ETV Bharat / city

Odisha Covid Cases: ପୁଣି 164 ସଂକ୍ରମିତ ଚିହ୍ନଟ - କୋରୋନା ଦୈନିକ ସଂକ୍ରମଣ

ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 164 ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

Odisha Covid Cases: ପୁଣି 164 ସଂକ୍ରମିତ ଚିହ୍ନଟ

author img

By

Published : Sep 26, 2022, 10:09 AM IST

ଭୁବନେଶ୍ବର: ରାଜ୍ୟରେ କମୁଛି ବଢୁଛି କୋରୋନା ଦୈନିକ ସଂକ୍ରମଣ । ପୁଣି ଦୁଇ ଶହ ତଳକୁ ଖସିଲା ଆକ୍ରାନ୍ତଙ୍କ ସଂଖ୍ୟା । ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 164 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି (Odisha Reports 164 new Covid Cases) । ନୂଆ ସଂକ୍ରମିତଙ୍କ ମଧ୍ୟରୁ 68 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 96 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 25 କିଶୋର ଆକ୍ରାନ୍ତ ହୋଇଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳରୁ 1, ବାଲେଶ୍ବରରୁ 8, ବରଗଡରୁ 2, ଭଦ୍ରକରୁ 2, କଟକରୁ 11, ଦେବଗଡରୁ 2, ଢେଙ୍କାନାଳରୁ 2, ଗଜପତିରୁ 3, ଯାଜପୁରରୁ 6, ଝାରସୁଗୁଡାରୁ 1,କଳାହାଣ୍ଡିରୁ 1, କେନ୍ଦ୍ରାପଡାରୁ 3, ଖୋର୍ଦ୍ଧାରୁ 24 ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କୋରାପୁଟରୁ 1, ମୟୂରଭଞ୍ଜରୁ 5, ନବରଙ୍ଗପୁରରୁ 2, ନୟାଗଡରୁ 13, ନୂଆପଡାରୁ 3, ପୁରୀରୁ 13, ରାୟଗଡାରୁ 4, ସମ୍ବଲପୁରରୁ 19, ସୋନପୁରରୁ 5, ସୁନ୍ଦରଗଡରୁ 22 ଓ ଷ୍ଟେଟପୋଲରୁ 6 ଜଣ ସଂକ୍ରମିତ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ- Fuel Price Update: କଣ ରହିଛି ଆଜିର ପେଟ୍ରୋଲ ଡିଜେଲ ଦର

ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 13 ଲକ୍ଷ 33 ହଜାର 145ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 1439 ସକ୍ରିୟ ମାମଲା ରହିଛି । ନୂଆ 145 ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସମୁଦାୟ 13 ଲକ୍ଷ 33 ହଜାର 332 ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା 3,35, 27,332 କୋରୋନା ପରୀକ୍ଷା କରାଯାଇଛି । ବର୍ତ୍ତମାନ ରାଜ୍ୟରେ ଆଗ ଅପେକ୍ଷା ସଂକ୍ରମଣ କମିଛି । ଯାହା ରାଜ୍ୟବାସୀଙ୍କୁ ଆଶ୍ବସ୍ତି ଦେଇଛି । ହେଲେ ସତର୍କତା ଅବଲମ୍ବନ ନ କଲେ ପୁଣି ବିପଦ କଡ ଲେଉଟାଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.