ETV Bharat / city

ଆହୁରି 24ଘଣ୍ଟା ଭିଜିବ ଓଡିଶା, 4 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ - ଓଡିଶାରେ ବର୍ଷା

ଆହୁରି 24 ଘଣ୍ଟା ଭିଜିବ ଓଡିଶା । 4 ଜିଲ୍ଲା ପାଇଁ ଜାରି ହେଲା ୟେଲୋ ୱାର୍ଣ୍ଣଂ। ସେପଟେ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ଚିଠି ଲେଖିଲେ ସ୍ବତନ୍ତ୍ର ରିଲିଫ କମିଶନର । ଅଧିକ ପଢନ୍ତୁ...

rain in odisha, weather report, yellow warning in odisha, ଓଡିଶାରେ ୟେଲୋ ୱାର୍ଣ୍ଣଂ, ଓଡିଶାରେ ବର୍ଷା, ପାଣିପାଗ ସୂଚନା
ପ୍ରତୀକାତ୍ମକ ଫଟୋ
author img

By

Published : Feb 7, 2020, 7:47 PM IST

ଭୁବନେଶ୍ବର: ରାଜ୍ୟରେ ଆହୁରି 24 ଘଣ୍ଟା ଲାଗି ରହିବ ବର୍ଷା । ବିହାର ଏବଂ ଆଖପାଖ ଅଞ୍ଚଳରେ ସମୁଦ୍ର ପତନଠାରୁ ପ୍ରାୟ ଦେଢ଼ କିମି ଉଚ୍ଚତାରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାରୁ ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ଯାଏଁ ରାଜ୍ୟରେ ବର୍ଷା ଜାରି ରହିବା ପୂର୍ବାନୁମାନ କରାଯାଇଛି । ଏନେଇ ଜଗତସିଂହପୁର, ପୁରୀ, ଗଞ୍ଜାମ ଓ ସମ୍ବଲପୁର ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ।

ଆହୁରି 24 ଘଣ୍ଟା ଭିଜିବ ରାଜ୍ୟ, 4 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଏହାଛଡା ସୋନପୁର, ଅନୁଗୋଳ, ବୌଦ୍ଧ ଓ ସମ୍ବଲପୁର ଜିଲ୍ଲାରେ ବଜ୍ରପାତ ସହିତ କୁଆ ପଥର ମାଡର ସମ୍ଭାବନା ରହିଥିବା ପୂର୍ବାନୁମାନ କରାଯାଇଛି । ସେହିପରି ନୟାଗଡ଼, କେନ୍ଦୁଝର, ମୟୁରଭଞ୍ଜ, ଢେଙ୍କାନାଳ, ଯାଜପୁର, ଭଦ୍ରକ,କେନ୍ଦ୍ରାପଡା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଓ ଅନୁଗୋଳ ଆଦି 13ଟି ଜିଲ୍ଲାରେ ବର୍ଷା ସହିତ 30ରୁ 40 କିଲୋମିଟର ବେଗରେ ପବନ ବୋହିବା ନେଇ ଆଲର୍ଟ ଜାରି କରାଯାଇଛି।

ଶନିବାର ରାଜ୍ୟର ଦକ୍ଷିଣ ଉପକୂଳ ଜିଲ୍ଲାଗୁଡିକରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲା ନୟାଗଡ଼, ପୁରୀ, ଗଞ୍ଜାମ, ରାୟଗଡା, କନ୍ଧମାଳ, ଗଜପତିରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ସହ 30ରୁ 40 କିଲୋମିଟର ବେଗରେ ପବନ ବୋହିବାର ସମ୍ଭାବନା ରହିଛି। ସେପଟେ ସୁନ୍ଦରଗଡ, କେନ୍ଦୁଝର, ଝାରସୁଗୁଡା, ସମ୍ବଲପୁର ଓ ବଲାଙ୍ଗୀରରେ ମଧ୍ୟ ରାତ୍ରିରୁ ସକାଳ ଯାଏଁ ଘନ କୁହୁଡି ରହିବା ନେଇ ପୂର୍ବାନୁମାନ କରାଯାଇଛି।

ରବିବାର ପରେ ରାତିର ତାପମାତ୍ରା ରାଜ୍ୟର ବିଭିନ୍ନ ଅଞ୍ଚଳରେ 2 ରୁ 4 ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି। ଗୁରୁବାର ଗଞ୍ଜାମ ଜିଲ୍ଲା ସୋରଡାରେ ସର୍ବାଧିକ 60 ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ତେବେ ରାଜ୍ୟରେ ବର୍ଷା ନେଇ ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର । ଯେଉଁଥିରେ ଆସନ୍ତା 10 ତାରିଖ ଯାଏଁ ବର୍ଷା ଓ ବଜ୍ରପାତ ନେଇ ଆଲର୍ଟ ରହିବାକୁ ପରାମର୍ଶ ଦିଆଯାଇଛି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ପାଣିପାଗ ସୂଚନା।

Body:ବିହାର ଏବଂ ଆଖପାଖ ଅଞ୍ଚଳରେ ସମୁଦ୍ର ପତନ ଠାରୁ ପ୍ରାୟ ଦେଢ଼ କିମି ଉଚ୍ଚତାରେ ଏକ ଘୁର୍ଣ୍ଣିବଳୟ ଥିବାରୁ ,ତାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଜଗତସିଂହପୁର, ପୁରୀ,ଗଞ୍ଜାମ, ସମ୍ବଲପୁର ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ନିଙ୍ଗ ଜାରି କଲା ଭୁବନେଶ୍ୱର ପାଣିପାଗ ବିଭାଗ।ତା ଛଡା ସୋନପୁର, ଅନୁଗୁଳ,ବୌଦ୍ଧ, ସମ୍ବଲପୁର ଜିଲ୍ଲାରେ ବଜ୍ରପାତ ସହିତ କୁଆପଥର ବର୍ଷାର ସମ୍ଭାବନା ରହିଛି।ସେହିପରି ନୟାଗଡ଼, କେନ୍ଦୁଝର, ମୟୁରଭଞ୍ଜ, ଢେଙ୍କାନାଳ, ଯାଜପୁର, ଭଦ୍ରକ,କେନ୍ଦ୍ରାପଡା, ଜଗତସିଂହପୁର, କଟକ,ପୁରୀ,ଖୋର୍ଦ୍ଧା, ଗଞ୍ଜାମ ଏବଂ ଅନୁଗୁଳ ,୧୩ଟି ଜିଲ୍ଲାରେ ବର୍ଷା ସହିତ ୩୦ ରୁ ୪୦ କିମି ବେଗରେ ପବନ ବହିବା ନେଇ ଆଲର୍ଟ ଜାରି କରାଯାଇଛି ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବୈଜ୍ଞାନିକ ଉମା ଚରଣ ଦାସ କହିଛନ୍ତି।

୮ ତାରିଖରେ ରାଜ୍ୟର ଦକ୍ଷିଣ ଉପକୂଳ ଜିଲ୍ଲା ଗୁଡିକରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲା ନୟାଗଡ଼, ପୁରୀ,ଗଞ୍ଜାମ, ରାୟଗଡା, କନ୍ଧମାଳ, ଗଜପତିରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ସହ ୩୦ ରୁ ୪୦ କିମି ବେଗରେ ପବନ ବହିବ।

ସୁନ୍ଦରଗଡ, କେନ୍ଦୁଝର, ଝାରସୁଗୁଡା, ସମ୍ବଲପୁର, ବଲାଙ୍ଗୀର, ଜିଲ୍ଲାରେ ଘନ କୁହୁଡି ମଧ୍ୟ ରାତ୍ରିରୁ ସକାଳ ଯାଏଁ ହେବ।୯ ତାରିଖ ପରେ ରାତ୍ରିର ତାପମାତ୍ରା ରାଜ୍ୟର ବିଭିନ୍ନ ଅଞ୍ଚଳରେ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି।

ଗତକାଲି ଗଞ୍ଜାମ ଜିଲ୍ଲା ସୋରଡା ରେ ସର୍ବାଧିକ ୬୦ ମିମି ବର୍ଷା ରେକର୍ଡ କରାଯାଇଛି ।ତେବେ ରାଜ୍ୟରେ ବର୍ଷା ନେଇ ସମସ୍ତ ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖିଛନ୍ତି ଏସଆରସି।୧୦ ତାରିଖ ଯାଏଁ ବର୍ଷା ,ବଜ୍ରପାତ,ନେଇ ଆଲର୍ଟ ରହିବାକୁ ପରାମର୍ଶ ଦିଆଯାଇଛି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.