ETV Bharat / city

Odisha Corona: କୋରୋନା କହର, 400 ପାର ପଜିଟିଭ

author img

By

Published : Jul 6, 2022, 9:59 AM IST

ରାଜ୍ୟରେ ପୁଣି ଉପରମୁହାଁ ହୋଇଛି କୋରୋନା ସଂକ୍ରମଣ । ଗତ 24 ଘଣ୍ଟାରେ 401 କୋରୋନା ପଜିଟିଭ (COVID-19) ଚିହ୍ନଟ । ଅଧିକ ପଢନ୍ତୁ

କୋରୋନା କହର, 400 ଟପିଲା ସଂକ୍ରମଣ
କୋରୋନା କହର, 400 ଟପିଲା ସଂକ୍ରମଣ

ଭୁବନେଶ୍ବର: ପୁଣି ମାଡିଲାଣି ମହାମାରୀ । ଦୀର୍ଘ ଦିନ ପରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି । ଯାହା ଚିନ୍ତାର କାରଣ ହୋଇଛି । ମଙ୍ଗଳବାର ଚିହ୍ନଟ 334 ସଂକ୍ରମିତ ଅପେକ୍ଷା ଆଜି (ବୁଧବାର) ମାମଲା ବଢିଛି । ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 401 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ 236 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 165ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 44 ଜଣ କିଶୋର ଆକ୍ରାନ୍ତ ହୋଇଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ବରରୁ 17 , ଭଦ୍ରକରୁ 2, କଟକରୁ 64, ଗଜପତିରୁ 6, ଗଞ୍ଜାମରୁ 2, ଜଗତସିଂହପୁରରୁ 5, ଯାଜପୁରରୁ 4, ଝାରସୁଗୁଡାରୁ 3, କଳାହାଣ୍ଡିରୁ 2, କେନ୍ଦ୍ରପଡାରୁ 3, ଖୋର୍ଦ୍ଧାରୁ 194, ମୟୂରଭଞ୍ଜ 6, ନୟାଗଡରୁ 4, ପୁରୀ 14, ସମ୍ବଲପୁରରୁ 5, ସୁନ୍ଦରଗଡରୁ 19 ଓ ଷ୍ଟେଟପରଲୁ 46 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି କୋରାପୁଟ, ମାଲକାନଗିରି, ନୂଆପଡା, ରାୟଗଡା, ସୋନପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 12 ଲକ୍ଷ 91 ହଜାର 518ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 1957 ସକ୍ରିୟ ମାମଲା ରହିଛି । ନୂଆ 139ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ 12 ଲକ୍ଷ 80 ହଜାର 382 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.