ଭୁବନେଶ୍ବର: ପୌର ନିର୍ବାଚନ ନେଇ ସାରା ରାଜ୍ୟରେ ଜାରି ରହିଛି ନାମାଙ୍କନ ପ୍ରକ୍ରିୟା । ପଞ୍ଚମ ଦିନରେ ନାମାଙ୍କନ ଭରିଛନ୍ତି 37 ମେୟର ଓ ପୌରାଧକ୍ଷ ପ୍ରାର୍ଥୀ । ଏ ନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ରବୀନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।
ପୌର ନିର୍ବାଚନ ଲାଗି ନାମାଙ୍କନ ପ୍ରକ୍ରିୟା ଜାରୀ ରହିଛି । ଆଉ ରହିଛି ମାତ୍ର 2 ଦିନ । ସୋମବାର ହେଉଛି ନାମାଙ୍କନ ଭରିବାର ଶେଷଦିନ । ପଞ୍ଚମ ଦିନରେ ନାମାଙ୍କନ ଭରିଛନ୍ତି 37ଜଣ ମେୟର ଓ ପୌରାଧ୍ୟକ୍ଷ ପ୍ରାର୍ଥୀ ।
ଏହା ସହ 275 ଜଣ କାଉନସିଲର ଓ କର୍ପୋରେଟର ନାମାଙ୍କନ ଦାଖଲ କରିଛନ୍ତି । ବିଶେଷ କରି ସ୍ଵାଧୀନ ଓ ଛୋଟ ଛୋଟ ରାଜନୈତିକ ଦଳର ପ୍ରାର୍ଥୀ/ପ୍ରାର୍ଥିନୀ ନାମାଙ୍କନ ଭରିଛନ୍ତି । ଆସନ୍ତା ଦୁଇ ଦିନ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ଭରିବେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ