ETV Bharat / city

ଖରାଛୁଟି ପରେ ରାଜ୍ୟରେ ଖୋଲିଲା ସ୍କୁଲ, କ୍ଲାସରୁମରେ ପାଠପଢିଲେ ଛାତ୍ରଛାତ୍ରୀ - ରାଜ୍ୟରେ ଆଜିଠୁ ଖୋଲିଲା ସ୍କୁଲ

ରାଜ୍ୟରେ ଆଜିଠୁ ଖୋଲିଲା ସ୍କୁଲ । ସକାଳ ୧୦ ଟାରୁ ଶ୍ରେଣୀଗୃହରେ ପାଠ ପଢିଲେ ଛାତ୍ରଛାତ୍ରୀ । ଛୁଟି ପରେ ସ୍କୁଲ ଖୋଲିବା ନେଇ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ଅଧିକ ପଢନ୍ତୁ

୧୧ ଦିନ ପରେ ରାଜ୍ୟରେ ଖେଲିଲା ସ୍କୁଲ, କ୍ଲାସରୁମରେ ପାଠପଢିଲେ ଛାତ୍ରଛାତ୍ରୀ

author img

By

Published : Jun 17, 2022, 8:06 AM IST

Updated : Jun 17, 2022, 1:32 PM IST

ଭୁବନେଶ୍ବର: ଗ୍ରୀଷ୍ମ ଅବକାଶ ଛୁଟି ସରିବା ପରେ ଆଜି ଖୋଲିଲା ରାଜ୍ୟର ସମସ୍ତ ସ୍କୁଲ । ପୂର୍ବଭଳି ସକାଳ ୧୦ ଟାରୁ ଶ୍ରେଣୀଗୃହରେ ପାଠପଢିଲେ ଛାତ୍ରଛାତ୍ରୀ । ଛୁଟି ପରେ ସ୍କୁଲ ଖୋଲିବା ନେଇ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ପିଲାଙ୍କର ପାଠପଢ଼ା ଯେଭଳି ସ୍ୱାଭାବିକ ହେବ ଏବଂ 2022-23 ଶିକ୍ଷା ବର୍ଷ ଠିକ ଭାବରେ ପରିଚାଳିତ ହୋଇପାରିବ ସେନେଇ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦାଇତ୍ୱ ନେବେ । ଠିକ ଢାଞ୍ଚାରେ ଏକାଡେମୀକ କ୍ୟାଲେଣ୍ଡର ପ୍ରସ୍ତୁତ ସହ ଚଳିତ ଶିକ୍ଷା ବର୍ଷ କିଭଳି ଭାବରେ 2023 ମାର୍ଚ୍ଚରେ ଶେଷ ହେବ ସେନେଇ ଯୋଜନା ପ୍ରସ୍ତୁତ କରାଯିବ ।

୧୧ ଦିନ ପରେ ରାଜ୍ୟରେ ଖେଲିଲା ସ୍କୁଲ, କ୍ଲାସରୁମରେ ପାଠପଢିଲେ ଛାତ୍ରଛାତ୍ରୀ

ତେବେ ସ୍କୁଲ ଖେଲିବା ପରେ କ୍ୟାପିଟାଲ ହାଇସ୍କୁଲ ପ୍ରଧାନଶିକ୍ଷକ ଜିତେନ୍ଦ୍ର ନାୟକ କହିଛନ୍ତି, "ଖରା ଛୁଟି ପରେ ପ୍ରଥମ ଥର ପାଇଁ ଖୋଲିଛି ସ୍କୁଲ । ଆଜି ପିଲାମାନେ ପ୍ରଥମ କରି 10 ରୁ 4 ଟା ପର୍ଯ୍ୟନ୍ତ ପାଠ ପଢିବେ । ଏହି ସମୟରେ ପିଲାଙ୍କର ଯେଭଳି କିଛି ଅସୁବିଧା ନହୁଏ, ସେହି ଭଳି ପଦକ୍ଷପ ନିଆଯାଇଛି । ଯେଭଳି ପାଣିର ବ୍ୟବସ୍ଥା, ପିଲାଙ୍କୁ ମାକ୍ସ ଦିଆଯାଉଛି । ପାଠପଢ଼ା କିଭଳି ହେବ ସେନେଇ ପୂର୍ବରୁ ଶିକ୍ଷକ ଓ ଅଭିଭାବକ ମାନଙ୍କ ସହ ବୈଠକ କରାଯାଇ ସ୍ୱତନ୍ତ୍ର ଟାଇମ ଟେବୁଲ କରାଯାଇଛି । ଏଲଆରପିର ଟେଷ୍ଟ ଆଜିଠାରୁ ଆରମ୍ଭ ହେଉଛି । 6 ରୁ 8 ମ ଶ୍ରେଣୀ ପର୍ଯ୍ୟନ୍ତ ଏହି ଟେଷ୍ଟ କରାଯିବ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 17, 2022, 1:32 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.