ଭୁବନେଶ୍ବର: ରାଜ୍ୟରେ ତଳ ମୁହାଁ କୋରୋନା ସଂକ୍ରମଣ । ଦୈନିକ ସଂକ୍ରମଣ ମାମଲାରୁ ରାଜ୍ୟବାସୀଙ୍କୁ ଆଶ୍ବସ୍ତି ମିଳୁଛି । ଗତ ୨୪ ଘଣ୍ଟାରେ ଆଉ ୪୩ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୧୩ କିଶୋର କିଶୋରୀ ରହିଥିବା ବେଳେ ୨୬ ଜଣ କ୍ବାରେଣ୍ଟାଇନ ସେଣ୍ଟର ଓ ୧୭ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।
ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ବରରୁ ୩, ବଲାଙ୍ଗୀରରୁ ୧,ବୌଦ୍ଧରୁ୨, କଟକରୁ ୧, ଗଜପତିରୁ ୬, ଗଞ୍ଜାମରୁ ୨, ଯାଜପୁରରୁ୩, ଝାରସୁଗୁଡାରୁ୨, କନ୍ଧମାଳରୁ୧, କେନ୍ଦ୍ରାପଡାରୁ୭, ଖୋର୍ଦ୍ଧାରୁ ୫, କୋରାପୁଟରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହପରି ମୟୂରଭଞ୍ଜରୁ ୧,ନୂଆପଡାରୁ ୧, ସମ୍ବଲପୁରରୁ ୨, ସୁନ୍ଦରଗଡରୁ ୪ ଓ ଷ୍ଟେଟପୁଲରୁ ୧ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୭ ହଜାର ୪୨୧ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୨ ଲକ୍ଷ, ୭୭ ହଜାର ୮୧୯ ଜଣ କୋରୋନା କବଳରୁ ମୁକ୍ତି ପାଇଛନ୍ତି । ରାଜ୍ୟ ୪୩୧ଟି ସକ୍ରିୟ ମାମଲା ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ