ETV Bharat / city

ଦାବି ଦିବସ ପାଳନ କଲେ ଶିକ୍ଷକ ସଂଗଠନ, ବିଭିନ୍ନ ସମସ୍ୟା ନେଇ ସରକାରଙ୍କୁ ଘେରିଲେ

author img

By

Published : Aug 17, 2022, 7:47 AM IST

ଭୁବନେଶ୍ବରରେ ଓଡ଼ିଶା ଶିକ୍ଷକ ସଂଗଠନ ପକ୍ଷରୁ ଦାବି ଦିବସ ପାଳନ କରାଯାଇଛି । ରାଜ୍ୟର ଶିକ୍ଷାକ୍ଷେତ୍ରରେ ବିଭିନ୍ନ ସମସ୍ୟାକୁ ନେଇ ସରକାରଙ୍କୁ ଘେରିଲେ ଶିକ୍ଷକ ସଂଗଠନ । ଅଧିକ ପଢ଼ନ୍ତୁ

odisha teachers union strike on demand day in bhubaneswar
ଦାବି ଦିବସ ପାଳନ କଲେ ଶିକ୍ଷକ ସଂଗଠନ, ବିଭିନ୍ନ ସମସ୍ୟା ନେଇ ସରକାରଙ୍କୁ ଘେରିଲେ

ଭୁବନେଶ୍ବର: ଓଡ଼ିଶା ଶିକ୍ଷକ ସଂଗଠନ ପକ୍ଷରୁ ଦାବି ଦିବସ ପାଳନ କରାଯାଇଛି । ରାଜ୍ୟର ଶିକ୍ଷାବସ୍ଥା, ଛାତ୍ରଛାତ୍ରୀ ସମେତ ଶିକ୍ଷକମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ସରକାରଙ୍କ ନିକଟରେ ଦାବି ରଖିଛନ୍ତି ଶିକ୍ଷକ ସଂଗଠନ ।

ଦାବି ଦିବସ ପାଳନ କଲେ ଶିକ୍ଷକ ସଂଗଠନ

ଶିକ୍ଷାକ୍ଷେତ୍ରରେ ବିଭିନ୍ନ ସମସ୍ୟା ନେଇ ସରକାରଙ୍କୁ ଘେରିଛନ୍ତି ଶିକ୍ଷକ ସଂଗଠନ । ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ଵୟ ସମିତିର ଆବାହକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି, "ନୂତନ ପେନସନ ବ୍ୟବସ୍ଥାକୁ ବାତିଲ କରି ପୂର୍ବ ପ୍ରଚଳିତ ପୁରୁଣା ପେନସନ ଲାଗୁ କରିବା ଓ ଏଥିରେ ନୂତନ ଅନୁଦାନ ପ୍ରାପ୍ତ ସ୍କୁଲ କଲେଜକୁ ଅନ୍ତର୍ଭୁକ୍ତ କରିବା, ରାଜ୍ୟର ସମସ୍ତ ଅନୁଦାନ ପ୍ରାପ୍ତ ସ୍କୁଲ କଲେଜକୁ ଚାକିରି ସର୍ତ୍ତାବଳୀ ସହିତ ସରକାରୀ ଅନୁଷ୍ଠାନରେ ପରିଣତ କରିବା, ଚାକିରି କାଳକୁ 62 ବର୍ଷକୁ ବୃଦ୍ଧି କରିବା ପାଇଁ ସଂଗଠନ ଦାବି କରିଛି ।’’

ସେହିପରି ଏଲିମେଣ୍ଟାରି ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ଦରମା ଦେବା ଏବଂ ରାଜ୍ୟର ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରାଯାଉଥିବା ମଧ୍ୟାହ୍ନ ଭୋଜନର ମାନ ବୃଦ୍ଧି କରିବାକୁ ସରକାରଙ୍କ ପାଖରେ ଦାବି କରାଯିବ । ସରକାର ତୁରନ୍ତ ଏହି ସମସ୍ତ ଦାବି ଉପରେ ଅନୁଧ୍ୟାନ କରି ସମନ୍ଵୟ ସମିତିର ନେତୃତ୍ଵମାନଙ୍କ ସହିତ ଆଲୋଚନା କରି ପଦକ୍ଷେପ ଗ୍ରହଣ କରିବା ପାଇଁ ସଂଗଠନ କହିଛି ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.