ETV Bharat / city

ପାନ୍ଥନିବାସ କର୍ମଚାରୀ ସଙ୍ଘ ପକ୍ଷରୁ ଘରୋଇକରଣକୁ ବିରୋଧ

ଓଟିଡିସି ଦ୍ବାରା ପରିଚାଳିତ 5 ପାନ୍ଥନିବାସକୁ ଘରୋଇକରଣ କରିଦେବା ନେଇ ଉଦ୍ୟମ ହେଉଥିବା ଅଭିଯୋଗ । ସରକାର ନିଷ୍ପତ୍ତି ନବଦଳାଇଲେ ରାଜରାସ୍ତାକୁ ଓହ୍ଲାଇବ କହିଲା ପାନ୍ଥନିବାସ କର୍ମଚାରୀ ସଙ୍ଘ। ଅଧିକ ପଢ଼ନ୍ତୁ...

author img

By

Published : Sep 15, 2020, 7:55 AM IST

Odisha Tourism Corporation Employees Union, oppose privatization of 5 Guesthouse,  Guesthouse under Odisha Tourism Development Corporation, OTDC, ପାନ୍ଥନିବାସ ଘରୋଇକରଣ, ପାନ୍ଥନିବାସ କର୍ମଚାରୀ ସଙ୍ଘ ପକ୍ଷରୁ ବିରୋଧ,  ଓଡି଼ଶା ପର୍ଯ୍ୟଟନ ଉନ୍ନୟନ ନିଗମ, ଓଡି଼ଶା ପର୍ଯ୍ୟଟନ ନିଗମ କର୍ମଚାରୀ ସଙ୍ଘ
ପାନ୍ଥନିବାସ କର୍ମଚାରୀ ସଙ୍ଘ ପକ୍ଷରୁ ଘରୋଇକରଣକୁ ବିରୋଧ

ଭୁବନେଶ୍ବର: ଓଡି଼ଶା ପର୍ଯ୍ୟଟନ ଉନ୍ନୟନ ନିଗମ ବା ଓଟିଡିସି ଦ୍ବାରା ରାଜ୍ୟରେ 21ଟି ପାନ୍ଥନିବାସ ପରିଚାଳିତ ହେଉଛି। ଯାହା ଉଭୟ ଘରୋଇ ଓ ବିଦେଶୀ ପର୍ଯ୍ୟଟକଙ୍କୁ ସେବା ପ୍ରଦାନ କରିବା ସହ ରାଜ୍ୟର ଏକ ଲାଭକାରୀ ନିଗମ ଭାବେ ସୁନାମ ଅର୍ଜନ କରିଛି। ତେବେ ଇତି ମଧ୍ୟରୁ ପ୍ରାଥମିକ ଭାବେ 5ଟି ପାନ୍ଥନିବାସକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଘରୋଇ ହୋଟେଲକୁ ବିକ୍ରି କରିଦେବାକୁ ଉଦ୍ୟମ ହେଉଥିବା ଅଭିଯୋଗ ଆଣିଛନ୍ତି ଓଡି଼ଶା ପର୍ଯ୍ୟଟନ ନିଗମ କର୍ମଚାରୀ ସଙ୍ଘ। ଯାହାକୁ ସେମାନେ ବିରୋଧ କରିବା ସହ ସରକାର ଏହାର ପୁନଃବିଚାର କରିବାକୁ ଦାବି କରିଛନ୍ତି।

ସୋମବାର ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘର କାର୍ଯ୍ୟକାରୀ ସଭାପତି ବେଣୁଧର ପାତ୍ର କହିଛନ୍ତି ଯେ ବିଗତ କିଛି ବର୍ଷ ଧରି ପାନ୍ଥନିବାସ ଗୁଡିକ ଭଲ ବ୍ୟବସାୟ କରିବା ସହ ବେଶ ଲାଭ ମଧ୍ୟ କରିଛି। ଏହା ଯୋଗୁଁ ସେମାନେ ସରକାରଙ୍କ ଧାର୍ଯ୍ୟ ନିମ୍ନ ତାଲିକାରୁ ଉପରକୁ ଉଠିବା ସହ ଦେଶ ବିଦେଶରେ ନିଜର ସୁନାମକୁ ବୃଦ୍ଧି କରିବାରେ ସହାୟକ ହୋଇଛନ୍ତି। କିନ୍ତୁ ରାଜ୍ୟ ସରକାରଙ୍କ କେତେକ ଅଧିକାରୀ ସେମାନଙ୍କ ସ୍ବାର୍ଥ ସାଧନ ପାଇଁ ପାଞ୍ଚଟି ପାନ୍ଥନିବାସ ଯଥା ଭଦ୍ରକ, ଧଉଳି, ବାଲେଶ୍ଵର, ଗୋପାଳପୁର ଓ ତପ୍ତପାଣି ପାନ୍ଥନିବାସକୁ ଘରୋଇ ହୋଟେଲ ହାତରେ 30 ବର୍ଷ ଲିଜ ସୂତ୍ରରେ ଟେକି ଦେବାକୁ ଚକ୍ରାନ୍ତ କରୁଛନ୍ତି । ଯାହା ଘୋର ନୈରାଶ୍ୟର ବିଷୟ ଅଟେ ବୋଲି କହିଛନ୍ତି।

ଏପରିକି ଏନେଇ ଗଭର୍ନିଂ ବଡିରେ କୌଣସି ପ୍ରକାର ଆଲୋଚନା ନ କରାଯାଇ ଏପରି କରାଯାଉଥିବା ସେ କହିଛନ୍ତି। ତେଣୁ ସଙ୍ଘ ପକ୍ଷରୁ ସରକାରଙ୍କ ନିକଟରେ ଏ ବାବଦରେ ପୁନଃ ବିଚାର କରିବାକୁ ଦାବି ହୋଇଥିବା କହିଛନ୍ତି ଶିବାନନ୍ଦ ରାୟ। ଏନେଇ ଶୀଘ୍ର ପଦକ୍ଷେପ ନ ନିଆଗଲେ ଆଗାମୀ ଦିନରେ ସଂଘର କର୍ମଚାରୀମାନେ ବାଧ୍ୟ ହୋଇ ରାଜ ରାସ୍ତାକୁ ଓଲ୍ଲାଇବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.