ETV Bharat / city

Odisha Corona: କୋରୋନା କୋପ, 24 ଘଣ୍ଟାର 743 ସଂକ୍ରମିତ

author img

By

Published : Jul 13, 2022, 9:19 AM IST

ରାଜ୍ୟରେ ପୁଣି ଉପରମୁହାଁ ହୋଇଛି କୋରୋନା ସଂକ୍ରମଣ । ଗତ 24 ଘଣ୍ଟାରେ 743 କୋରୋନା ପଜିଟିଭ (COVID-19) ଚିହ୍ନଟ ।

କୋରୋନା କୋପ, 24 ଘଣ୍ଟାର 743 ସଂକ୍ରମିତ
କୋରୋନା କୋପ, 24 ଘଣ୍ଟାର 743 ସଂକ୍ରମିତ

ଭୁବନେଶ୍ବର: ପୁଣି ମାଡିଲାଣି ମହାମାରୀ । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି । ଯାହା ଚିନ୍ତାର କାରଣ ହୋଇଛି । ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 743 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ 436 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 307 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 87ଜଣେ କିଶୋର ଆକ୍ରାନ୍ତ ହୋଇଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳରୁ 1, ବାଲେଶ୍ବର 12, ବଲାଙ୍ଗୀର 4, ବରଗଡ 1, ଭଦ୍ରକ 8, ବୌଦ୍ଧ 8, କଟକରୁ 115, ଦେଓଗଡରୁ 8, ଗଜପତିରୁ 2, ଗଞ୍ଜାମ 1, ଜଗତସିଂହପୁର 11, ଯାଜପୁରରୁ 12, ଝାରସୁଗୁଡାରୁ 6, କଳାହାଣ୍ଡିରୁ 2, ଖୋର୍ଦ୍ଧାରୁ 303, କେନ୍ଦ୍ରାପଡାରୁ 2, କେନ୍ଦୁଝରରୁ 5, କୋରାପୁଟରୁ 10, ମୟୂରଭଞ୍ଜରୁ 16, ନବରଙ୍ଗପୁରରୁ 7, ନୟାଗଡ ଓ ନୂଆପଡାରୁ 11 ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ପୁରୀରୁ 36, ରାୟଗଡାରୁ 3, ସମ୍ବଲପୁରରୁ 14, ସୋନପୁରରୁ 7, ସୁନ୍ଦରଗଡରୁ 65 ଓ ଷ୍ଟେଟପୁଲରୁ 60 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 12 ଲକ୍ଷ 95 ହଜାର 328ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 3878 ସକ୍ରିୟ ମାମଲା ରହିଛି । ନୂଆ 404 ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ 12 ଲକ୍ଷ 82 ହଜାର 270 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.