ETV Bharat / city

ସକାଳୁଆ ସ୍କୁଲ ସମୟରେ ପରିବର୍ତ୍ତନ, ୧୦ଟା ନୁହେଁ ୧୦.୩୦ରେ ସରିବ କ୍ଲାସ - ସକାଳୁଆ ସ୍କୁଲ୍‌ ନେଇ ସ୍କୁଲ୍‌ ଓ ଗଣଶିକ୍ଷା ବିଭାଗର ଚିଠି

ରାଜ୍ୟରେ ସକାଳୁଆ ସ୍କୁଲ୍ ସମୟରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ଏପ୍ରିଲ ୨ ତାରିଖରୁ ରାଜ୍ୟରେ ସକାଳୁଆ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଛି । ଅଧିକ ପଢ଼ନ୍ତୁ

ସକାଳୁଆ ସ୍କୁଲ୍ ସମୟରେ ପରିବର୍ତ୍ତନ, ସକାଳ ୬.୩୦ରୁ ପ୍ରଥମରୁ ନବମ କ୍ଲାସ

author img

By

Published : Mar 31, 2022, 6:52 PM IST

ଭୁବନେଶ୍ବର: ରାଜ୍ୟରେ ସକାଳୁଆ ସ୍କୁଲ୍ ସମୟରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ଏପ୍ରିଲ ୨ ତାରିଖରୁ ରାଜ୍ୟରେ ସକାଳୁଆ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଛି । ସକାଳ ୬ଟା ୩୦ରୁ ୧୦ଟା ୩୦ ପ୍ରଥମରୁ ଅଷ୍ଟମ ଶ୍ରେଣୀ କ୍ଲାସ ହେବ । ସକାଳ ୭ଟାରୁ ୧୧ଟା ୩୦ ନବମରୁ ଦ୍ୱାଦଶ ଶ୍ରେଣୀ କ୍ଲାସ ହେବ ।

ସକାଳୁଆ ସ୍କୁଲ୍ ସମୟରେ ପରିବର୍ତ୍ତନ, ସକାଳ ୬.୩୦ରୁ ପ୍ରଥମରୁ ନବମ କ୍ଲାସ
ସକାଳୁଆ ସ୍କୁଲ୍ ସମୟରେ ପରିବର୍ତ୍ତନ, ସକାଳ ୬.୩୦ରୁ ପ୍ରଥମରୁ ନବମ କ୍ଲାସ

ଏହା ବି ପଢ଼ନ୍ତୁ ରାଜ୍ୟରେ ଏପ୍ରିଲ ୨ରୁ ସକାଳୁଆ ସ୍କୁଲ

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ । ଅପ୍ରେଲରୁ ଛାତ୍ରଛାତ୍ରୀଙ୍କୁ MDM କାର୍ଯ୍ୟକ୍ରମ ଅଧୀନରେ ରନ୍ଧା ଖାଦ୍ୟ ଦେବାକୁ ଅନୁମତି ଦିଆଯାଇଛି । ଛାତ୍ରଛାତ୍ରୀଙ୍କୁ ପିଇବା ପାଣି ସାଥିରେ ଆଣିବା ସହ ଛତା ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ବିଦ୍ୟାଳୟ ପରିସରରେ ପର୍ଯ୍ୟାପ୍ତ ପାନୀୟ ଜଳ ଉପଲବ୍ଧ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ତା ସହିତ ସ୍କୁଲ୍‌ରେ କୋଭିଡ ନିୟମ ଅନୁପାଳନ ହେବ । ଏହାକୁ ନେଇ ସମସ୍ତ ଜିଲ୍ଲାର ଶିକ୍ଷା ଅଧିକାରୀ ଓ ସମସ୍ତ ବୋର୍ଡକୁ ଚିଠି ଲେଖି ସୂଚନା ଦେଇଛି ରାଜ୍ୟ ସ୍କୁଲ୍‌ ଓ ଗଣଶିକ୍ଷା ବିଭାଗ । ଗ୍ରୀଷ୍ଣ ପ୍ରବାହର ପ୍ରକୋପକୁ ଦୃଷ୍ଟିରେ ରଖି ଗ୍ରୀଷ୍ଣ ଛୁଟି ପାଇଁ ତାରଖ ଘୋଷଣା କରିବ ସ୍କୁଲ୍‌ ଓ ଗଣଶିକ୍ଷା ବିଭାଗ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.