ETV Bharat / city

Omicron Tension: ଆସନ୍ତା ୧୦ରୁ ସବୁ ଶିକ୍ଷାନୁଷ୍ଠାନ ବନ୍ଦ, ବାୟୋମେଟ୍ରିକ୍ ଆଟେଣ୍ଡାଣ୍ଟ ମନା - ଜାନୁଆରୀ ୧୦ରୁ ସମସ୍ତ ସ୍କୁଲ୍‌ କଲେଜ ବନ୍ଦ

ରାଜ୍ୟରେ ହୁହୁ ହୋଇ କୋଭିଡର ନୂଆ ଭାରିଏଣ୍ଟ ଓମିକ୍ରନ ସଂକ୍ରମଣ ବଢ଼ିବାରେ ଲାଗିଛି । ଏହି କ୍ରମରେ ଜାନୁଆରୀ ୧୦ ତାରିଖରୁ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରିବାକୁ ଘୋଷଣା କରାଯାଇଛି । ଅଧିକ ପଢ଼ନ୍ତୁ

Omicron Tension: ଜାନୁଆରୀ ୧୦ରୁ ସବୁ ଶିକ୍ଷାନୁଷ୍ଠାନ ବନ୍ଦ, ଶିକ୍ଷାଦାନ ପାଇଁ ହେବ ବିକଳ୍ପ ବ୍ୟବସ୍ଥା

author img

By

Published : Jan 7, 2022, 4:41 PM IST

Updated : Jan 7, 2022, 10:17 PM IST

ଭୁବନେଶ୍ବର: ରାଜ୍ୟରେ ହୁହୁ ହୋଇ କୋଭିଡର ନୂଆ ଭାରିଏଣ୍ଟ ଓମିକ୍ରନ ସଂକ୍ରମଣ ବଢ଼ିବାରେ ଲାଗିଛି । କୌଣସି ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହେବାପୂର୍ବରୁ ସମସ୍ତ ପ୍ରକାର ପ୍ରତିରକ୍ଷାମୂଳକ ପଦକ୍ଷେପ ନେଉଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ।

ଏହି କ୍ରମରେ ଜାନୁଆରୀ ୧୦ ତାରିଖରୁ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରିବାକୁ ଘୋଷଣା କରାଯାଇଛି ।

ଆସନ୍ତା ୧୦ରୁ ରାଜ୍ୟର ସମସ୍ତ କଲେଜ, ୟୁନିଭର୍ସିଟି ବନ୍ଦ ରହିବ । ମେଡିକାଲ କଲେଜ, ନର୍ସିଂ କଲେଜ ବ୍ୟତୀତ ସବୁ କଲେଜ ବନ୍ଦ ରହିବ । କଲେଜ, ୟୁନିଭର୍ସିଟି ବନ୍ଦ ନେଇ SRCଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।

ଖାଲି ଶିକ୍ଷାନୁଷ୍ଠାନ ନୁହେଁ ଶିକ୍ଷାନୁଷ୍ଠାନ ଗୁ଼ଡ଼ିକରେ ଥିବା ହଷ୍ଟେଲ ଗୁ଼ଡ଼ିକୁ ମଧ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି । ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ଦୃଷ୍ଟିରୁ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ଯେଉଁମାନେ ଅନୁସନ୍ଧାନମୂଳକ ଶିକ୍ଷାର୍ଥୀ (research scholar) ରହିଛନ୍ତି ସେମାନେ ସ୍ବଇଚ୍ଛାରେ ହଷ୍ଟେଲରେ ରହି ପାରିବେ । ତେବେ ଏଥିପାଇଁ କଲେଜ ବା ଶିକ୍ଷାନୁଷ୍ଠାନର ଅନୁମତି ନେବା ବାଧ୍ୟତାମୂଳକ କରାଯାଇଛି ।

ଶିକ୍ଷାନୁଷ୍ଠାନ ବନ୍ଦ ନେଇ କର୍ତ୍ତୃପକ୍ଷ ଏକ SOP ବା ବିଜ୍ଞପ୍ତି ଜାରି କରି ଛାତ୍ରଛାତ୍ରୀଙ୍କୁ ସୂଚନା ଦେବେ । ତେବେ ବର୍ତ୍ତମାନ ଜାରି ରହିଥିବା ସମସ୍ତ ଅଫ୍‌ଲାଇନ ପରୀକ୍ଷା ଗାଇଡଲାଇନ ମୁତାବକ ଜାରି ରହିବ ।

ସେପଟେ ଘରୋଇ ଭାବରେ ଚାଲୁଥିବା ଟ୍ୟୁସନ ବା କୋଚିଂ ସେଣ୍ଟରକୁ ମଧ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଫଲାଇନ୍‌ କ୍ଲାସ ବଦଳରେ ଭର୍ଚୁଆଲ କ୍ଲାସ୍‌ ଜାରି ରଖିବାକୁ କୁହାଯାଇଛି ।

ତା ସହିତ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ପାଇଁ ବିକଳ୍ପ ବ୍ୟବସ୍ଥା କରିବେ ସମସ୍ତ ଶିକ୍ଷାନୁଷ୍ଠାନ । ଏହାକୁ ନେଇ ସମସ୍ତ ସ୍କୁଲ୍‌ କଲେଜ ଓ ବିଶ୍ବବିଦ୍ୟାଳୟକୁ ଅବଗତ କରାଯାଇଛି ।

ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକ ପାଇଁ ବାୟୋମେଟ୍ରିକ୍ ଆଟେଣ୍ଡାଣ୍ଟ ମନା ହୋଇଛି । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଶିକ୍ଷକ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ପାଇଁ ବାୟୋମେଟ୍ରିକ୍ ଉପସ୍ଥାନ ବ୍ୟବସ୍ଥାକୁ ବନ୍ଦ କରି ଦିଆଯାଇଛି । କୋଭିଡ୍ 19ର ନୂଆ ଭାରିଆଣ୍ଟ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ଏହାକୁ ସ୍ଥଗିତ ରଖାଯାଇଛି ।

ଅନ୍ୟପଟେ ଉପସ୍ଥିତି ଶାରୀରିକ ମୋଡରେ ରେକର୍ଡ ହେବ । ଏନେଇ ଶିକ୍ଷା ବିଭାଗ ସମସ୍ତ କଲେଜ, ବିଶ୍ୱବିଦ୍ୟାଳୟକୁ ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ ଓ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Jan 7, 2022, 10:17 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.