ETV Bharat / city

Panchayat Polls: ପୁଣି ଜିଲ୍ଲାପାଳଙ୍କ ସହ ନିର୍ବାଚନ ଆୟୋଗଙ୍କ ବୈଠକ - ହୋଡିଂ ଓ ପୋଷ୍ଟର ହଟେଇବାକୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ

ପଞ୍ଚାୟତ ନିର୍ବାଚନ ନେଇ ଆଜି ପୁଣି ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ସରକାରୀ କାର୍ଯ୍ୟାଳୟରୁ ତୁରନ୍ତ ହୋଡିଂ ଓ ପୋଷ୍ଟର ହଟେଇବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ

state election commission again hold a meeting on panchayat election
ପଞ୍ଚାୟତ ନିର୍ବାଚନ ନେଇ ପୁଣି ଜିଲ୍ଲାପାଳଙ୍କ ସହ ନିର୍ବାଚନ ଆୟୋଗଙ୍କ ବୈଠକ
author img

By

Published : Jan 20, 2022, 10:30 PM IST

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ନେଇ ଆଜି ପୁଣି ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ସରକାରୀ କାର୍ଯ୍ୟାଳୟରୁ ତୁରନ୍ତ ହୋଡିଂ ଓ ପୋଷ୍ଟର ହଟେଇବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଅପରାହ୍ନ 4ଟା ସମୟରେ ଭିସି ମାଧ୍ୟମରେ ଆଲୋଚନା କରିଛନ୍ତି ନିର୍ବାଚନ ଆୟୋଗ ଆଦିତ୍ୟ ପ୍ରସାଦ ପାଢ଼ୀ ।

ତୁରନ୍ତ ସରକାରୀ କାର୍ଯ୍ୟାଳୟ ଓ ସର୍ବ ସାଧାରଣ ସ୍ଥାନରୁ ନେତାଙ୍କ ଏବଂ ଯୋଜନା ଗୁଡିକର ପୋଷ୍ଟର ଓ ବ୍ୟାନର ହଟେଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଭଦ୍ରକ ଚାନ୍ଦବାଲି ବ୍ଳକ ପୁରୁଷୋତ୍ତମପୁର ଗ୍ରାମ ପଞ୍ଚାୟତର ଜିଆରଏସଙ୍କୁ ନିଲମ୍ବନ କରିବାକୁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ସହ ସେହି ପଞ୍ଚାୟତର ପିଇଓଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବାକୁ ଭଦ୍ରକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସରକାରୀ ଅଧିକାରୀ କ୍ଷମତାର ଅପବ୍ୟବହାର କରୁଥିବା ନେଇ ଗତକାଲି ବିଜେପି ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲା ।

ସେହିପରି ବଲାଙ୍ଗୀର ବିଲିସରାଡା ପଞ୍ଚାୟତ ଘଟଣାକୁ ଗୁରୁତର ସହ ନେଇଛନ୍ତି ନିର୍ବାଚନ ଆୟୋଗ । ଇଚ୍ଛୁକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବାରେ କୌଣସି ଅସୁବିଧା ନ ହେବ ଏସବୁକୁ ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ପଞ୍ଚାୟତରେ ସରପଞ୍ଚ ପଦ 44 ଲକ୍ଷ ଟଙ୍କାରେ ନିଲାମ ହୋଇଥିବା ନେଇ ଅଭିଯୋଗ ଆସିଥିଲା ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.