ETV Bharat / city

First Omicron Death: ରାଜ୍ୟର ପ୍ରଥମ ଓମିକ୍ରନ ଆକ୍ରାନ୍ତ ମୃତ - ବଲାଙ୍ଗୀରରେ ପ୍ରଥମ ଓମିକ୍ରନ ଆକ୍ରାନ୍ତ ମୃତ

ରାଜ୍ୟରେ ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ବଲାଙ୍ଗୀରର ଜଣେ ୫୦ ବର୍ଷୀୟ ମହିଳା ବୋଲି ଜଣାପଡ଼ିଛି । ଅଧିକ ପଢନ୍ତୁ

First Omicron Death: ରାଜ୍ୟର ପ୍ରଥମ ଓମିକ୍ରନ ଆକ୍ରାନ୍ତ ମୃତ

author img

By

Published : Jan 6, 2022, 1:43 PM IST

ବଲାଙ୍ଗୀର: କୋରୋନାର ନୂଆ ଭାଇରସ ଓମିକ୍ରନ ସାରା ଦେଶରେ ଦ୍ରୁତ ଗତିରେ ମାଡ଼ି ଚାଲିଥିବାବେଳେ ରାଜ୍ୟରେ ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଉକ୍ତ ମହିଳା ଜଣକ ବଲାଙ୍ଗୀରର ବୋଲି ଜଣାପଡ଼ିଛି । ମୃତ୍ୟୁ ପରେ ସେ ଓମିକ୍ରନ ଦ୍ବାରା ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ଅନ୍ୟ ଲୋକ ସଂକ୍ରମିତ ହେବାର ଆଶଙ୍କା ସୃଷ୍ଟି ହୋଇଛି ।

First Omicron Death: ରାଜ୍ୟର ପ୍ରଥମ ଓମିକ୍ରନ ଆକ୍ରାନ୍ତ ମୃତ

ବଲାଙ୍ଗୀର ଆଗଲପୁର ବ୍ଲକର ଜଣେ 50 ବର୍ଷୀୟ ମହିଳା ମସ୍ତିସ୍କ ଷ୍ଟ୍ରୋକ ଯୋଗୁଁ ବଲାଙ୍ଗୀର ଭୀମ ଭୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ତେବେ ତାଙ୍କୁ ପରେ ବୁର୍ଲା ଡ଼ାକ୍ତରଖାନା ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ସେ କୋରୋନା ଆକ୍ରାନ୍ତ ଥିବାର ଜଣାପଡି଼ଥିଲା । ସେହିପରି ତାଙ୍କର ଗତ ଡିସେମ୍ବର 27 ତାରିଖରେ ମୃତ୍ୟୁ ହୋଇଥିବାବେଳେ ଏବେ ସେ ଓମିକ୍ରନରେ ଆକ୍ରାନ୍ତ ଥିବାର ରିପୋର୍ଟ ଆସିଛି । ସେପଟେ ତାଙ୍କ ମୃତ୍ୟୁ ପରେ ପରିବାର ଲୋକେ ମୃତଦେହକୁ ଗାଁକୁ ଆଣି ରୀତିନୀତି ଅନୁସାରେ ଅନ୍ତିମ ସଂସ୍କାର କରିଥିଲେ।

ତେବେ ଜଣେ କୋରୋନା ସଂକ୍ରମିତଙ୍କ ମୃତଦେହ କିପରି ପରିବାର ଲୋକଙ୍କୁ ଦିଆଗଲା ଓ ପରେ ଗ୍ରାମବାସୀ ମିଶି ତାକୁ ସତ୍କାର କରିବା ନେଇ ଏବେ ଅନେକ ସମସ୍ୟା ସୃଷ୍ଟି କରିଛି । ମହିଳା ଜଣକ ଓମିକ୍ରନ ଆକ୍ରାନ୍ତ ଥିବାର ସ୍ପଷ୍ଟ ହେବା ପରେ ସଂପୃକ୍ତ ଗ୍ରାମରେ ଆତଙ୍କ ଖେଳିଯାଇଛି । ସେପଟେ ବଲାଙ୍ଗୀର ସ୍ବାସ୍ଥ୍ୟ ବିଭାଗ କଣ୍ଟ୍ରାକ୍ଟ ଟ୍ରେସିଂ ଆରମ୍ଭ କରିଥିବାର କହିଛି । କୋରୋନା ପରିସ୍ଥିତିକୁ ଆଖି ଆଗରେ ରଖି ସ୍ବାସ୍ଥ୍ୟ ବିଭାଗ ସବୁ ବ୍ୟବସ୍ଥା ମହଜୁଦ କରିଥିବାର କହିଛି । ସମାନ ଭାବରେ ଲୋକଙ୍କୁ ମଧ୍ୟ କୋଭିଡ ନିୟମ କଡାକଡ଼ି ଭାବରେ ପାଳନ କରିବାକୁ ଅପିଲ କରାଯାଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.