ETV Bharat / city

ସମ୍ଭାବ୍ୟ ବନ୍ୟାସ୍ଥିତିର ସମୀକ୍ଷା କଲେ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ - ଓଡିଶା ବନ୍ୟା ନ୍ୟୁଜ

ଲଘୁଚାପ ଜନିତ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟା ପରିଚାଳନା ପାଇଁ ଓଡ଼ିଶା ସରକାରଙ୍କ ଅନୁରୋଧ ସତ୍ତ୍ବେ ଅଲୋଚନାକୁ ଛତିଶଗଡ଼ ଆସୁନଥିବା ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର ମିଶ୍ର କହିଛନ୍ତି । ଅଧିକ ପଢ଼ନ୍ତୁ

review meeting by water resources minister for flood situation
ବନ୍ୟା ସ୍ଥିତି ନେଇ ଜଳସମ୍ପଦ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ
author img

By

Published : Aug 14, 2022, 6:11 PM IST

Updated : Aug 14, 2022, 6:52 PM IST

ଭୁବନେଶ୍ବର: ରାଜ୍ୟରେ ସମ୍ଭାବ୍ୟ ବନ୍ୟାସ୍ଥିତିର ସମୀକ୍ଷା(Review meeting By water resources Minister) କରିଛନ୍ତି ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ । ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସୁଥିବା SRC ପ୍ରଦୀପ ଜେନା ସ୍ପଷ୍ଟ କରିବା ପରେ ଚିନ୍ତା ବଢିଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରୁ 34ଟି ଗେଟ୍‌ ଯୋଗେଁ ବନ୍ୟାଜଳ ନିଷ୍କାସିତ ହେଉଛି । ଏପଟେ ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି ।

ସମ୍ଭାବ୍ୟ ବନ୍ୟାସ୍ଥିତିର ସମୀକ୍ଷା କଲେ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ

ଫଳରେ ମହାନଦୀ ସମେତ ଏହାର ଏକାଧିକ ଶାଖା ନଦୀର ଜଳସ୍ତର ବୃଦ୍ଧି ପାଉଥିବାବେଳେ ସମ୍ଭାବ୍ୟ ବନ୍ୟା ସ୍ଥିତି ଉପୁଜିଛି । ବନ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ପ୍ରଭାବିତ ହେବାକୁ ଥିବା ଜିଲ୍ଲାକୁ ଅଭିଜ୍ଞ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି । ତେବେ ବନ୍ୟା ପରିଚାଳନା ପାଇଁ ଓଡ଼ିଶା ସରକାରଙ୍କ ଅନୁରୋଧ ସତ୍ତ୍ବେ ଅଲୋଚନାକୁ ଆସୁନାହାନ୍ତି ଛତିଶଗଡ଼ ସରକାର । ବାରମ୍ବାର ଅନୁରୋଧ ପରେ ମଧ୍ୟ ଆଲୋଚନା ପ୍ରତି ଆଗ୍ରହୀ ହେଉନାହାନ୍ତି ଜଳ ସମ୍ପଦ ବିଭାଗୀୟ ଅଧିକାରୀ ।

ସମ୍ଭାବ୍ୟ ବନ୍ୟା ସ୍ଥିତି ସମୀକ୍ଷା ପରେ ସୂଚନା ଦେଇଛନ୍ତି ଓଡ଼ିଶା ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର ମିଶ୍ର । ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି, "ବନ୍ୟା ସ୍ଥିତି ଉପରେ ନଜର ରଖାଯାଇଛି । ତଳମୁଣ୍ଡରେ ରହୁଥିବା ଲୋକଙ୍କ ସୁରକ୍ଷା ଆମର ପ୍ରାଥମିକତା । କାଲି ସୁଦ୍ଧା ମୁଣ୍ଡୁଳିରେ ବନ୍ୟାଜଳ ପହଞ୍ଚିବ । ସମନ୍ବୟ ବୈଠକ ପାଇଁ ଛତିଶଗଡକୁ ଡକାଯାଇଥିଲେ ମଧ୍ୟ ସେ ଆସୁନାହିଁ କିମ୍ବା କୌଣସି ପ୍ରକାର ସହଯୋଗ କରୁନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 14, 2022, 6:52 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.