ETV Bharat / city

Odisha Corona: ଦିନକରେ ୮୫୨୦ ପଜିଟିଭ, 6 ମୃତ

author img

By

Published : Jan 23, 2022, 9:59 AM IST

ରାଜ୍ୟରେ ୨୪ ଘଣ୍ଟାରେ ୮ ହଜାର ୫୨୦ କୋରୋନା ପଜିଟିଭ ଚିହ୍ନଟ । ୬ କୋରୋନା ଆକ୍ରାନ୍ତଙ୍କର ମୃତ୍ୟୁ । ଅଧିକ ପଢନ୍ତୁ

Odisha Corona: ଖସୁଛି ସଂକ୍ରମଣ, ଦିନକରେ ୮୫୨୦  ପଜିଟିଭ

ଭୁବନେଶ୍ବର: ରାଜ୍ୟରେ କମୁଛି କୋରୋନା ସଂକ୍ରମଣ । ୨୪ ଘଣ୍ଟାରେ ୮ ହଜାର ୫୨୦ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୯୩୭ କିଶୋର କିଶୋରୀ ରହିଥିବା ବେଳେ ୪୯୪୧ କ୍ବାରେଣ୍ଟାଇନ ସେଣ୍ଟର ଓ ୩୫୭୯ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଆଜି ରାଜ୍ୟରେ ୬ କୋରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୬୨ଟି ମାମଲା ରହିଥିବା ବେଳେ ଅନୁଗୋଳରୁ ୧୪୨, ବାଲେଶ୍ବରରୁ ୩୪୬, ବରଗଡରୁ ୧୪୧, ଭଦ୍ରକରୁ ୧୧୨, ବଲାଙ୍ଗୀରରୁ ୨୧୭, ବୌଦ୍ଧରୁ ୮୬, କଟକରୁ ୭୮୯, ଦେବଗଡରୁ ୭୫, ଢେଙ୍କାନାଳରୁ ୯୦, ଗଜପତିରୁ ୯୮ , ଗଞ୍ଜାମରୁ ୮୮, ଜଗତସିଂହପୁରରୁ ୧୬୫, ଯାଜପୁରରୁ ୨୫୩, ଝାରସୁଗୁଡାରୁ ୧୧୮, କଳାହାଣ୍ଡିରୁ ୨୨୬, କନ୍ଧମାଳରୁ ୧୦୦, କେନ୍ଦ୍ରାପଡାରୁ ୧୩୪, କେନ୍ଦୁଝରରୁ ୧୨୬, କୋରାପୁଟରୁ ୧୫୭, ମାଲକାନଗିରିରୁ ୫୮, ମୟୂରଭଞ୍ଜରୁ ୧୮୦, ନବରଙ୍ଗପୁରରୁ ୧୯୨, ନୟାଗଡରୁ ୨୧୬, ନୂଆପଡାରୁ ୧୯୯, ପୁରୀରୁ ୧୪୯, ରାୟଗଡାରୁ ୧୮୭, ସମ୍ବଲପୁରରୁ ୧୨୭, ସୋନପୁରରୁ ୮୯, ସୁନ୍ଦରଗଡରୁ ୯୩୨ ଓ ଷ୍ଟେଟପୁଲରୁ ୪୬୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୨,୦୪, ୬୬୦ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.