ETV Bharat / city

ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା, ୟେଲୋ ୱାର୍ନିଙ୍ଗ ଜାରି

author img

By

Published : Sep 5, 2020, 8:39 PM IST

ଆସନ୍ତା ତିନ ଦିନ ଧରି ଓଡିଶାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେପ୍ଟେମ୍ବର ୬ ତାରିଖ ରବିବାର ଠାରୁ ଝଡବର୍ଷାର ସମ୍ଭାବନା ରହିଛି । ଫଳରେ ୟେଲୋ ୱାର୍ନିଙ୍ଗ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

Odisha weather update: Thunderstorm, Heavy Rain Warning For Next 3 Days
ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା, ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ନିଙ୍ଗ

ଭୁବନେଶ୍ବର: ଆସନ୍ତା ତିନ ଦିନ ଧରି ଓଡିଶାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେପ୍ଟେମ୍ବର ୬ ତାରିଖ ରବିବାର ଠାରୁ ଝଡବର୍ଷାର ସମ୍ଭାବନା ରହିଛି । ଫଳରେ ୟେଲୋ ୱାର୍ନିଙ୍ଗ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାର କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ମାଲକାନଗିରି, କନ୍ଧମାଳ, ବରଗଡ଼, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ରାୟଗଡା ଓ ଗଜପତି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି । ଫଳରେ ମାଲକାନଗିରି, କୋରାପୁଟ, ଗଜପତି ଏବଂ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ୱାର୍ନିଙ୍ଗ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଅନ୍ୟପଟେ ଗତ ୨୪ ଘଣ୍ଟା ଭିତରେ, ରାଜ୍ୟର କିଛି ସ୍ଥାନରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି। ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାରେ କିଛି ସ୍ଥାନରେ ବର୍ଷା ରେକର୍ଡ ହୋଇଛି। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ସର୍ବାଧିକ ୯୪.୦ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସେହିପରି ବେଳପଡାରେ ୫୬.୦, କୋମନାରେ ୫୪.୦ମିମି, ମାଲକାନଗିରିରେ ୨୬.୬ମିଲିମିଟର ବର୍ଷା ରେକର୍ଡ ହୋଇଛି।

ଜୁନ୍ ପହିଲାରୁ ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୧୦୧୬.୧ମିମି ବର୍ଷା ରେକର୍ଡ କରାଯାଇଛି ଯାହା ୪ ପ୍ରତିଶତ ଅଧିକ ବୋଲି କହିଛନ୍ତି ଆଇଏମଡି ଭୁବନେଶ୍ବର ନିର୍ଦ୍ଦେଶକ ଏଚ ଆର୍ ବିଶ୍ବାସ । ୨୮ ଜିଲ୍ଲାରେ ସ୍ୱାଭାବିକ ବର୍ଷା, ୫ ଜିଲ୍ଲା ଅନୁଗୁଳ, ଦେବଗଡ଼, ଝାରସୁଗୁଡା, ମାଲକାନଗିରି ଓ ସୁନ୍ଦରଗଡ଼ରେ ସ୍ୱାଭାବିକ ଠାରୁ ୨୦ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଛି। ଖୋର୍ଦ୍ଧାରେ ୨୪ ଏବଂ ଗଜପତି ଜିଲ୍ଲାରେ ୨୧ ପ୍ରତିଶତ କମ ବର୍ଷା ହୋଇଛି।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.