ETV Bharat / city

ଦିଲ୍ଲୀରେ ଚମକିଲା ଓଡିଶା; କଳାକାରଙ୍କୁ ପ୍ରଥମ ଓ ରୁକୁଣା ରଥ ପାଇଁ ଦ୍ବିତୀୟ ପୁରସ୍କାର

author img

By

Published : Jan 27, 2020, 11:40 PM IST

Updated : Jan 28, 2020, 10:24 AM IST

ଦିଲ୍ଲୀ ରାଜପଥରେ ବିବିଧତା ଭିତରେ ଏକତାର ଝଲକ ଦେଖିଲା ବିଶ୍ବ । ଭାରତ ପାଳନ କଲା 71 ତମ ସାଧାରଣତନ୍ତ୍ର ଦିବସ । ରାଜ୍ୟର କଳା, ସଂସ୍କୃତି ଦେଖି ଅତିଥି ହେଲେ ଆଚମ୍ବିତ । ରାଜ୍ୟର ପ୍ରଜ୍ଞାପନ ମେଢ ସହ କଳାକାରଙ୍କୁ ମିଳିଲା ସମ୍ମାନ ଓ ପୁରସ୍କାର । ପଢନ୍ତୁ ସଂପୂର୍ଣ୍ଣ ଖବର...

Odisha tableau at the 2020 Republic Day
Odisha tableau at the 2020 Republic Day

ନୂଆଦିଲ୍ଲୀ: ପୁଣିଥରେ ଜାତୀୟ ସ୍ତରରେ ଚମକିଲା ରାଜ୍ୟର କଳା ସଂସ୍କୃତି ଐତିହ୍ୟ । ସାରା ବିଶ୍ବ ଦେଖିଲା ରାଜ୍ୟର ଓଡିଶୀ ନୃତ୍ୟ ସାଙ୍ଗକୁ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରାର ଝଲକ । ଆଉ ଫଳସ୍ବରୂପ ରାଜ୍ୟ ସ୍ତରୀୟ ବର୍ଗରେ ଓଡିଶାର ପ୍ରଜ୍ଞାପନ ମେଢ ଦ୍ବିତୀୟ ସ୍ଥାନ ଦଖଲ କରିଥିବା ବେଳେ କଳାକାରଙ୍କୁ ମିଳିଛି ପ୍ରଥମ ପୁରସ୍କାର ।

naveen patnaik
ଦିଲ୍ଲୀରେ ଚମକିଲା ଓଡିଶା; କଳାକାରଙ୍କୁ ପ୍ରଥମ ଓ ରୁକୁଣା ରଥ ପାଇଁ ଦ୍ବିତୀୟ ପୁରସ୍କାର

ତେବେ ପ୍ରଜ୍ଞାପନ ମେଢରେ ପ୍ରଥମ ସ୍ଥାନ ଆସାମ ଅଧିକାର କରିଥିବା ବେଳେ ଯୁଗ୍ମ ଭାବେ ଓଡିଶା ଓ ଉତ୍ତର ପ୍ରଦେଶ ଦ୍ବିତୀୟ ସ୍ଥାନ ଦଖଲ କରିଛନ୍ତି । ଯାହା କୋଟି କୋଟି ଓଡିଆଙ୍କୁ ଗର୍ବିତ କରିଛି । ଏହାକୁ ନେଇ ସମସ୍ତ କଳାକାର ଓ ପ୍ରଜ୍ଞାପନ ମେଢ ପ୍ରସ୍ତୁତିର ମୁଖ୍ୟ ବିନ୍ଧାଣୀ ଗଜେନ୍ଦ୍ର ସାହୁଙ୍କ ନିକଟକୁ ଛୁଟୁଛି ଶୁଭେଛାର ସୁଅ । ଏପଟେ ଏହାକୁ ଗୌରବର ବିଷୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ବିଟ୍‌ କରି ଏହା ଆମ ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ପରିଚୟ ବୋଲି କହିବା ସହ ସେଠାରେ ଏହାକୁ ପ୍ରଦର୍ଶିତ କରିଥିବା ସମସ୍ତ ବ୍ୟକ୍ତିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

ସୂଚନାଯୋଗ୍ୟ ଯେ 71 ତମ ସାଧାରଣତନ୍ତ୍ର ଦିବସ ପରେଡରେ ସ୍ଥାନ ପାଇଥିଲା ଓଡିଶାର ପ୍ରଭୁ ଲିଙ୍ଗରାଜ ମନ୍ଦିର ଓ ରୁକୁଣା ରଥ । ଦିଲ୍ଲୀ ରାଜପଥରେ ପ୍ରଦର୍ଶିତ ହୋଇଥିଲା ରାଜ୍ୟର କଳା, ସଂସ୍କୃତି । ଏଥିପାଇଁ ମଙ୍ଗଳବାର ଏକ ସ୍ବତନ୍ତ୍ର ଉତ୍ସବରେ ସମସ୍ତ ବିଜୟୀ ରାଜ୍ୟଙ୍କୁ ପୁରସ୍କୃତ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

Intro:Body:

LIVE

Conclusion:
Last Updated : Jan 28, 2020, 10:24 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.