ETV Bharat / city

Odisha Corona Report: ଦୁଇଅଙ୍କ ତଳେ ସଂକ୍ରମଣ, ଦିନକରେ ୫ ପଜିଟିଭ

author img

By

Published : Apr 4, 2022, 9:34 AM IST

ରାଜ୍ୟରେ କ୍ରମଶଃ ତଳ ମୁହାଁ ହୋଇଛି କୋରୋନାର ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୫ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

ଦିନକରେ ୫ ପଜିଟିଭ
ଦିନକରେ ୫ ପଜିଟିଭ

ଭୁବନେଶ୍ବର: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ରାଜ୍ୟରେ କ୍ରମଶଃ ତଳ ମୁହାଁ ହୋଇଛି କୋରୋନାର ଦୈନିକ ସଂକ୍ରମଣ । ଆଜି ଦୁଇଅଙ୍କ ତଳେ ରହିଛି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୫ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୨ କିଶୋର କିଶୋରୀ ରହିଥିବା ବେଳେ ୪ କ୍ବାରେଣ୍ଟାଇନ ସେଣ୍ଟର ଓ ୧ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ବରରୁ ୧ ,ବଲାଙ୍ଗୀରରୁ ୧, ଯାଜପୁରରୁ ୨, ସମ୍ବଲପୁରରୁ ୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୭ ହଜାର ୭୪୨ ରେ ପହଞ୍ଚିଛି ।

ବର୍ତ୍ତମାନ ରାଜ୍ୟରେ ୨୯୮ ସକ୍ରିୟ ମାମଲା ରହିଛି । ନୂଆ ୩୭ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ସମୁଦାୟ ୧୨ ଲକ୍ଷ ୭୮ ହଜାର ୨୭୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ୩୦୭୬୪୫୮୧ କୋରୋନା ପରୀକ୍ଷା ସରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.