ଭୁବନେଶ୍ବର: ପରିବହନ ବିଭାଗରେ ଆସିବ ସଂସ୍କାର । ପରିବହନ ବିଭାଗ ତଥା RTO ହେବ ଦଲାଲ ମୁକ୍ତ । ବିଭାଗରେ ଏଣିକି ଲାଗୁ ହେବ NO OFFLINE, ONLY ONLINE ବ୍ୟବସ୍ଥା । ଆସନ୍ତାକାଲି(ଶନିବାର)ଠୁ ଅର୍ଥାତ ନୂଆବର୍ଷରୁ ଏହି ବ୍ୟବସ୍ଥା ଲାଗୁ ହେବ । ଏ ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା(Minister Padmanabha Behera on New RTO Rules) ସୂଚନା ଦେଇଛନ୍ତି ।
ନୂଆ ବର୍ଷରୁ ପରିଚଳନା ବ୍ୟବସ୍ଥାରେ ବଡ଼ ସଂସ୍କାର ଆଣିବାକୁ ଯାଉଛି ପରିବହନ ବିଭାଗ । DLଠୁ ଆରମ୍ଭ କରି ଗାଡି ପରିମିଟି ଭଳି ସମସ୍ତ କାର୍ଯ୍ୟ ଏଣିକି ଅନ-ଲାଇନରେ ହେବ । ଏହି ସବୁ କାର୍ଯ୍ୟରେ ମିଡ଼ିଲ ମ୍ୟାନ ବା ଦଲାଲ ମାନଙ୍କର ଭୂମିକା ରହୁଥିଲା ବୋଲି ବିଭିନ୍ନ ସମୟରେ ଅଭିଯୋଗ ଆସୁଥିଲା ।
ଅନେକାଶଂରେ ମିଡ଼ିଲ ମ୍ୟାନ ମାନଙ୍କର ଭୂମିକା କମିଥିଲେ ବି ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ବିଭାଗ ପକ୍ଷରୁ ସମସ୍ତ କାର୍ଯ୍ୟ ଅନ-ଲାଇନ ମାଧ୍ୟମରେ କରିବାକୁ ନିଷ୍ପତ୍ତି ନିଆଯାଇଛି । ଯାହା ଶନିବାରଠୁ ଲାଗୁ ହେବାକୁ ଯାଉଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ