେ ୧୭୩୭ଟି ବାଲ୍ୟବିବାହକୁ ରୋକାଯାଇଛି । ଏହା ସହ ପାଖାପାଖି ୧୨ ହଜାର ଗ୍ରାମକୁ ବାଲ୍ୟବିବାହମୁକ୍ତ ଗ୍ରାମ ଭାବେ ଘୋଷଣା କରାଯାଇଛି । ଅଦ୍ୟାବଧି ବାଲ୍ୟବିବାହରୁ ଉଦ୍ଧାର କରାଯାଇଥିବା ୧୭ରୁ ୧୯ ବର୍ଷର ୧୩,୬୧୪ ଜଣ କିଶୋରୀକିଶୋରଙ୍କୁ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ଓ କୌଶଳ ବିକାଶ ମିଶନରେ ସାମିଲ କରାଯାଇଛି । ସେମାନଙ୍କର ଦକ୍ଷତା ଓ କୌଶଳ ବିକଶିତ କରାଯାଇ ସେମାନଙ୍କୁ ସ୍ୱାବଲମ୍ବୀ କରାଯାଇପାରିଛି । କାର୍ଯ୍ୟକ୍ରମରେ ରାଜ୍ୟ ମହିଳା କମିଶନ ମିନତୀ ବେହେରା, ଶିଶୁ ସୁରକ୍ଷା ଅୟୋଗ ସଂଧ୍ୟାବତୀ ପ୍ରଧାନ, ମହିଳା ଏବଂ ଶିଶୁ ବିକାଶ ବିଭାଗର ଉପଦେଷ୍ଟା ସୁଲୋତା ଦେଓ ପ୍ରମୁଖ ଉପସ୍ଥିତ ଥିଲେ । ବିଭାଗୀୟ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ ସ୍ୱାଗତ ଭାଷଣ ଦେଇଛନ୍ତି । ସମ୍ମିଳନୀରେ ରାଜ୍ୟର ସମସ୍ତ ଜିଲ୍ଲାର ସମାଜ ମଙ୍ଗଳ ଅଧିକାରୀ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଅଙ୍ଗନବାଡ଼ି କର୍ମୀ ଓ କିଶୋରୀକିଶୋର ଯୋଗ ଦେଇଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାଶ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.