ETV Bharat / city

ଆଜି ଓଡିଶାରେ ୪ କୋଟି ଛୁଇଁଲା ଟୀକାକରଣ

author img

By

Published : Nov 12, 2021, 12:43 PM IST

Updated : Nov 12, 2021, 2:10 PM IST

ଆଜି ରାଜ୍ୟରେ ୪ କୋଟି ଛୁଇଁଲା ଟୀକାକରଣ । ସଫଳ ଟୀକାକରଣ ପାଇଁ ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ଧନ୍ୟବାଦ ଦେଲା ସ୍ବାସ୍ଥ୍ୟ ବିଭାଗ । ଅଧିକ ପଢନ୍ତୁ...

ଆଜି ଓଡିଶାରେ ୪ କୋଟି ଛୁଇଁବ ଟୀକାକରଣ
ଆଜି ଓଡିଶାରେ ୪ କୋଟି ଛୁଇଁବ ଟୀକାକରଣ

ଭୁବନେଶ୍ବର: ଟୀକାକରଣରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କଲା ଓଡିଶା । ଆଜି ରାଜ୍ୟରେ ୪ କୋଟି ଛୁଇଁଲା ଟୀକାକରଣ । ଏନେଇ ଟ୍ବିଟ୍ ଯୋଗେ ସୂଚନା ଦେଇଛି ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ । ଟୀକାକରଣରେ ଏହି ସଫଳତା ପାଇଁ ସ୍ୱାସ୍ଥ୍ୟ ବିଭଗର ସମସ୍ତ କର୍ମଚାରୀ ବିଶେଷଭାବେ ଫିଲ୍ଡରେ କାମ କରୁଥିବା ଆଶାକର୍ମୀ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ସ୍ବାସ୍ଥ୍ୟ ବିଭାଗ ଧନ୍ୟବାଦ ଦେଇଛି ।

ଡିସେମ୍ବର ସୁଦ୍ଧା ରାଜ୍ୟରେ ପ୍ରଥମ ଡୋଜ ଟୀକାକରଣ ସାରିବାକୁ ଟାର୍ଗେଟ ରହିଛି । ରାଜ୍ୟରେ ଟୀକାକରଣ ଗତି ତ୍ବରାନ୍ବିତ କରିବାକୁ ଟିକାଦାନ କେନ୍ଦ୍ରସଂଖ୍ୟା ବଢାଯାଇଛି । 1600 କେନ୍ଦ୍ରରୁ ପ୍ରାୟ 2400ଟି କେନ୍ଦ୍ରକୁ ବୃଦ୍ଧି ପାଇଛି । ବିଶେଷକରି ଗ୍ରାମାଞ୍ଚଳକୁ ଫୋକସ୍ କରାଯାଉଛି । ଯେଉଁ ଗ୍ରାମରେ ଟିକା ନେଇଥିବା ଲୋକଙ୍କ ସଂଖ୍ୟା ୧୦୦ ତଳେ ରହିଛି, ସେହିସବୁ ଗ୍ରାମ ଗୁଡିକରେ ଟୀକାକରଣ କେନ୍ଦ୍ର ଖୋଲା ଯାଇଛି ।

ଆଜି ଓଡିଶାରେ ୪ କୋଟି ଛୁଇଁବ ଟୀକାକରଣ

ଏବେ ସୁଦ୍ଧା ରାଜ୍ୟରେ 2 କୋଟି 66 ଲକ୍ଷରୁ ଉର୍ଦ୍ଧ୍ବ ପ୍ରଥମ ଡ଼ୋଜ୍ ନେଇଥିବାବେଳେ 1 କୋଟି 32 ଲକ୍ଷ 20 ହଜାର 92 ଜଣଙ୍କୁ ଦ୍ବିତୀୟ ଡୋଜ ଦିଆସରିଛି । ବର୍ତ୍ତମାନ 31 ଲକ୍ଷ ଦ୍ବିତୀୟ ଡୋଜ ଅପେକ୍ଷାରେ ଅଛନ୍ତି । ସେହିପରି ରାଜ୍ୟରେ 47 ଲକ୍ଷ କୋଭାକ୍ସିନ ଟିକା ଓ ସାଢେ 3 କୋଟି କୋଭିସିଲ୍ଡ ନେଇଛନ୍ତି । 2 ତାରିଖରୁ ହର୍ ଘର କାର୍ଯ୍ୟକ୍ରମ ପରେ ଦ୍ବିତୀୟ ଡ଼ୋଜ ଟୀକାକରଣ 35% ରୁ ବଢି 40% ହୋଇଛି । ସେହିପରି 82 ପ୍ରତିଶତ ଲୋକେ ପ୍ରଥମ ଡୋଜ ନେଇଥିବା ବେଳେ 41 ପ୍ରତିଶତ ଉଭୟ ଡୋଜ ନେଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Nov 12, 2021, 2:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.