ETV Bharat / city

Cyclone: ଟେଲିକମ କମ୍ପାନୀ ଅଧିକାରୀଙ୍କ ସହ SRCଙ୍କ ଜରୁରୀ ବୈଠକ

author img

By

Published : May 6, 2022, 7:22 PM IST

ସମ୍ଭାବ୍ୟ ବାତ୍ଯାକୁ ନେଇ ଟେଲିକମ କମ୍ପାନୀ ଅଧିକାରୀଙ୍କ ସହ ସ୍ବତନ୍ତ୍ର ରିଲିଫ କମିଶନରଙ୍କ(SRC) ଜରୁରୀ ବୈଠକ । ଅଧିକ ପଢନ୍ତୁ

ସମ୍ଭାବ୍ୟ ବାତ୍ଯା ନେଇ ଜରୁରୀ ବୈଠକ ଡାକିଲେ SRC

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ଯାକୁ ନେଇ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ଜରୁରୀ ବୈଠକ । ଟେଲିକମ କମ୍ପାନୀର ଅଧିକାରୀଙ୍କ ସହ ଅପରାହ୍ନରେ ଭିଡିଓ କନଫରେନ୍ସିଂ ଜରିଆରେ ବୈଠକ କରିଛନ୍ତି SRC ପ୍ରଦୀପ କୁମାର ଜେନା । ବୈଠକରେ ସୂଚନା ଏବଂ ପ୍ରଯୁକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ ମିଶ୍ର ଓ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଅଧିକ ବେଗରେ ପବନ ଦ୍ବାରା ମୋବାଇଲ ଟାୱାର ଗୁଡିକ ଉପୁଡିବାର ସମ୍ଭାବନା ରହିଛି । ଏପରିହେଲେ ସଂପୃକ୍ତ ଜିଲ୍ଲାକୁ ଯୋଗାଯୋଗରେ ସମସ୍ୟା ସୃଷ୍ଟି ହେବ । ଏହାକୁ ଦୃଷ୍ଟିରେରଖି ଟେଲିକମ କମ୍ପାନୀ ଅଧିକାରୀଙ୍କ ସହ SRCଙ୍କ ଏହି ବୈଠକ ଗୁରୁତ୍ବପୂର୍ଣ୍ଣ ରହିଛି । ଯୋଗାଯୋଗ ସମ୍ବନ୍ଧୀୟ କୌଣସି ଟାୱାର କ୍ଷତିଗ୍ରସ୍ତ ହେଲେ ତ୍ବରିତ ପୁନଃସ୍ଥାପନ ପାଇଁ କମ୍ପାନୀ ଅଧିକାରୀଙ୍କଠାରୁ ସହମତି ଚାହିଁଛନ୍ତି SRC ପ୍ରଦୀପ କୁମାର ଜେନା ।

BSNL, ଏୟାରଟେଲ, ଏବଂ ଭୋଡାଫୋନର ବରିଷ୍ଠ ଅଧିକାରୀ ଏହି ବୈଠକରେ ସମାଲି ରହିଥିଲେ । ସମ୍ଭାବ୍ୟ ବାତ୍ୟା ନେଇ ସଂସ୍ଥା କଣ ସବୁ ପଦକ୍ଷେପ ନେଇଛନ୍ତି ଓ ସରକାର କଣ ସହଯୋଗ କରିପାରିବେ ସେନେଇ ବୈଠକରେ ଆଲୋଚନା ହୋଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.