ଭୁବନେଶ୍ବର: କୋରୋନାର ସାମ୍ଭାବ୍ୟ ତୃତୀୟ ଲହର ଦେଶରେ ଖୁବଶୀଘ୍ର ଆସିବ। ଯଦିଓ ଏହାର ସମୟ ଏବଂ ଗମ୍ଭୀରତା ପୂର୍ବାନୁମାନ କରିବା କଷ୍ଟସାଧ୍ୟ, ଏହାସତ୍ତ୍ବେ ଏଥିପାଇଁ ଓଡ଼ିଶା ସରକାର ପ୍ରସ୍ତୁତ ହେବା ଆବଶ୍ୟକ । କୋରୋନା ସଂକ୍ରମଣର ଆଉ ଏକ ଲହରକୁ ନେଇ ସ୍ୱାସ୍ଥ୍ୟ ବିଭାଗକୁ ଏଭଳି ଭାବରେ ସତର୍କ କରାଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।

ଜନସ୍ୱାସ୍ଥ୍ୟ ଫାଉଣ୍ଡେସନର ସଭାପତି କେ ଶ୍ରୀନାଥ ରେଡି କହିଛନ୍ତି ଯେ, "ପରବର୍ତ୍ତୀ ତୃତୀୟ ଲହର ଆସିବା ପୂର୍ବରୁ ସମସ୍ତଙ୍କୁ ଉଭୟ ଡୋଜ ଟୀକାକରଣ ଏବଂ ସମସ୍ତ 18 ବର୍ଷର ଊର୍ଦ୍ଧ୍ବ ବୟସ୍କଙ୍କୁ ଟୀକା ଦେବା ଆବଶ୍ୟକ। ଚୀନ୍ ଭଳି ଦେଶ ତୁଳନାରେ ଭାରତରେ ଟୀକାକରଣ ହାର କମ୍ ରହିଛି। ପୂର୍ବାପେକ୍ଷା ଭାରତରେ ଟୀକାକରଣ ହାର 10 ରୁ15 ଗୁଣ ଅଧିକ ରହିଛି । ଏହି ପୃଷ୍ଠଭୂମିରେ ଡେଲଟା ପ୍ଲସ୍ ଭାରିଆଣ୍ଟ କମ ସଂକ୍ରମଣ ରହିଛି । ଭାରତରରେ ଟୀକାକରଣ ହେଉଥିବାରୁ ଭବିଷ୍ୟତର ତୃତୀୟ ଲହର ଦୁର୍ବଳ ହୋଇପାରେ ବୋଲି ଆଶା କରାଯାଉଛି ।
ଅନ୍ୟପଟେ ଓଡିଶାର ଏବେ ଅନେକ ଜିଲ୍ଲା ୟେଲାେ ଜୋନରେ ରହିଛି । ଡାକ୍ତର ରମାକାନ୍ତ ପଣ୍ଡା କହିଛନ୍ତି ଯେ, "ମୁମ୍ବାଇ ମଡେଲ୍ ଅଭିଜ୍ଞତାରୁ ରାଜ୍ୟ ଅନେକ କିଛି ଶିଖିପାରିବେ। ଯେଉଁଠାରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଟୀକାକରଣ ଏବଂ କୋଭିଡ ପରିଚାଳନା ପ୍ରୟାସକୁ ମାର୍ଗଦର୍ଶନ କରିଛନ୍ତି ସେଠାରେ ଫଳାଫଳ ଭଲ ହୋଇପାରିଛି। ତୃତୀୟ ଲହର ପ୍ରସ୍ତୁତି ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମରୁ ଅଧିକ ବେଡ୍, ଆଇସିୟୁ ସୁବିଧା ଏବଂ ଅମ୍ଳଜାନ ପ୍ଲାଣ୍ଟ ଉପଲବ୍ଧ ହୋଇଥିବା ଦେଖିବାକୁ ମିଳୁଛି।"
ତେବେ ତୃତୀୟ ଲହରରୁ ବର୍ତ୍ତିବାକୁ ଅନେକ ଗୁଡ଼ିଏ ପ୍ରସ୍ତୁତି କରିବାକୁ ବାକି ଅଛି ବୋଲି ୟୁଥ ଫର ସୋସିଆଲ ଡେଭଲପମେଣ୍ଟ ସଦସ୍ୟ ବିଭୁ ପ୍ରସାଦ ସାହୁ କହିଛନ୍ତି। ଓଡ଼ିଶାର ସୁଦୂର ଗ୍ରାମାଞ୍ଚଳରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକ ସାଧାରଣ ଭାବରେ କାର୍ଯ୍ୟକ୍ଷମ ନୁହେଁ । ଟୀକାକରଣ କକ୍ଷରେ ବିଶ୍ରାମ କରିବା ପାଇଁ କୌଣସି ପ୍ରସ୍ତୁତ ହୋଇନାହିଁ । ନିୟମିତ ଟୀକାକରଣର ଅଭିଜ୍ଞତା ବ୍ୟତୀତ କୋଠରୀ, ପରିଷ୍କାର ପରିଚ୍ଛନ୍ନତା ଏବଂ ପାନୀୟ ଜଳ ଅଭାବ ଓଡିଶାରେ ରହିଛି ।
ଟୀକାକୁ ନେଇ ଗୁଜବ ଏବଂ ଜନସ୍ୱାସ୍ଥ୍ୟ ବ୍ୟବସ୍ଥାର ପ୍ରତିକ୍ରିୟା ଯୋଗୁଁ ଟୀକାକରଣ ହାର କମ୍ ରହିଛି । ଟୀକାକରଣ ପାଇଁ ଦଳିତ, ଅସୁରକ୍ଷିତ ଗୋଷ୍ଠୀ, ଦିବ୍ୟାଙ୍ଗ, ବୃଦ୍ଧ ତଥା ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକ ପଛଘୁଞ୍ଚା ଦେଉଛନ୍ତି । ସେମାନଙ୍କ ନିକଟକୁ ସକ୍ରିୟ ଭାବରେ ଟୀକା ପହଞ୍ଚାଯାଉ ନାହିଁ । ଯେଉଁମାନେ ବର୍ତ୍ତମାନ ରାଜ୍ୟକୁ ଫେରି ଆସୁଛନ୍ତି, ସେମାନେ ଅନେକ ପୋଷ୍ଟ-କୋଭିଡ୍ ଲକ୍ଷଣ ଅନୁଭବ କରୁଛନ୍ତି । ସେମାନଙ୍କ ପାଇଁ ଉପଲବ୍ଧ ରହିଥିବା ଚିକିତ୍ସା ପର୍ଯ୍ୟାପ୍ତ ନୁହେଁ ବୋଲି ବିଶେଷଜ୍ଞ କହିଛନ୍ତି।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ