ETV Bharat / city

ବଲାଙ୍ଗୀର ଓ କୋରାପୁଟରେ ପ୍ରତିଷ୍ଠା ହେବ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟ - state pollution control board will open two new offices in balangir and koraput

କୋରାପୁଟ ଓ ବଲାଙ୍ଗୀରରେ ଖୋଲିବ ରାଜ୍ୟ ପ୍ରଦୂଷଣ ବୋର୍ଡର ଦୁଇଟି ନୂତନ ଆଞ୍ଚଳିକ କାର୍ଯ୍ୟାଳୟ। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏନେଇ ସୂଚନା ଦେଇଛନ୍ତି। ଅଧିକ ପଢ଼ନ୍ତୁ...

ବଲାଙ୍ଗୀର ଓ କୋରାପୁଟରେ ପ୍ରତିଷ୍ଠା ହେବ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଦୁଇଟି ନୂତନ ଆଞ୍ଚଳିକ କାର୍ଯ୍ୟାଳୟ

author img

By

Published : Oct 16, 2020, 6:16 PM IST

ଭୁବନେଶ୍ବର: ରାଜ୍ୟ ପ୍ରଦୂଷଣ ବୋର୍ଡର ଖୋଲିବ ଦୁଇଟି ନୂଆ ଆଞ୍ଚଳିକ କାର୍ଯ୍ୟାଳୟ। ବଲାଙ୍ଗୀର ଓ କୋରାପୁଟ ଜିଲ୍ଲାରେ ଏହି ନୂଆ ଆଞ୍ଚଳିକ କାର୍ଯ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି।

ବାଲାଙ୍ଗିରରେ ଖୋଲିବାକୁ ଥିବା ଆଞ୍ଚଳିକ କାର୍ଯ୍ୟାଳୟ ନେତ୍ତୃତ୍ବରେ ବଲାଙ୍ଗିର ସହ ସୁବର୍ଣ୍ଣପୁର, ବୌଦ୍ଧ ଓ ନୂଆପଡ଼ା ଜିଲ୍ଲା ରହିବ। ସେହିଭଳି କୋରାପୁଟରେ ଖୋଲାଯିବାକୁ ଥିବା ଆଞ୍ଚଳିକ କାର୍ଯ୍ୟାଳୟ ନେତୃତ୍ବରେ ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ଆଞ୍ଚଳିକ ପ୍ରଦୂଷଣ ବୋର୍ଡର କାର୍ଯ୍ୟାଳୟ ରହି କାର୍ଯ୍ୟ କରିବେ। ତେବେ ବଲାଙ୍ଗିର ଓ କୋରାପୁଟ ଆଞ୍ଚଳିକ ପ୍ରଦୂଷଣ କାର୍ଯ୍ୟାଳୟ ପ୍ରତିଷ୍ଠା ଓ କାର୍ଯ୍ୟ ସମ୍ବନ୍ଧୀୟ ବ୍ୟୟ ରାଜ୍ୟ ବଜେଟରୁ ଭରଣା କରାଯିବ ନାହିଁ । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିଜସ୍ବ ସମ୍ବଳରୁ ଏହି ଖର୍ଚ୍ଚ ତୁଲାଇବେ ବୋଲି ମନ୍ତ୍ରୀ କ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି।

ଏହାଛଡ଼ା ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିରେ ମଧ୍ୟ ଏକ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ କାର୍ଯ୍ୟାଳୟ ଖୋଲିବା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପ୍ରସ୍ତାବ ଦେଇଥିଲା। ଗଜପତି ସହ କନ୍ଧମାଳ ଜିଲ୍ଲା ମଧ୍ୟ ଏହି ଆଞ୍ଚଳିକ କାର୍ଯ୍ୟାଳୟ ଅଧିନରେ କାର୍ଯ୍ୟ କରିବା ନେଇ ଏହି ପ୍ରସ୍ତାବରେ ଉଲ୍ଲେଖ ରହିଥିଲା। ତେବେ ଗଜପତି ଓ କନ୍ଧମାଳ ଜିଲ୍ଲା ମଧ୍ୟରେ ଦୂରତା ଅଧିକ ରହିଥିବାରୁ ଏହି ଦୁଇ ଜିଲ୍ଲାକୁ ବ୍ରହ୍ମପୁର ଅଧିନରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହା ପୂର୍ବରୁ ପାରାଦୀପ, କଳିଙ୍ଗନଗର ଓ ଝାରସୁଗୁଡ଼ାରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ବୀକୃତି ମିଳି ସାରିଛି। ବର୍ତ୍ତମାନ ରାଜ୍ୟରେ 9ଟି ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କାର୍ଯ୍ୟ କରୁଛନ୍ତି। ଏହି କାର୍ଯ୍ୟାଳୟଗୁଡ଼ିକ ରାଉରକେଲା, କଟକ, ସମ୍ବଲପୁର, ଅନୁଗୋଳ, ବାଲେଶ୍ବର, ବ୍ରହ୍ମପୁର, ଭୁବନେଶ୍ବର, କେଉଁଝର ଓ ରାୟଗଡ଼ା ଆଦି ସ୍ଥାନରେ କାର୍ଯ୍ୟ କରୁଛି।

ବଲାଙ୍ଗିର ଓ କୋରାପୁଟରେ ଦୁଇଟି ନୂଆ ଆଞ୍ଚଳିକ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହେବାପରେ ରାଜ୍ୟରେ ମୋଟ 14ଟି ସ୍ଥାନରେ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ କାର୍ଯ୍ୟାଳୟ କାର୍ଯ୍ୟ କରିବ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.