ETV Bharat / city

Niti Aayoga Vice Chairman Visit: ଓଡିଶା ଉଠାଇବ ଫୋକ୍‌ସ ଷ୍ଟେଟ ଦାବି - ନୀତି ଆୟୋଗ ଉପାଧ୍ୟକ୍ଷଙ୍କ ତିନି ଦିନିଆ ଓଡ଼ିଶା ଗସ୍ତ

ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର । ଏହି ଗସ୍ତରେ ରାଜ୍ୟ ଫୋକ୍‌ସ ଷ୍ଟେଟ ଦାବି ଉଠାଇବ ବୋଲି ଜଣାପଡ଼ିଛି । ଅଧିକ ପଢନ୍ତୁ

Niti Aayoga Vice Chairman Visit: ଓଡି଼ଶା ଉଠାଇବ ଫୋକ୍‌ସ ଷ୍ଟେଟ ଦାବି

author img

By

Published : Dec 14, 2021, 4:06 PM IST

Updated : Dec 14, 2021, 5:02 PM IST

ଭୁବନେଶ୍ବର: 3 ଦିନିଆ ଓଡି଼ଶା ଗସ୍ତରେ ଆସୁଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର (Niti Aayoga Vice Chairman Rajeev kumar) । ରାଜୀବଙ୍କ ଓଡି଼ଶା ଗସ୍ତକୁ ସ୍ବାଗତ କରିଛି ବିଜୁ ଜନତା ଦଳ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ ଶଶୀଭୂଷଣ ବେହେରା । ନୀତି ଆୟୋଗଙ୍କ ଉପାଧ୍ୟକ୍ଷଙ୍କ ନିକଟରେ ଓଡ଼ିଶାକୁ ଫୋକସ ଷ୍ଟେଟ ଓ ରାଜ୍ୟର ସ୍ବାର୍ଥ ସମ୍ବଳିତ ଦାବି ଉଠାଇବ ବୋଲି ଶଶୀ କହିଛନ୍ତି ।

Niti Aayoga Vice Chairman Visit: ଓଡିଶା ଉଠାଇବ ଫୋକ୍‌ସ ଷ୍ଟେଟ ଦାବି

ଶଶୀଭୂଷଣ କହିଛନ୍ତି ଯେ, ନୀତି ଅୟୋଗ ହେଉଛି ଦେଶର ବିକାଶ ଲାଗି ଏକ ଶୀର୍ଷସ୍ତରୀୟ ଅନୁଷ୍ଠାନ । ବିଭିନ୍ନ ରାଜ୍ୟର ଗସ୍ତ କରି ତଥ୍ୟ ସଂଗ୍ରହ କରି କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରେ ନୀତି ଆୟୋଗ । ନୀତି ଆୟୋଗର ଉପାଦକ୍ଷଙ୍କ ଓଡ଼ିଶା ଗସ୍ତକୁ ବିଜେଡି ସ୍ବାଗତ କରିଛି ।

ଏହା ବି ପଢନ୍ତୁ: Niti Aayoga Vice Chairman: 3 ଦିନିଆ ଓଡିଶା ଗସ୍ତ, ଯାଇପାରନ୍ତି ପୁରୀ

ରାଜ୍ୟର ସ୍ବାର୍ଥ ନେଇ ପୂର୍ବରୁ ଯୋଜନା କମିଶନ ନିକଟରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର ବିଭିନ୍ନ ଦାବି ରଖି ଆସିଛନ୍ତି । ଏବେ ନୀତି ଅୟୋଗ ନିକଟରେ ଓଡ଼ିଶାର ନାର୍ଯ୍ୟ ଦାବି ଦୋହରାଇବେ । ନର୍ଥ ଇଷ୍ଟ ରାଜ୍ୟ ପରି ଓଡ଼ିଶାକୁ ଫୋକ୍ସ ଷ୍ଟେଟ ଦାବି କରିବ ଓଡ଼ିଶା । ଫୋକ୍‌ସ ଷ୍ଟେଟ ପରି ଓଡ଼ିଶାରେ ଆଦିବାସୀ ଓ ଦଳିତ ଲୋକ ବସବାସ କରୁଛନ୍ତି ।

କେନ୍ଦ୍ର ଓଡ଼ିଶାରୁ ଅଧିକ ରାଜସ୍ବ ପାଉଛି । ରେଳବାଇ ଓ ଅନ୍ୟାନ୍ୟ କ୍ଷେତ୍ରରେ ଅନ୍ୟ ରାଜ୍ୟ ତୁଳନାରେ ଅଧିକ ରାଜସ୍ବ ସଂଗ୍ରହ କରୁଛି କେନ୍ଦ୍ର । ଏହା ସହ GST ଓ ଅନ୍ୟ କ୍ଷେତ୍ରରେ ଓଡ଼ିଶାର ଶୃଙ୍ଖଳା ରହିଛି । ଓଡ଼ିଶାକୁ ଯେପରି ଅନୁରୂପ ଭାବେ ସାହାଯ୍ୟ ସହଯୋଗ ମିଳିବା କଥା କେନ୍ଦ୍ର ପକ୍ଷରୁ ମିଳୁନାହିଁ ।

ଓଡ଼ିଶାର ପ୍ରାପ୍ୟ ରୟାଲଟି ମଧ୍ୟ ରିଭିଜନ ହେଉନାହିଁ । ରାଜ୍ୟର ଭିତ୍ତିଭୂମିର ବିକାଶର ଆବଶ୍ୟକତା ରହିଛି । ଏହି ସମସ୍ତ ଅବହେଳା ରାଜ୍ୟ ସରକାର ନୀତି ଆୟୋଗ ନିକଟରେ ଉପସ୍ଥାପନ କରିବେ । ନୀତି ଆୟୋଗର ରେକମଣ୍ଡେସନ ନୀତି ଆୟୋଗ ନିଶ୍ଚୟ ଗ୍ରହଣ କରିବେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Dec 14, 2021, 5:02 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.