ETV Bharat / city

Odisha Corona Report: ଦିନକରେ ୮୦ ପଜିଟିଭ ଚିହ୍ନଟ, ସମ୍ବଲପୁରରେ ସର୍ବାଧିକ - କୋରୋନା ଦୈନିକ ସଂକ୍ରମଣ ତଥ୍ୟ

ରାଜ୍ୟରେ ତଳ ମୁହାଁ ହୋଇଛି କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୮୦ କୋରୋନା ପଜିଟିଭ ଚିହ୍ନଟ । ଅଧିକ ପଢନ୍ତୁ

ଦିନକରେ ୮୦ ପଜିଟିଭ ଚିହ୍ନଟ, ସମ୍ବଲପୁରରେ ସର୍ବାଧିକ

author img

By

Published : Mar 16, 2022, 10:12 AM IST

ଭୁବନେଶ୍ବର: ରାଜ୍ୟରେ କ୍ରମଶଃ ତଳ ମୁହାଁ ହୋଇଛି କୋରୋନାର ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୮୦ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୧୨ କିଶୋର କିଶୋରୀ ରହିଥିବା ବେଳେ ୪୫ କ୍ବାରେଣ୍ଟାଇନ ସେଣ୍ଟର ଓ ୩୫ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ସମ୍ବଲପୁରରୁ ୧୩ଟି ମାମଲା ରହିଥିବାବେଳେ ଗଜପତିରୁ ୯ ଖୋର୍ଦ୍ଧାରୁ ୮ ଟି ମାମଲା ବାହାରିଛି । ବାଲେଶ୍ବରରୁ ୫, ବରଗଡ ୧, ବଲାଙ୍ଗୀର ୪, ବୌଦ୍ଧ ୨ , କଟକରୁ ୩ , ଦେ୍ବଗଡରୁ ୩ , ଗଞ୍ଜାମରୁ ୩ , ଯାଜପୁରରୁ ୨, କେନ୍ଦ୍ରାପଡାରୁ ୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ କନ୍ଧମାଳ ଓ କେନ୍ଦୁଝରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି କୋରାପୁଟରୁ ୩ , ମୟୂରଭଞ୍ଜରୁ ୭ , ନବରଙ୍ଗପୁରରୁ ୧, ନୂଆପଡାରୁ ୧ , ସୋନପୁରରୁ ୨, ସୁନ୍ଦରଗଡରୁ ୬ ଓ ଷ୍ଟେଟପୁଲରୁ ୨ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୬ ହଜାର ୮୫୨ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ ୭୫୦ ସକ୍ରିୟ ମାମଲା ରହିଛି । ନୂଆ ୧୫୨ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ସମୁଦାୟ ୧୨ ଲକ୍ଷ ୭୬ ହଜାର ୯୩୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ୩୦୦୧୧୪୦୩ କୋରୋନା ପରୀକ୍ଷା ସରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.