ଭୁବନେଶ୍ବର: ସୁସ୍ଥ ହେବାରେ ଲାଗିଛି ଓଡିଶା । ସଂକ୍ରମିତଙ୍କ ସହ ତାଳ ଦେଇ ଚାଲୁଛି ଆରୋଗ୍ୟ ହାର । ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ 1503 ଆକ୍ରାନ୍ତ । ଏହାକୁ ମିଶାଇ ସୁସ୍ଥ ସଂଖ୍ୟା 43779 ରେ ପହଞ୍ଚିଛି । ଯାହାକି ରାଜ୍ୟ ପାଇଁ ଭଲ ଖବର ।
ତେବେ ଆଜି ରାଜ୍ୟର 29 ଟି ଜିଲ୍ଲାରୁ ସୁସ୍ଥ ହେବା ରିପୋର୍ଟ ଆସିଛି । ପ୍ରତ୍ୟେକ ଦିନ ଭଳି ଆଜି ଗଞ୍ଜାମରେ ସର୍ବାଧାକ ସୁସ୍ଥ ହୋଇଛନ୍ତି 232 ଆକ୍ରାନ୍ତ । ସେହିପରି କଟକରୁ 131, ରାୟଗଡାରୁ 112, ସୁନ୍ଦରଗଡ଼ରୁ 111, ବାଲେଶ୍ବରରୁ 101, ଖୋର୍ଦ୍ଧାରୁ 99, ଢେଙ୍କାନାଳରୁ 63, ମୟୂରଭଞ୍ଜରୁ 51, ଗଜପତି ଓ କୋରାପୁଟରୁ 49 ଲେଖାଁଏ ସୁସ୍ଥ ହୋଇଛନ୍ତି ।
ସେହିପରି ଭାବରେ ମାଲକାନିଗିରିରୁ ସୁସ୍ଥ ହୋଇଛନ୍ତି 42 ଆକ୍ରାନ୍ତ, ଭଦ୍ରକରୁ 38, ଜଗତସିଂହପୁରରୁ 38, କନ୍ଧମାଳରୁ 37, ବଲାଙ୍ଗୀରରୁ ଓ ଯାଜପୁରରୁ 36 ଲେଖାଁଏ, ସମ୍ବଲପୁରରୁ 35, ନୟାଗଡ଼ରୁ 34, କଳାହାଣ୍ଡିରୁ, ନବରଙ୍ଗପୁରରୁ , ନୂଆପଡାରୁ 31 ଲେଖାଏଁ, ସୁବର୍ଣ୍ଣପୁରରୁ 30, କେନ୍ଦୁଝରରୁ 20, ଅନୁଗୋଳରୁ 18, ବରଗଡ଼ରୁ 15, ଝାରସୁଗୁଡା, କେନ୍ଦ୍ରାପଡାରୁ 14 ଲେଖାଁଏ, ଦେବଦଡ଼ରୁ 4 ଏବଂ ପୁରୀରେ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ହେଲଥ ବୁଲେଟିନ ଜାରି ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ