ETV Bharat / city

ଅକ୍ଟୋବର 14ରେ ଓଡିଶା ଟ୍ରାଭେଲ ବଜାରର ତୃତୀୟ ସଂସ୍କରଣ - ଓଡିଶା ପର୍ଯ୍ୟଟନସ୍ଥଳୀ

ଓଡିଶା ଟ୍ରାଭେଲ ବଜାରର ତୃତୀୟ ସଂସ୍କରଣ ଆସନ୍ତା 14 ତାରିଖରେ ଆୟୋଜିତ ହେବାକୁ ଯାଉଛି । ଏହି ବଜାର ମାଧ୍ୟମରେ ଧୀରେ ଧୀରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ 2020 ମସିହା ସୁଧା 2କୋଟି 50 ଲକ୍ଷ ପର୍ଯ୍ୟଟକ ଓଡିଶା ଆସିବା ଉପରେ ଲକ୍ଷ୍ୟ ରଖାଯାଇଛି ।

ଓଡିଶା ଟ୍ରାଭେଲ ବଜାରର ତୃତୀୟ ସଂସ୍କରଣ
author img

By

Published : Oct 12, 2019, 9:27 PM IST

ଭୁବନେଶ୍ବର: ଓଡିଶା ଟ୍ରାଭେଲ ବଜାରର ତୃତୀୟ ସଂସ୍କରଣ ଆସନ୍ତା 14 ତାରିଖରେ ଆୟୋଜିତ ହେବାକୁ ଯାଉଛି । ଏହା 5ଦିନ ଧରି ଚାଲିବାକୁ ଥିବାବେଳେ ଏଥିରେ ଉଭୟ ଦେଶୀ ଓ ବିଦେଶୀ 85 ଟୁର ଅପରେଟର ସାମିଲ ହୋଇଥିବା ଜଣାପଡିଛି । ଏହି ବଜାର ମାଧ୍ୟମରେ ଧୀରେଧୀରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ 2020 ମସିହା ସୁଦ୍ଧା 2କୋଟି 50 ଲକ୍ଷ ପର୍ଯ୍ୟଟକ ଓଡିଶା ଆସିବା ଉପରେ ଲକ୍ଷ୍ୟ ରଖାଯାଇଛି ।

ଓଡିଶା ଟ୍ରାଭେଲ ବଜାରର ତୃତୀୟ ସଂସ୍କରଣ

ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥାନୀୟ ମେ ଫେୟାର ଠାରେ ଉଦଘାଟନ କରିବେ ବୋଲି ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଛନ୍ତି । ଏହି ଅବସରରେ ସେମାନଙ୍କ ପାଇଁ ବିଭିନ୍ନ ସେମିନାର ଯଥା ବାୟର ସେଲର ଡିସ୍କସନ, ବି ଟୁ ବି ମିଟିଂ ସହିତ ଫାର୍ମ ଟୁରର ବ୍ୟବସ୍ଥା କରାଯାଇଥିବା ଜଣାପଡିଛି । ଆମ ରାଜ୍ୟର ପର୍ଯ୍ୟଟନ ସ୍ଥଳକୁ ଦେଶ ଓ ବିଦେଶରେ ପ୍ରଚାର କରିବା ସହିତ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବିଗତ 3 ବର୍ଷ ଧରି ଏହା ଆୟୋଜିତ କରାଯାଉଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ କହିଛନ୍ତି ।

ଓଡ଼ିଶାରେ ଥିବା 357ଟି ପର୍ଯ୍ୟଟନ ସ୍ଥଳକୁ ବିକାଶ ନେଇ ସରକାର ବିଭିନ୍ନ ପ୍ରକାର ଯୋଜନା ହାତକୁ ନେଇଥିବା ବେଳେ ପ୍ରାଥମିକ ଭାବେ 13ଟି ଟୁରିଷ୍ଟ ସ୍ପଟର ବିକାଶ ପାଇଁ ବିଶେଷ ଦୃଷ୍ଟି ଦିଆଯାଉଥିବା ସେ କହିଛନ୍ତି । ସେଠାରେ ହୋଟେଲ ନିର୍ମାଣ, ସ୍ପୋର୍ଟସ ଆକ୍ଟିଭିଟି ଓ ଦୁଃସାହସିକ କ୍ରୀଡା ଭଳି କ୍ଷେତ୍ରର ବିକାଶ ଦିଗରେ ସରକାର ଓ ଘରୋଇ ଭାଗିଦାରୀରେ ଉନ୍ନତିକରଣ ଦିଗରେ କାର୍ଯ୍ୟ ହେଉଛି । ଏହା ସହିତ ପର୍ଯ୍ୟଟକମାନଙ୍କୁ ସହାୟତା କରିବା ପାଇଁ ସ୍ଥାନୀୟ ଟାକ୍ସି ଡ୍ରାଇଭରଙ୍କୁ ଟ୍ରେନିଂ ଦେବାର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ବିଦେଶୀ ପର୍ଯ୍ୟଟକଙ୍କୁ ସହାୟତା ନିମନ୍ତେ ଗାଇଡ଼ମାନଙ୍କୁ ଚାଇନିଜ ଓ ଋଷିଆ ଭାଷା ଶିକ୍ଷା ଦେବାର ବ୍ୟବସ୍ଥା ହୋଇଥିବା ସେ କହିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଆସନ୍ତା 14 ତାରିଖ ରେ ଆୟୋଜିତ ହେବାକୁ ଯାଉଛି ଓଡିଶା ଟ୍ରାଭେଲ ବଜାର ର ତୃତୀୟ ସଂସ୍କରଣ।ଯାହାକି 5ଦିନ ଧରି ଚାଲିବ।ଏଥିରେ ଉଭୟ ଦେଶୀ ଓ ବିଦେଶୀ 85 ଟୁର ଅପରେଟର ସାମିଲ ହେଉଥିବା ଜଣାପଡିଛି।ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥାନୀୟ ମେ ଫେୟାର ଠାରେ ଉଦ୍ଘାଟନ କରିବେ ବୋଲି ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପ୍ରକାଶ କରିଛନ୍ତି।ଏହି ଅବସରରେ ସେମାନଙ୍କ ପାଇଁ ବିଭିନ୍ନ ସେମିନାର ଯଥା ବାୟର ସେଲର ଡିସ୍କସନ,ବି ଟୁ ବି ମିଟିଂ ସହିତ ଫାମ ଟୁର ର ବ୍ୟବସ୍ଥା କରାଯାଇଥିବା ଜଣାପଡିଛି।

Body:ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପାଣିଗ୍ରାହୀ କହିଛନ୍ତି କି ଆମ ରାଜ୍ୟର ପର୍ଯ୍ୟଟନ ସ୍ଥଳକୁ ଦେଶ ଓ ବିଦେଶ ରେ ପ୍ରଚାର କରିବା ସହିତ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବିଗତ 3 ବର୍ଷ ଧରି ଏହା ଆୟୋଜିତ କରାଯାଉଛି।ତେବେ ବିଗତ ବର୍ଷମାନଙ୍କରେ ଆଶାନୁଯାୟୀ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ନ ବଢିବାରୁ ଚଳିତବର୍ଷ ଟ୍ରାଭେଲ ବଜାର ରେ ଘରୋଇ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ବିଶେଷ ଦୃଷ୍ଟି ଦିଆଯାଉଥିବା ପର୍ଯ୍ୟଟନ ସଚିବ ବିଶାଳ ଦେବ କହିଛନ୍ତି।
ଓଡ଼ିଶାରେ ଥିବା 357ଟି ପର୍ଯ୍ୟଟନ ସ୍ଥଳକୁ ବିକାଶ ନେଇ ସରକାର ବିଭିନ୍ନ ପ୍ରକାର ଯୋଜନା ହାତକୁ ନେଇଥିବା ବେଳେ ପ୍ରାଥମିକ ଭାବେ 13 ଟି ତୁରିଷ୍ଟ ସ୍ପଷ୍ଟ ର ବିକାଶ ପାଇଁ ବିଶେଷ ଦୃଷ୍ଟି ଦିଆଯାଉଥିବା ସେ କହିଛନ୍ତି।ସେଠାରେ ହୋଟେଲ ନିର୍ମାଣ,ସ୍ପୋର୍ଟସ ଆକ୍ଟିଭିଟି ଓ ଦୁଃଶାହାସିକ କ୍ରୀଡା ଭଳି କ୍ଷେତ୍ରର ବିକାଶ ଦିଗରେ ସରକାର ଓ ଘରୋଇ ଭାଗିଦାରୀ ରେ ଉନ୍ନତିକରଣ ଦିଗରେ କାର୍ଯ୍ୟ ହେଉଛି।ଏହା ସହିତ ପର୍ଯ୍ୟଟକମାନଙ୍କୁ ସହାୟତା କରିବା ପାଇଁ ସ୍ଥାନୀୟ ଟାକ୍ସି ଡ୍ରାଇଭରଙ୍କୁ ଟ୍ରେନିଂ ଦେବାର କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ସେ କହିଛନ୍ତି।ବିଦେଶୀ ପର୍ଯ୍ୟଟକଙ୍କୁ ସହାୟତା ନିମନ୍ତେ ଗାଇଡ଼ ମାନଙ୍କୁ ଚାଇନିଜ ଓ ରଷିଆ ଭାଷା ଶିକ୍ଷା ଦେବାର ବ୍ୟବସ୍ଥା ହୋଇଥିବା ସେ କହିଛନ୍ତି।ଏହି ବଜାର ମାଧ୍ୟମରେ ଧୀରେ ଧୀରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ 2020 ମସିହା ସୁଧା 2କୋଟି 50 ଲକ୍ଷ ପର୍ଯ୍ୟଟକ ଓଡିଶା ଆସିବା ଉପରେ ଲକ୍ଷ୍ୟ ରଖାଯାଇଛି।
ବାଇଟ-ମନ୍ତ୍ରୀ-ଜ୍ୟୋତିପ୍ରକାଶ ପାଣିଗ୍ରାହୀ,
ବାଇଟ-ସଚିବ-ବିଶାଳ ଦେବ
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.