ETV Bharat / city

Odisha Corona: ମାଡିଲାଣି ମହାମାରୀ, ଦିନକରେ 19 ସଂକ୍ରମିତ

author img

By

Published : Jun 12, 2022, 9:39 AM IST

ରାଜ୍ୟରେ ପୁଣି ଉପରମୁହାଁ ହୋଇଛି କୋରୋନା ସଂକ୍ରମଣ । ଗତ 24 ଘଣ୍ଟାରେ 19 କୋରୋନା ପଜିଟିଭ ଚିହ୍ନଟ ।

ମାଡିଲାଣି ମହାମାରୀ, ଦିନକରେ 19 ସଂକ୍ରମିତ
ମାଡିଲାଣି ମହାମାରୀ, ଦିନକରେ 19 ସଂକ୍ରମିତ

ଭୁବନେଶ୍ବର: ପୁଣି ମାଡିଲାଣି ମହାମାରୀ । ଦୀର୍ଘ ଦିନ ପରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି । ଯାହା ଚିନ୍ତାର କାରଣ ହୋଇଛି । ଶନିବାର ଚିହ୍ନଟ 24 ସଂକ୍ରମିତ ଅପେକ୍ଷା ଆଜି (ରବିବାର) ମାମଲା କମ ଅଛି । ଗତ 24 ଘଣ୍ଟାରେ ରାଜ୍ୟରେ 19 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ 11 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ 8 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ ଜଣେ କିଶୋର ଆକ୍ରାନ୍ତ ହୋଇଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳ 1, କଟକରୁ 2, ଖୋର୍ଦ୍ଧାରୁ 9, ସମ୍ବଲପୁରରୁ 1 ଓ ସୁନ୍ଦରଗଡରୁ 3, ଝାରସୁଗୁଡାରୁ ଜଣେ, ଷ୍ଟେଟପୋଲରୁ 2ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 12 ଲକ୍ଷ 88 ହଜାର 639ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 153 ସକ୍ରିୟ ମାମଲା ରହିଛି । ନୂଆ 15 ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ 12 ଲକ୍ଷ 79 ହଜାର 307 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜି ଦେଶରେ 8 ହଜାର ପାର କରିଛି ପଜିଟିଭ ସଂଖ୍ୟା । ପୁଣି ସଂକ୍ରମଣ ମାମଲା ବୃଦ୍ଧି ପାଇବା ଚିନ୍ତାର ବିଷୟ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.