ଭୁବନେଶ୍ବର: ରାଜ୍ୟ ଇସ୍ପାତ ଓ ଖଣି ବିଭାଗ (Odisha Steel & Mines department) ର ୧୫ କର୍ମଚାରୀ କରୋନା ପଜିଟିଭ ।
ସଂକ୍ରମଣକୁ ଦୃଷ୍ଟିରେ ରଖି ୨ ଦିନ ପାଇଁ କାର୍ଯ୍ୟାଳୟକୁ ବନ୍ଦ କଲେ କର୍ତ୍ତୃପକ୍ଷ । ଆଜି ଓ ଆସନ୍ତାକାଲି ସମ୍ପୃକ୍ତ ବିଭାଗକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ହୋଇଛି । ଏହି ସମୟ ମଧ୍ୟରେ ଅଫିସକୁ ସାନିଟାଇଜ କରାଯିବ। କିଛି କର୍ମଚାରୀ ରୋଷ୍ଟର ଡ୍ୟୁଟି କରିବେ। କିଛି କର୍ମଚାରୀ ଘରୁ ଅନଲାଇନରେ କାମ କରିବେ।
ପୂର୍ବପରି କାର୍ଯ୍ୟାଳୟ 18 ତାରିଖରୁ ପୁନଃ ପୁରା କର୍ମଚାରୀରେ ଚାଲିବ । ଅଫିସରେ ଯୋଗ ଦେଉନଥିବା କର୍ମଚାରୀମାନେ ଘରୁ କାମ କରିବେ । ଏହାସହ ସବୁବେଳେ ଟେଲିଫୋନ ମାଧ୍ୟମରେ ଯୋଗାଯୋଗରେ ରହିବେ ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ