ETV Bharat / city

Odisha Corona Cases, ରାଜ୍ୟରେ 221 ସଂକ୍ରମିତ ଚିହ୍ନଟ

author img

By

Published : Sep 4, 2022, 10:17 AM IST

ରାଜ୍ୟରେ ପୁଣି ଦୁଇ ଶହ ପାର କଲା ସଂକ୍ରମଣ । ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 221 ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

Odisha Corona Cases, ରାଜ୍ୟରେ 221 ସଂକ୍ରମଣ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ କମୁଛି ବଢୁଛି କୋରୋନା ଦୈନିକ ସଂକ୍ରମଣ । ପୁଣି ଦୁଇ ଶହ ପାର କଲା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 221 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ 129 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 92 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 41 କିଶୋର ଆକ୍ରାନ୍ତ ହୋଇଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ବରରୁ 2, ବରଗଡରୁ 3, ଭଦ୍ରକରୁ 2, ବଲାଙ୍ଗୀରରୁ 3, କଟକରୁ 31, ଢେଙ୍କାନାଳରୁ 2, ଗଞ୍ଜାମରୁ 5, ଜଗତସିଂହପୁରରୁ 5, ଯାଜପୁରରୁ 8, ଝାରସୁଗୁଡାରୁ 1, କଳାହାଣ୍ଡିରୁ 3, କନ୍ଧମାଳରୁ 1, କେନ୍ଦ୍ରାପଡାରୁ 4, କେନ୍ଦୁଝରରୁ 2, ଖୋର୍ଦ୍ଧାରୁ 48 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଭଶାଣି ପ୍ରସ୍ତୁତି ବେଳେ ଆକ୍ରମଣ କଲେ ମହୁମାଛି, 5 ଛାତ୍ର ଗୁରୁତର

ସେହିପରି କୋରାପୁଟରୁ 5, ମୟୂରଭଞ୍ଜରୁ 4, ନବରଙ୍ଗପୁରରୁ 5, ନୟାଗଡରୁ 8, ନୂଆପଡାରୁ 8, ପୁରୀରୁ 4, ରାୟଗଡାରୁ 2, ସମ୍ବଲପୁରରୁ 2, ସୋନପୁରରୁ 3, ସୁନ୍ଦରଗଡରୁ 49 ଓ ଷ୍ଟେଟପୋଲରୁ 11 ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 13 ଲକ୍ଷ 28 ହଜାର 465ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 1740 ସକ୍ରିୟ ମାମଲା ରହିଛି । ନୂଆ 214ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସମୁଦାୟ 13 ଲକ୍ଷ 17 ହଜାର 492ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା 3,32,33, 657 କୋରୋନା ପରୀକ୍ଷା କରାଯାଇଛି । ବର୍ତ୍ତମାନ କୋରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟ ମଧ୍ୟ ହ୍ରାସ ହୋଇଛି । ଯାହା ରାଜ୍ୟବାସୀଙ୍କୁ ଆଶ୍ବସ୍ତି ଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.