ETV Bharat / city

ଲୋଙ୍କ ପାଖରେ ପହଞ୍ଚି ପାରୁନି ବିଜୁଳି, ରାଜ୍ୟ ସରକାରଙ୍କୁ ଶକ୍ତି ସଂସ୍କାରକଙ୍କ ଟାର୍ଗେଟ୍‌ - ରାଜ୍ୟ ସରକାରଙ୍କୁୁ ଶକ୍ତି ସଂସ୍କାରକଙ୍କ ଟାର୍ଗେଟ୍‌

ରାଜ୍ୟ ସରକାର ଶକ୍ତି ବିଭାଗରେ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ଉନ୍ନତମାନର ଟେକ୍ନୋଲୋଜି ଦ୍ବାରା ପ୍ରତି ଘରେ ବିଦ୍ୟୁତ୍‌ ପହଞ୍ଚାଇବାକୁ ରାଜ୍ୟ ସରକାର ସବୁବେଳେ ତତ୍ପର ଥିବା କଥା କହିଛନ୍ତି (state govt failed to provide electric connection)। ଅଧିକ ପଢ଼ନ୍ତୁ

state govt failed to provide electric connection to every Household
ଲୋଙ୍କ ପାଖରେ ପହଞ୍ଚି ପାରୁନି ବିଜୁଳି, ଟାର୍ଗେଟ୍‌ କଲେ ଶକ୍ତି ସଂସ୍କାରକ
author img

By

Published : Sep 13, 2022, 12:01 PM IST

ଭୁବନେଶ୍ବର: ନିରବିଚ୍ଛିନ୍ନ ବିଦ୍ୟୁତ୍‌ ସେବା ପାଇଁ ଯୋଜନା ପରେ ଯୋଜନା ହେଲେ ଆଜି ବି ଲୋକେ ଅନ୍ଧାରରେ ରହିଛନ୍ତି । ରାଜ୍ୟ ସରକାର ଶକ୍ତି ବିଭାଗରେ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ଭିତ୍ତିଭୂମି ବିକାଶ, ଆଧୁନିକ ଯନ୍ତ୍ରପାତି, ଉନ୍ନତମାନର ଟେକ୍ନୋଲୋଜି ଦ୍ବାରା ପ୍ରତି ଘରେ ବିଦ୍ୟୁତ୍‌ ପହଞ୍ଚାଇବାକୁ ରାଜ୍ୟ ସରକାର ସବୁବେଳେ ତତ୍ପର ଥିବା କଥା କହିଛନ୍ତି ।(Odisha electric connection record ) ବିଧାନସଭାରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଏଯାଏଁ 2 ଲକ୍ଷ 78 ହଜାର ଘରେ ବିଜୁଳି ପହଞ୍ଚି ପାରିନାହିଁ(state govt failed to provide electric connection) ।

ଲୋଙ୍କ ପାଖରେ ପହଞ୍ଚି ପାରୁନି ବିଜୁଳି, ଟାର୍ଗେଟ୍‌ କଲେ ଶକ୍ତି ସଂସ୍କାରକ

ସରକାର ବିଜୁଳି ଦେୟ ଅର୍ଥ ସଂଗ୍ରହ କରିବାକୁ ଘରୋଇ କମ୍ପାନୀକୁ ଦାୟିତ୍ବ ଦେଇଛନ୍ତି । ଦେୟ ଆଦାୟ ପାଇଁ ଘରୋଇ କମ୍ପାନୀ ମଧ୍ୟ ମନ ଇଚ୍ଛା ହିତାଧିକାରୀଙ୍କ ଉପରେ ଜୁଲୁମ୍‌ କରୁଥିବା ଅଭିଯୋଗ ହୋଇଛି । ଏଥିପାଇଁ ଦାୟୀ କିଏ ? କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଚଳିତ ସୌଭାଗ୍ୟ ଯୋଜନା, ଦୀନ ଦୟାଲ ଯୋଜନା ମଧ୍ୟ ବନ୍ଦ ହୋଇଯାଇଛି । ସେପଟେ ବିଭାଗୀୟ ମନ୍ତ୍ରୀ କହୁଛନ୍ତି, ଆମ ସରକାର ପ୍ରତି ଘରେ ବିଜୁଳି ସଂଯୋଗ ଉପରେ ଗୁରୁତ୍ବ ଦେଉଛନ୍ତି । ହେଲେ ଏଠି ପ୍ରଶ୍ନ ଉଠୁଛି ଯଦି ସରକାର ଏତେ ଚିନ୍ତିତ ତାହେଲେ ଏତେ ଲୋକଙ୍କ ଘରେ ବିଜୁଳି କଣ ପାଇଁ ପହଞ୍ଚି ପାରିନାହିଁ ।

ମନ୍ତ୍ରୀ କହିଥିଲେ ଯେ, "ସୌଭାଗ୍ୟ ଓ ଦିନ ଦୟାଲ ପ୍ରୋଜେଟ କେନ୍ଦ୍ର ସରକାର ବନ୍ଦ କରିଦେଇଛନ୍ତି । ହେଲେ ରାଜ୍ୟ ସରକାର ସବୁ ଗାଆଁରେ ବିଜୁଳି ସଂଯୋଗ କରୁଛନ୍ତି । ୯୮ ପ୍ରତିଶତ ଗାଁକୁ ଏଯାଏଁ ବିଜୁଳି ସଂଯୋଗ କରାଯାଇଛି । ଯେଉଁ ଗାଁକୁ ବିଜୁଳି ସଂଯୋଗ ହୋଇନାହିଁ ତାହାକୁ ରାଜ୍ୟ ସରକାର ଗୁରୁତ୍ଵ ଦେଉଛନ୍ତି । ଜଙ୍ଗଲ ନିୟମ ଅନୁମତି ମିଳୁନଥିବାରୁ ଗୋଟିଏ ଗୋଟିଏ ସ୍ଥାନରେ ବିଜୁଳି ସଂଯୋଗ ଦିଆଯାଇ ପାରୁନାହିଁ ।"

ସେପଟେ ଶକ୍ତି ସଂସ୍କାରକ ରମେଶ ଶତପଥୀ ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି (Energy reformer reaction on electric connection)। ସେ କହିଛନ୍ତି, "ସରକାର ଅଧିକାରୀଙ୍କ ଉପରେ କଣ ପାଇଁ ଦାଇତ୍ବ ନ୍ୟସ୍ତ କରୁନାହାନ୍ତି ? ଜନସାଧାରଣ ବିଜୁଳି ସଂଯୋଗଠାରୁ ଦୂରରେ ରହିବା ଅତ୍ୟନ୍ତ ଦୁଖଦାୟକ ଘଟଣା । ଏତେ ଟଙ୍କା ସରକାରୀ ତହବିଲରୁ ଖର୍ଚ୍ଚ ହେଉଛି । ଯଦି କେନ୍ଦ୍ର ସରକାର ଯୋଜନା ବନ୍ଦ କରିଦେଲେ ତାହେଲେ ରାଜ୍ୟ ସରକାର ଜନସାଧାରଣ ଆବଶ୍ୟକତା ପୂରଣ କରିବେ ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.