ଭୁବନେଶ୍ବର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗର, ମିଆଁମାର ଉପକୂଳରେ ଏକ ଘୁର୍ଣ୍ଣିବଲୟ ସୃଷ୍ଟି ହୋଇଛି । ଶନିବାର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ନଭେମ୍ବର ୨ ତାରିଖରୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
![ନଭେମ୍ବର 2ରୁ ରାଜ୍ୟରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା](https://etvbharatimages.akamaized.net/etvbharat/prod-images/9381500_667_9381500_1604148164378.png)
ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ଅର୍ଥାତ୍ ରବିବାର ପାଗ ଶୁଖିଲା ରହିବ। ସୋମବାର ଠାରୁ ଉପକୂଳରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହ ଭୁବନେଶ୍ବର ଓ କଟକରେ ଆକାଶ ମେଘାଛନ୍ନ ରହିବାର ମଧ୍ୟ ଆଶଙ୍କା ଅଛି ।
![ନଭେମ୍ବର 2ରୁ ରାଜ୍ୟରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା](https://etvbharatimages.akamaized.net/etvbharat/prod-images/9381500_917_9381500_1604148184094.png)
ଗତ ୨୪ ଘଣ୍ଟା ଭିତରେ ତାଳଚେରରେ ସର୍ବାଧିକ ୩୪.୫ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଥିବାବେଳେ ସୋନପୁରରେ ସର୍ବନିମ୍ନ ତାପମାତ୍ରା ୧୩.୪ ଡିଗ୍ରୀ ସେଲସିୟସ ତାପମାତ୍ରା ରହିଛି।
ସେହିପରି କୋରାପୁଟରେ ୧୪ ଡିଗ୍ରୀ ସେଲସିୟସ, ଅନୁଗୁଳରେ ୧୫ ଡିଗ୍ରୀ ସେଲସିୟସ, ଭୁବନେଶ୍ବରରେରେ ୨୦.୧ଡିଗ୍ରୀ ସେଲସିୟସ ଓ କଟକରେ ୨୧.୦ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ